ମହାରାଷ୍ଟ୍ରରେ ଚାଞ୍ଚଲ୍ୟ; ବରିଷ୍ଠ NCP ନେତାଙ୍କୁ ଗୁଳି କରି ହତ୍ୟା

ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ। 

Baba Siddique

ମହାରାଷ୍ଟ୍ରରେ ଚାଞ୍ଚଲ୍ୟ । ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ। ପେଟ ଓ ଛାତିରେ ବାଜିଲା ୨ରୁ ୩ ରାଉଣ୍ଡ୍ ଗୁଳି । ଗୁଳିମାଡ଼ ପରେ ତାଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଖବର ସାମ୍ନାକୁ ଆସୁଛି ।

ବାବା ଜିଆଉଦ୍ଦିନ ସିଦ୍ଦିକି ଓରଫ୍ ବାବା ସିଦ୍ଦିକି ନିଜ ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସକୁ ଯାଇଥିଲେ। ସେତେବେଳେ ଅଚାନକ ତାଙ୍କ ଉପରକୁ ଗଳିଚାଲିଥିବା ବୋଲି ସୂଚନା ମିଳିଛି । ପୋଲିସ ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲା, ତାହା ସ୍ପଷ୍ଟ ହୋଇପାରିନି । ଏହା ପଛରେ କାହାର ହାତ ରହିଛି ତାକୁ ନେଇ ତଦନ୍ତ ଚାଲିଛି । 

ଦୀର୍ଘ ୪୮ ବର୍ଷ ଧରି NCPରେ ଥିଲେ ବାବା ସିଦ୍ଦିକି। ଫେବୃଆରୀରେ ଇସ୍ତଫା ଦେଇ ଅଜିତ ପାୱାର ଗୋଷ୍ଠୀରେ ମିଶିଥିଲେ। ସେ ବାନ୍ଦ୍ରା ୱେଷ୍ଟରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୯, ୨୦୦୪ ଓ ୨୦୦୯ରେ ଜିତିବା ପରେ ୨୦୧୪ରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା । ୨୦୦୪ ରୁ ୨୦୦୮ ଯାଏଁ ସେ ମହାରାଷ୍ଟ୍ର ଶ୍ରମ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିଲେ। ତାଙ୍କ କର୍ମଭୂମି ବାନ୍ଦ୍ରାରେ ବହୁ ଫିଲ୍ମ ତାରକା ରହୁଥିବାରୁ ସେମାନଙ୍କ ସହ ବାବା ସିଦ୍ଦିକିଙ୍କର ଖୁବ୍ ଘନିଷ୍ଠତା ଥିଲା ।

 ତେବେ ଚଳିତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ, ତାରିଖ ଘୋଷଣା ପୂର୍ବରୁ NCP ଅଜିତ ପାୱାର ଗୋଷ୍ଠୀ ନେତାଙ୍କୁ ହତ୍ୟା ମହାରାଷ୍ଟ୍ର ରାଜନୀତିରେ ହଲଚଲ ସୃଷ୍ଟି କରିଛି ।