Advertisment

ମଥାରେ ସିନ୍ଦୂର ଲଗାଇ, ଓଢଣା ପକାଇ ଥାନାକୁ ଆସିଲେ ମୁସଲିମ ଯୁବତୀ

ସିନ୍ଥିରେ ସିନ୍ଦୂର ଲଗାଇ, ମଥାରେ ଓଢଣା ଟାଣି ଥାନାରେ ପହଞ୍ଚିଲେ ହିନ୍ଦୁ ବୋହୂ ସାଜିଥିବା ମୁସ୍‌ଲିମ ଯୁବତୀ। ପୋଲିସକୁ ମାଗିଥିଲେ ସୁରକ୍ଷା। ଏହି ମହିଳା ଜଣକ ଦିନେ ଥିଲେ ଇକରା । ଆଜି ହୋଇଛନ୍ତି ଇଶିକା। ଧର୍ମ ପରିବର୍ତ୍ତନ କରି ସେ ମୁସ୍‌ଲିମରୁ ହୋଇଛନ୍ତି ହିନ୍ଦୁ। ସନାତନ ଧର୍ମକୁ ସ୍ୱୀକାର କରି ନେଇଛନ୍ତି। ସ୍ୱାମୀ ରାହୁଲ ଓ  ତାଙ୍କ ପରିବାର ସହ ସେ ଭଲରେ ଅଛନ୍ତି।

ଅଦ୍ୟତନ ହୋଇଛି
true love of Ishika

true love of Ishika

Advertisment

ସିନ୍ଥିରେ ସିନ୍ଦୂର ଲଗାଇ, ମଥାରେ ଓଢଣା ଟାଣି ଥାନାରେ ପହଞ୍ଚିଲେ ହିନ୍ଦୁ ବୋହୂ ସାଜିଥିବା ମୁସ୍‌ଲିମ ଯୁବତୀ। ପୋଲିସକୁ ମାଗିଥିଲେ ସୁରକ୍ଷା। ଏହି ମହିଳା ଜଣକ ଦିନେ ଥିଲେ ଇକରା । ଆଜି ହୋଇଛନ୍ତି ଇଶିକା। ଧର୍ମ ପରିବର୍ତ୍ତନ କରି ସେ ମୁସ୍‌ଲିମରୁ ହୋଇଛନ୍ତି ହିନ୍ଦୁ। ସନାତନ ଧର୍ମକୁ ସ୍ୱୀକାର କରି ନେଇଛନ୍ତି। ସ୍ୱାମୀ ରାହୁଲ ଓ  ତାଙ୍କ ପରିବାର ସହ ସେ ଭଲରେ ଅଛନ୍ତି। ତଥାପି ଧର୍ମ ପରିବର୍ତ୍ତନ କରିଥିବାରୁ ତାଙ୍କର ଓ ତାଙ୍କ ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ଜୀବନ ପ୍ରତି ବିପଦ ଥିବା ସେ ଆଶଙ୍କା କରୁଛନ୍ତି। ତେଣୁ ସୁରକ୍ଷା ପାଇଁ ପୋଲିସ ସହାୟତା ମାଗିଛନ୍ତି। 

Advertisment

ଯୋଧପୁରରେ ଏବେ ଚର୍ଚ୍ଚାରେ ରାହୁଲ ବର୍ମା ଏବଂ ଇକରା ଓରଫ ଇଶିକାଙ୍କ ପ୍ରେମ କାହାଣୀ।  ଯୋଧପୁରରେ ରହୁଥିବା ଇଶିକାଙ୍କ ଘର ପାଖରେ ରାହୁଲଙ୍କ ଡ୍ୟାନ୍ସ ସ୍କୁଲ ଅଛି। ପ୍ରଥମେ ବନ୍ଧୁତ୍ୱରୁ ଦୁହିଁଙ୍କର ସମ୍ପର୍କ ଆରମ୍ଭ ହୋଇଥିଲା।  ୩ ବର୍ଷ ତଳେ ଏହି ବନ୍ଧୁତ୍ୱ ପ୍ରେମର ରୂପ ନେଇଥିଲା  । ଉଭୟେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରେମ ପାଇଁ  ନିଜ  ଧର୍ମକୁ ବି ବଦଳେଇ ପାରିବେ ବୋଲି ଇଶିକା କହିଥିଲେ। ତେଣୁ ଗତ ଅଗଷ୍ଟ ୬ ତାରିଖରେ ଇଶିକା ଘର ଛାଡି ରାହୁଲଙ୍କ ସହ ପଳାଇ ଯାଇଥିଲେ। ଏକଥା ଜାଣିବା ପରେ ତାଙ୍କ ପରିବାର ଲୋକେ ନିଖୋଜ ମାମଲା ଦାଏର କରିଥିଲେ।

ହେଲେ ଏପଟେ ରାହୁଲ ଓ ଇଶିକା ହୀନ୍ଦୁ ରୀତି, ନୀତି ଓ ପରମ୍ପରା ଅନୁସାରେ ବିବାହ କରିଥିଲେ। ଏହି ବିବାହ ସମ୍ପନ୍ନ କରାଇଥିଲେ ମୁସ୍‌ଲିମ ଧର୍ମ ଛାଡ଼ି ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଚେତନ ସିଂ ରାଜପୁତ। ବିବାହ ଖବର ପାଇବା ପରେ ଜୋଧପୁର ପୋଲିସ ବନ୍ଦସୌର ସିଟି ଥାନାରେ ପହଞ୍ଚି ଇଶିକାଙ୍କୁ ଡକାଇ ତାଙ୍କ ବୟାନ ରେକର୍ଡ କରିଥିଲା।

Advertisment

ଇଶିକାଙ୍କ କହିବା ଅନୁଯାୟୀ ସେ ସାବାଳିକା ଅଟନ୍ତି। ସେ ନିଜ ଇଚ୍ଛାରେ ରାହୁଲଙ୍କ ସହ ବିବାହ କରିଛନ୍ତି।  ତେବେ ଉଭୟେ ଏବେ ମନ୍ଦସୌରରେ ରହିବାକୁ ଚାହୁଁଛନ୍ତି। କିନ୍ତୁ ଦରକାର ପଡ଼ିଲେ ଯୋଧପୁର ଯାଇପାରନ୍ତି। ତେଣୁ ସେ ସମୟରେ ତାଙ୍କୁ ସୁରକ୍ଷା ଆବଶ୍ୟକ । ପୋଲିସ ତାଙ୍କୁ ସେତିକି ସୁରକ୍ଷା ଯୋଗାଇ ଦେବାକୁ ସେ ଅନୁରୋଧ କରିଥିଲେ। 

ରାହୁଲଙ୍କ ବାପା ଦିନେଶ ମଧ୍ୟ କହିଥିଲେ, ଯେହେତୁ ରାହୁଲଙ୍କ କାମ ଧନ୍ଦା ଯୋଧପୁରରେ ତେଣୁ ତାଙ୍କୁ ଯୋଧପୁରରେ ସୁରକ୍ଷାର ଆବଶ୍ୟକତା ରହିଛି।  ଏ ନେଇ ଚେତନ ସିଂ ରାଜପୁତ୍‌ କହିଛନ୍ତି, କିଛି ଲୋକ ରାହୁଲଙ୍କ ଘର ଉପରେ ନଜର ରଖିଛନ୍ତି। ସେଥିପାଇଁ ତାଙ୍କୁ ସୁରକ୍ଷା ଦରକାର। ତେବେ ରାହୁଲ ବା ଇଶିକା କୌଣସି ଧମକ ପାଇ ନାହାନ୍ତି। 

Advertisment

Muslims After Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ