National Film Award: ଅଲ୍ଲୁ ଅର୍ଜୁନ ଶ୍ରେଷ୍ଠ ଅଭିନେତା, ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ଚଳଚ୍ଚିତ୍ର ମିମି ପାଇଁ କ୍ରୀତି, ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ପୁରସ୍କୃତ । ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ।

National Film Award

ଦିଲ୍ଲ ବିଜ୍ଞାନ ଭବନରେ ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁଷ୍ପା ପାଇଁ ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର । କ୍ରୀତି ସନ୍ନୋନ ଓ ଆଲିଆ ଭଟ୍ଟ ପାଇଲେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ।

ଚଳଚ୍ଚିତ୍ର ମିମି ପାଇଁ କ୍ରୀତି, ଗଙ୍ଗୁବାଇ କାଥିଆୱାଡ଼ ପାଇଁ ଆଲିଆ ପୁରସ୍କୃତ । ପଙ୍କଜ ତ୍ରିପାଠୀ ଶ୍ରେଷ୍ଠ ସହଅଭିନେତା, ପଲ୍ଲବୀ ଯୋଶୀ ଶ୍ରେଷ୍ଠ ସହଅଭିନେତ୍ରୀ ପୁରସ୍କାର ପାଇଛନ୍ତି।

ଅଲ୍ଲୁ ଅର୍ଜୁନ ହେଉଛନ୍ତି ପ୍ରଥମ ତେଲୁଗୁ ଅଭିନେତା ଯିଏ କି ଏହି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଗ୍ରହଣ କରିଛନ୍ତି । ଅନ୍ୟପଟେ ୱାହିଦା ରେହମାନଙ୍କୁ ଭାରତୀୟ ସିନେମାରେ ନିଜର ଅବଦାନ ପାଇଁ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ସେପଟେ ବେଷ୍ଟ ଫିଚର ଫିଲ୍ମ ଭାବେ Rocketry: The Nambi Effect ସମ୍ମାନିତ ହୋଇଛି । ରାଷ୍ଟ୍ରୀୟ ଏକତା ପାଇଁ ‘The Kashmir Files’ ସର୍ବଶ୍ରେଷ୍ଠ ନର୍ଗିସ ଦତ୍ତ ଆୱାର୍ଡରେ ସମ୍ମାନିତ ହୋଇଛି ।

ଶ୍ରେୟା ଘୋଷାଲଙ୍କୁ ବେଷ୍ଟ ଫିମେଲ୍‌ ପ୍ଲେ ବ୍ୟାକ୍‌ ସିଙ୍ଗର ପୁରସ୍କାରରେ ସମ୍ମାନିତ କରାଯାଇଛି । ପଞ୍ଚମ ଥର ପାଇଁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଶ୍ରେୟା । ଏଥର ସେ 'Iravin Nizhal'ର 'Mayava Chayava' ଗୀତ ପାଇଁ ପୁରସ୍କାର ପାଇଛନ୍ତି ।

ବେଷ୍ଟ ମ୍ୟୁଜିକ୍‌ କମ୍ପୋଜର ଭାବେ ଦେବୀ ପ୍ରସାଦଙ୍କୁ ପୁରସ୍କାର ଦିଆଯାଇଛି । ପୁଷ୍ପା ଗୀତ ପାଇଁ ଏହି ପୁରସ୍କାର ଦିଆଯାଇଛି । 

‘ସେରସାହ’ ପାଇଁ କରଣ ଜୋହର ଓ ବିଷ୍ଣୁ ବର୍ଦ୍ଧନଙ୍କୁ ବେଷ୍ଟ ଡାଇରେକ୍ଟର ପୁରସ୍କାର ।

 

ସେହିଭଳି 'ପ୍ରତୀକ୍ଷା' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ 'ପ୍ରତୀକ୍ଷା'ର ଚଳଚ୍ଚିତ୍ରର ନିର୍ଦ୍ଦେଶକ ତଥା ପ୍ରଯୋଜକ ଅନୁପମ ପଟ୍ଟନାୟକ ପୁରସ୍କାର ଗ୍ରହଣ କରିଛନ୍ତି । ବାପ-ପୁଅ ସମ୍ପର୍କକୁ ନେଇ ଏକ ଗଳ୍ପରୁ ଫିଲ୍ମଟି ଅନୁପ୍ରାଣିତ ହୋଇଛି।