Advertisment

ଏଣିକି ରାସ୍ତାରେ ଗଡ଼ିବା ବଦଳରେ ଆକାଶରେ ଉଡ଼ିବ ଟ୍ୟାକ୍ସି

ଟ୍ୟାକ୍ସିରେ ଗଲାବେଳେ ଆପଣ ହୁଏତ କେବେ ନା କେବେ ଟ୍ରାଫିକ୍ ଜାମରେ ଫସିଥିବେ। ଏହି ସମୟରେ ଆପଣଙ୍କ ମନକୁ ଆସୁଥିବ ଯେ, ଏମିତି କିଛି ବ୍ୟବସ୍ଥା ଥାନ୍ତା କି, ଯେଉଁଥିରେ ଆମେ ଉଡ଼ି ଉଡ଼ି ପଳାନ୍ତୁ। ଭାରତରେ ଏଭଳି ସ୍ୱପ୍ନ ଆଗକୁ ହୁଏତ ବାସ୍ତବତାର ରୂପ ନେଇପାରେ । ଦେଶରେ ନୂଆ ଡ୍ରୋନ ନୀତି ଘୋଷଣା ହେବା ପରେ, ଏୟାର୍ ଟ୍ୟାକ୍ସି ଚଳାଚଳ ପାଇଁ ବାଟ ଫିଟିଛି ।.

drone-policy

drone-policy

Advertisment

ନୂଆଦିଲ୍ଲୀ: ଟ୍ୟାକ୍ସିରେ ଗଲାବେଳେ ଆପଣ ହୁଏତ କେବେ ନା କେବେ ଟ୍ରାଫିକ୍ ଜାମରେ ଫସିଥିବେ। ଏହି ସମୟରେ ଆପଣଙ୍କ ମନକୁ ଆସୁଥିବ ଯେ, ଏମିତି କିଛି ବ୍ୟବସ୍ଥା ଥାନ୍ତା କି, ଯେଉଁଥିରେ ଆମେ ଉଡ଼ି ଉଡ଼ି ପଳାନ୍ତୁ। ଭାରତରେ ଏଭଳି ସ୍ୱପ୍ନ ଆଗକୁ ହୁଏତ ବାସ୍ତବତାର ରୂପ ନେଇପାରେ । ଦେଶରେ ନୂଆ ଡ୍ରୋନ ନୀତି ଘୋଷଣା ହେବା ପରେ, ଏୟାର୍ ଟ୍ୟାକ୍ସି ଚଳାଚଳ ପାଇଁ ବାଟ ଫିଟିଛି ।.

Advertisment

ରାସ୍ତାରେ ଗଡ଼ିବନି, ଆକାଶରେ ଉଡ଼ିବ ଟ୍ୟାକ୍ସି। ଭାରତରେ ଖୁବଶୀଘ୍ର ଆରମ୍ଭ ହୋଇପାରେ ଏୟାର୍ ଟ୍ୟାକ୍ସି ସେବା । ଏଥିପାଇଁ ବାଟ ଫିଟାଇଛି ସରକାରଙ୍କ ନୂଆ ଡ୍ରୋନ ନିୟମ । ଡ୍ରୋନ୍ ନିୟମ-୨୦୨୧ ଘୋଷଣା ପରେ ଏଭଳି ସେବାକୁ ବାସ୍ତବ ରୂପ ଦେବା ପାଇଁ ପଥ ପରିଷ୍କାର ହୋଇଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିବା ଏହି ନୂଆ ନୀତି ଅନୁଯାୟୀ ଦେଶରେ ଡ୍ରୋନ କାର୍ଗୋ ସେବା କିମ୍ବା ଟ୍ୟାକ୍ସି ସେବାର ପ୍ରଚଳନ ଏବେ ବାସ୍ତବତାରେ ପରିଣତ ହୋଇପାରେ । ଏନେଇ ବେସାମରିକ ବିମାନଚଳାଚଳ ମନ୍ତ୍ରୀ ବି ସଂକେତ ଦେଇଛନ୍ତି ।.

Advertisment

ସରକାର ଘୋଷଣା କରିଥିବା ନୂଆ ଡ୍ରୋନ ନୀତିରେ ଅନେକ ବ୍ୟବସ୍ଥାର ସରଳୀକରଣ କରାଯାଇଛି। ଡ୍ରୋନ ଉଡ଼ାଣ ଲାଗି ଅନୁମତି ପାଇଁ ଉଦ୍ଦିଷ୍ଟ ଫର୍ମ ସଂଖ୍ୟା ୨୫ରୁ ୫କୁ ହ୍ରାସ କରାଯାଇଛି । ଆଗରୁ ୭୨ ପ୍ରକାର ଫି ଦାଖଲ କରିବାକୁ ପଡୁଥିବାବେଳେ, ଏଣିତି ମାତ୍ର ୪ ପ୍ରକାର ଫି ଦେବାକୁ ପଡ଼ିବ । ବଡ଼ କଥା ହେଉଛି ଡ୍ରୋନର ଓଜନ ୩୦୦ କେଜିରୁ ୫୦୦ କେଜିକୁ ବୃଦ୍ଧି କରାଯାଇଛି। ଡ୍ରୋନ କରିଡର ବିକଶିତ କରିବା ପାଇଁ ବ୍ୟବସ୍ଥା ହୋଇଛି । ଏହାଫଳରେ ଏୟାର୍ ଟ୍ୟାକ୍ସି ଉଡ଼ାଣ ସ୍ୱପ୍ନ ଆଗାମୀ ଦିନରେ ସତରେ ପରିଣତ ହେବାର ଆଶା ଉଜ୍ଜ୍ୱଳ ହୋଇଛି । ନୂଆ ଡ୍ରୋନ୍ ନୀତି ଅନୁଯାୟୀ, ଏୟାର୍ସ୍ପେଶକୁ ସବୁଜ, ହଳଦିଆ ଓ ଲାଲ୍ ରଙ୍ଗରେ ଚିହ୍ନିତ କରି ବିଭିନ୍ନ ବର୍ଗରେ ବଣ୍ଟାଯାଇଛି । ଗ୍ରୀନ୍ ଜୋନରେ ଅର୍ଥାତ୍ ୪୦୦ ଫୁଟ୍ ଉଚ୍ଚତା ଯାଏଁ ଉଡ଼ାଣ ଲାଗି ସରକାରଙ୍କ ଅନୁମତି ନେବାକୁ ପଡ଼ିବନି।

ନୂଆ ଡ୍ରୋନ ନିୟମ ବ୍ୟବସାୟିକ ଦିଗରେ ନୂଆ ସମ୍ଭାବନା ସୃଷ୍ଟି କରିବା ସହ ଷ୍ଟାର୍ଟ ଅପ୍ ଓ ଯୁବ ପିଢୀଙ୍କୁ ନିଯୁକ୍ତି ସୁଯୋଗ ଦେବ ବୋଲି ଆଶା କରାଯାଉଛି ।.

Advertisment
India Drone-policy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ