Advertisment

୮ ବର୍ଷରୁ ଅଧିକ ପୁରୁଣା ଗାଡ଼ି ଥିଲେ, କରାଇ ନିଅନ୍ତୁ ଏହି ସବୁ ଟେଷ୍ଟ . . ନଚେତ୍

ସରକାରଙ୍କୁ ଘାରିଛି ପ୍ରଦୂଷଣ ଚିନ୍ତା। ଏହାକୁ ବଳିଯାଇଛି ଦୁର୍ଘଟଣା। ପ୍ରତିଦିନ ଦୁର୍ଘଟଣା ନେଇଛି ଜୀବନ। ଏବେ ପ୍ରଦୂଷଣ ଓ ଦୁର୍ଘଟଣା ରୋକିବାକୁ ନୂଆ ତରିକା ଆପଣାଇଛନ୍ତି ସରକାର। ଯଦି ଆପଣଙ୍କ ଗାଡି ୮ ବର୍ଷରୁ ଅଧିକ ପୁରୁଣା ହୋଇଥିବ, ତେବେ ଏହି ସବୁ ଟେଷ୍ଟ କରିବା ଜରୁରୀ...

ଅଦ୍ୟତନ ହୋଇଛି
Old Vehicle

Old Vehicle

Advertisment

ଏପ୍ରିଲ ୧ରୁ ନୂଆ ନିୟମ । ୮ ବର୍ଷର ପୁରୁଣା ଗାଡି ଆପଣଙ୍କ ପାଖରେ ଥିଲେ କରିବାକୁ ହେବ ଏସବୁ ଟେଷ୍ଟ। ନଚେତ ଆପଣ ହଇରାଣ ହରକତ ହୋଇପାରନ୍ତି । ସୁରକ୍ଷା ଓ ପରିବେଶକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ୨୦୨୨ ଏପ୍ରିଲ ପହିଲାରୁ ଏକ ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ୮ ବର୍ଷ ପୁରୁଣା କମର୍ସିଆଲ୍ ଗାଡିର ପ୍ରତି ବର୍ଷ ଫିଟନେସ୍ ଟେଷ୍ଟ କରାଇବା ବାଧ୍ୟତାମୂଳକ ହୋଇପାରେ। କେନ୍ଦ୍ର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ଫେବୃୟାରୀ ୨ ତାରିଖରେ ଡ୍ରାଫ୍ଟ ନୋଟିଫିକେସନ ଜାରି କରି ଏଥିପାଇଁ ପରାମର୍ଶ ଲୋଡିଛି।

Advertisment

୮ ବର୍ଷରୁ କମ ସମୟର ଟ୍ରକ୍ ବା ବସ୍ ଆଦିକୁ ପ୍ରତି ୨ ବର୍ଷରେ ଥରେ ଫିଟନେସ୍ ଟେଷ୍ଟ କରାଇବାକୁ ସୂଚନା ଦିଆଯାଇଛି। ସେହିଭଳି ୮ ବର୍ଷ ବା ଅଧିକ ପୁରୁଣା କମର୍ସିଆଲ୍ ଗାଡିର ଫିଟନେସ୍ ଟେଷ୍ଟ ପ୍ରତି ବର୍ଷ କରାଇବା ବାଧ୍ୟତାମୂଳକ କରାଯାଇଛି। ତେବେ ସବୁ କିଛି ଫିଟନେସ୍ ଟେଷ୍ଟ କେବଳ ଲିଷ୍ଟେଡ୍ ଅଟୋମେଟେଡ୍ ଷ୍ଟେସନରେ କରାଇବା ଜରୁରୀ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି।

ଫିଟନେସ୍ ସାର୍ଟିଫିକେଟ୍ ରିନ୍ୟୁ ନ କଲେ ଜରିମାନା ଲାଗିବ। ଆଉ ସେହି ଗାଡିଗୁଡିକ ରାସ୍ତାରେ ଚାଲିବାକୁ ଅନୁମତି ମିଳିବ ନାହିଁ। ୮ ବର୍ଷରୁ ଅଧିକ ପୁରୁଣା ଗାଡି ଅଧିକ ତେଲ ପିଇଥାଏ। ଯାହା ପରିବେଶ ପାଇଁ କ୍ଷତିକାରକ ହୋଇଥାଏ। ଏହା ସହିତ ଏମିତି ଗାଡି ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇଥାଏ। ତେଣୁ

Advertisment

ଏସବୁ ଗାଡିଗୁଡିକ ଉପରେ ଲଗାମ ଲଗାଇଲେ ପରିବେଶ ସୁରକ୍ଷିତ ରହିବା ସହ ଯାତ୍ରୀମାନେ ସୁରକ୍ଷିତ ଯାତ୍ରା କରିପାରିବେ। କିଛି ଦିନ ପୂର୍ବରୁ ୧୫ ବର୍ଷ ପୁରୁଣା କମର୍ସିଆଲ୍ ଗାଡି ଏବଂ ୨୦ ବର୍ଷ ପୁରୁଣା ପର୍ସନାଲ୍ ଗାଡିକୁ ସ୍କ୍ରାପ୍ କରିବା ପାଇଁ ପଲିସି ଆସି ସାରିଛି। ଏହି ନୂଆ ନିୟମ ମଧ୍ୟ ସେହି ପଲିସିର ଆଗାମୀ ପଦକ୍ଷେପ ବୋଲି କୁହାଯାଇପାରେ।

ସ୍କ୍ରାପେଜ୍ ପଲିସି ପାଇଁ ଭାରତ ସରକାର ଫିଟନେସ ଟେଷ୍ଟର ହାଇଟେକ୍ ଆର୍ ଏଣ୍ଡ ସି ସେଣ୍ଟର୍ସ ୧୦ ରାଜ୍ୟରେ ସ୍ଥାପିତ କରିବେ। ଏଥିପାଇଁ କେନ୍ଦ୍ର ଦ୍ୱାରା ୨୨ ଡିସେମ୍ବର ୨୦୨୧ରେ ନୋଟିଫିକେସନ ଜାରି ହୋଇ ସାରିଛି। ଏହି ସେଣ୍ଟର୍ସମାନଙ୍କରେ ଥ୍ରି-ହ୍ୱିଲର, ଫୋର୍-ହ୍ୱିଲର, ପ୍ରାଇଭେଟ୍ ଏବଂ କମର୍ସିଆଲ୍ ଗାଡିର ଫିଟନେସ୍ ଟେଷ୍ଟ କରି ସାର୍ଟିଫିକେଟ୍ ପ୍ରଦାନ କରାଯିବ। ଆଉ ଖାସ୍ ଷ୍ଟିକର୍ସ ଗାଡି ଉପରେ ଲଗାଯିବ। ଏଠାରେ ପିୟୁସିର ଯାଞ୍ଚ କରାଯାଇ ଫିଟନେସ୍ ଟେଷ୍ଟର ସମସ୍ତ ସୂଚନା ସରକାରୀ ୱେବସାଇଟରେ ଦିଆଯିବ। ଯାହାକି ସେଣ୍ଟ୍ରାଲ୍ ଡାଟା ସହିତ ଯୋଡି ହେବ। ଫଳରେ ଦେଶର କୌଣସି ସ୍ଥାନରୁ ଗାଡିର ସମସ୍ତ ସୂଚନା ଜାଣି ହେବ।

Advertisment
Old Vehicle Scrapping Policy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ