କେବେ ଘଷାମୋଡ଼ା କେବେ ଖଟି ! ଜେଲ ଭିତରେ ସୁପରିଟେଣ୍ଡେଣ୍ଟଙ୍କ ସହ ଗପସପ କରୁଛନ୍ତି ସତ୍ୟେନ୍ଦ୍ର ଜୈନ୍

ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସହ ୩ ଜଣ ବ୍ୟକ୍ତି ଖଟି କରୁଥିବା ଭିଡିଓ ଭାଇରାଲ୍‌ ।

satyndra jain new video

ତିହାର ଜେଲ୍ ଭିତରୁ ଆସୁଛି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନଙ୍କ ଗୋଟିଏ ପରେ ଗୋଟିଏ ସିସିଟିଭି ଫୁଟେଜ । ପ୍ରଥମେ ଜେଲ୍ ଭିତରେ ବଡି ମସାଜ, ଆଉ ତା’ପରେ ରେଷ୍ଟୁରାଣ୍ଟର ଖାଦ୍ୟ ଆଉ ଏବେ ଜନତା ଦରବାର । ତିହାର ଜେଲ୍ ଭିତରୁ ଏଭଳି କିଛି ଭିଡିଓ ପୁଣି ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି ।

ସେପ୍ଟେମ୍ବର ୧୨ ତାରିଖ ପାଖାପାଖି ରାତି ୮ ବେଳେ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍ ସାଦା ପୋଷାକରେ ଥିବା ୩ଜଣ ବ୍ୟକ୍ତିଙ୍କ ସହ ଖଟି କରୁଥିବା ଦେଖିବାକୁ ମିଳିଛି । ସତ୍ୟେନ୍ଦ୍ର ବେଡରେ ଆରାମରେ ଗଡ଼ି ରହି କିଛି ଲୋକଙ୍କ ସହ ଗପସପ କରୁଥିବା ସିସିଟିଭି ଫୁଟେଜରେ ରହିଛି । ତେବେ ଏହାର କିଛି ସମୟ ପରେ ସତ୍ୟେନ୍ଦ୍ରଙ୍କ ସେଲକୁ ଆସୁଛନ୍ତି ତିହାର ଜେଲ୍‌ର ସୁପରିନଟେଣ୍ଡେଣ୍ଟ୍ । ବର୍ତ୍ତମାନ ନିଲମ୍ବିତ ଥିବା ଏହି ଜେଲ୍ ସୁପରିନ୍ଟେଣ୍ଡେଣ୍ଟ ଅଜିତ କୁମାରଙ୍କ ସହ ପାଖାପାଖି ୧୫ ମିନିଟ ଧରି ମନ୍ତ୍ରୀ ସତ୍ୟେନ୍ଦ୍ର ଆଲୋଚନା କରୁଛନ୍ତି । ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ହେଉଛି ତାହା ସ୍ପଷ୍ଟ ହୋଇନାହିଁ ।

ସେତେବେଳେ ଅଜିତ କୁମାର ତିହାର ଜେଲର, ଜେଲ୍ ନମ୍ବର ୭ର ସୁପରିନଟେଣ୍ଡେଣ୍ଟ ଥିଲେ । ତେବେ ଜେଲର ସେଲ୍ ଭିତରେ ଅନ୍ୟ ଅନ୍ତେବାସୀଙ୍କ ସହ ବସି ଏଭଳି ଆଲୋଚନା କରିବାକୁ ଅନୁମତି ନଥିଲେ ବି ମନ୍ତ୍ରୀ ଜୈନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲ୍ ଭିତରେ ମସାଜ୍ ଦିଆଯାଉଥିବା ସିସିଟିଭି ଫୁଟେଜ୍ ବାହାରକୁ ଆସିଥିଲା ।

ମସାଜ୍ ଦିଆଯାଉଥିବା ସିସିଟିଭି ଫୁଟେଜ୍

 

ଖାଦ୍ୟ ଖାଉଥିବାରୁ ଫୁଟେଜ୍‌

 

ଏପରିକି ଜେଲରେ ସତ୍ୟେନ୍ଦ୍ର ସ୍ୱାଦିଷ୍ଟ ଖାଦ୍ୟ ଖାଉଥିବା ଭିଜୁଆଲ୍ ବି ଦେଖିବାକୁ ମିଳିଥିଲା । ଜେଲରେ ଭଲ ଖାଦ୍ୟ ଦିଆଯାଉ ନଥିବାରୁ ତାଙ୍କ ଓଜନ ୨୮ କେଜି କମିଥିବା ସତ୍ୟେନ୍ଦ୍ରଙ୍କ ଓକିଲ ଅଭିଯୋଗ କରିଥିଲେ । ତେବେ ଏହାକୁ ଖଣ୍ଡନ କରିବା ସହ ୮ କେଜି ଓଜନ ବଢ଼ିଥିବା କହିଥିଲେ ଜେଲ୍ କର୍ତ୍ତୃପକ୍ଷ । ଏବେ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କ ନୂଆ ଫୁଟେଜ୍ ତାଙ୍କ ଅଡୁଆ ବଢାଇବ ବୋଲି କୁହାଯାଉଛି ।

ବେନାମୀ କଂପାନି କରି ମନିଲଣ୍ଡରିଂ ମାମଲାରେ ଇଡି ଦ୍ୱାରା ଗିରଫ ହୋଇ ଗତ ଜୁନରୁ ଜେଲରେ ଅଛନ୍ତି ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜେନ୍ ।