ବିବାହ ପରେ ଭୋଟ୍‌ ଦେଲେ ବରକନ୍ୟା : ମତଦାନ କରିବାକୁ ଲୋକଙ୍କୁ କଲେ ଅପିଲ୍

ଶାଶୂଘରକୁ ଯିବା ପୂର୍ବରୁ ଜଣେ ସଚେତନ ନାଗରିକର କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ନବବିବାହିତା ।

ମଣ୍ଡପରୁ ମତଦାନ କେନ୍ଦ୍ର

ମଣ୍ଡପରୁ ମତଦାନ କେନ୍ଦ୍ର । ବିବାହ ଶେଷ ହେବାର ତୁରନ୍ତ ପରେ ମତଦାନ କେନ୍ଦ୍ରରେ ପହଞ୍ଚିଗଲେ ଦମ୍ପତି । ଶାଶୂଘରକୁ ଯିବା ପୂର୍ବରୁ ଜଣେ ସଚେତନ ନାଗରିକର କାମ କରି ସମାଜ ପାଇଁ ଉଦାହରଣ ସୃଷ୍ଟି କଲେ ନବବିବାହିତା । ଗତକାଲି ଉଭୟଙ୍କର ବିବାହ ହୋଇଛି । ନିଜେ ଭୋଟ୍ ଦେବା ସହ ନବବିବାହିତ ଦମ୍ପତି ରାଜ୍ୟର ସମସ୍ତ ଲୋକଙ୍କୁ ଭୋଟ୍ ଦେବାକୁ ନିବେଦନ ମଧ୍ୟ କରିଛନ୍ତି ।

ୟୁପିରେ ତୃତୀୟ ପର୍ଯ୍ୟାୟ ପାଇଁ ଆଜି ୧୬ଟି ଜିଲ୍ଲାର ୫୯ଟି ବିଧାନସଭା ଆସନରେ ଭୋଟ୍ ଗ୍ରହଣ ଚାଲିଛି । ସନ୍ଧ୍ୟା ୬ଟା ସୁଦ୍ଧା ମତଦାନ ହେବ ବୋଲି କୁହାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ମଧ୍ୟ ରାଜ୍ୟବାସୀଙ୍କୁ ଭୋଟ୍ ଦେବାକୁ ସାଧାରଣ ଜନତାଙ୍କୁ ନିବେଦନ କରିଥିଲେ । 'ଭୟମୁକ୍ତ, ଦଙ୍ଗା ମୁକ୍ତ, ଅପରାଧମୁକ୍ତ ରାଜ୍ୟ, ରାଷ୍ଟ୍ରବାଦର ବିଜୟ ପାଇଁ,' ଆତ୍ମନିର୍ଭରଶୀଳ ତଥା ନୂତନ ଉତ୍ତରପ୍ରଦେଶ 'ସୃଷ୍ଟି ଏବଂ ଲୋକଙ୍କ ଉନ୍ନତି ପାଇଁ ଭୋଟ୍ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଭୋଟ୍ ଦେଉଛନ୍ତି ୨ କୋଟି ୧୫ ଲକ୍ଷରୁ ଅଧିକ ଭୋଟର

ତୃତୀୟ ପର୍ଯ୍ୟାୟରେ ଦୁଇ କୋଟି ୧୫ ଲକ୍ଷରୁ ଭୋଟର ଆଜି ମତଦାନ କରିବେ । ଏଥିମଧ୍ୟରେ ଏକ କୋଟି ୧୬ ଲକ୍ଷରୁ ଅଧିକ ପୁରୁଷ ଭୋଟର ଏବଂ ୯୯ ଲକ୍ଷରୁ ଅଧିକ ମହିଳା ଭୋଟର ଥିବାବେଳେ ଏକ ହଜାରରୁ ଅଧିକ ଟ୍ରାନ୍ସଜେଣ୍ଡର (ତୃତୀୟ ଲିଙ୍ଗୀ) ଭୋଟର ସାମିଲ ଅଛନ୍ତି । ହାଥରସ୍, ଫିରୋଜାବାଦ, ଇଟାଓ୍ୱା, କାସଗଂଜ, ମୈନପୁରୀ, ଫାରୁଖାବାଦ, କନୌଜ, କାନପୁର, ଝାନ୍ସି ପରି ଜିଲ୍ଲାରେ ଭୋଟ ହେବ ସମାଜବାଦୀ ପାର୍ଟିର ଅଖିଳେଖ ଯାଦବ ଲଢୁଥିବା କଡ଼ହଲ୍ ଆସନରେ ମଧ୍ୟ ଆଜି ମତଦାନ ହେଉଛି ।