Advertisment

ପାରାଲିମ୍ପିକ୍ସରେ ଭାରତକୁ ପୁଣି ମିଳିଲା ରୌପ୍ୟ ପଦକ

ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ହାଇ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି। ପାରାଲିମ୍ପିକ୍ସରେ ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି। ମୋଟ୍‌ ଉପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହାସହ ପୂର୍ବରୁ ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ହାସଲ କରିଥିଲେ

ishad Kumar wins silver medal

ishad Kumar wins silver medal

Advertisment

ନୂଆଦିଲ୍ଲୀ: ଟୋକିଓ ପାରାଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ମିଳିଛି। ହାଇ ଜମ୍ପରେ ଭାରତକୁ ରୌପ୍ୟ ପଦକ ମିଳିଛି। ପାରାଲିମ୍ପିକ୍ସରେ ହାଇ ଜମ୍ପରେ ନିଷାଦ କୁମାର ରୌପ୍ୟ ପଦକ ପାଇଛନ୍ତି। ମୋଟ୍‌ ଉପରେ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ଏହାସହ ପୂର୍ବରୁ ଟେବୁଲ ଟେନିସରେ ଭାବିନା ପଟେଲ ରୌପ୍ୟ ପଦକ ହାସଲ କରିଥିଲେ। ତେବେ ଟୋକିଓ ପାରାଲିମ୍ପିକ୍ସରେ ରୌପ୍ୟ ବିଜୟିନୀ ଭାବିନା ପଟେଲଙ୍କୁ ୩ କୋଟି ଟଙ୍କାର ପୁରସ୍କାର ମିଳିବ। ତାଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ। ପ୍ରଥମ ଭାରତୀୟ ଭାବେ ଭାବିନା ପାରାଲିମ୍ପିକ୍ସ ଟିଟିରେ ପଦକ ଜିତିଛନ୍ତି। ଓ୍ୱିମେନ୍ସ ସିଙ୍ଗିଲ୍ସ ଟେବୁଲ ଟେନିସ ଫାଇନାଲରେ ଆଜି ଭାବିନା ତାଙ୍କ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟି ୩-୦ ସେଟରେ ହାରି ସ୍ୱର୍ଣ୍ଣ ପଦକରୁ ବଂଚିତ ହୋଇଥିଲେ। ଭାବିନାଙ୍କ ସଫଳତା ପରେ ଗୁଜରାଟ ମେହେସାନାରେ ଖୁସିର ଲହରି ଖେଳି ଯାଇଛି। ପରିବାର, ପରିଜନ, ବନ୍ଧୁ ଓ କହିବାକୁ ଗଲେ ପୁରା ସହର ସେଲିବ୍ରେସନ୍ କରୁଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବିନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Advertisment
India Okyo 2020 Paralympic
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ