Advertisment

ପୋଲିସ୍‌ ଭ୍ୟାନ୍‌ରେ ବସି ବର୍ଥ ଡେ’ କେକ୍‌ କାଟିଲା ହତ୍ୟା ଅଭିଯୁକ୍ତ, ଭିଡିଓ ଭାଇରାଲ୍‌...

ଜଣେ ହତ୍ୟା ଅଭିଯୁକ୍ତ ପୋଲିସ୍‌ ଭ୍ୟାନ୍‌ ଭିତରେ ବସି ଜନ୍ମଦିନ ପାଳୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସମର୍ଥକମାନେ ସାଙ୍ଗରେ କେକ୍‌ ଆଣିବା ସହ ଭ୍ୟାନ୍‌ ଭିତରେ ବସିଥିବା ଅଭିଯୁକ୍ତ ରୋଶନ ଝା’ଙ୍କୁ ଏହାକୁ କାଟିବା ପାଇଁ କହିଥିଲେ।

Murder accused cuts birthday cake while sitting inside police van

Murder accused cuts birthday cake while sitting inside police van

Advertisment

ପୋଲିସ୍‌ ଭ୍ୟାନ୍‌ରେ କେକ୍‌ କାଟି ଜନ୍ମଦିନ ପାଳିଲା ହତ୍ୟା ଅଭିଯୁକ୍ତ। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମହାରାଷ୍ଟ୍ର ଥାନେ ଜିଲ୍ଲା ଉଲାହସନଗରରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି। ଜଣେ ହତ୍ୟା ଅଭିଯୁକ୍ତ ପୋଲିସ୍‌ ଭ୍ୟାନ୍‌ ଭିତରେ ବସି ଜନ୍ମଦିନ ପାଳୁଥିବା ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ସମର୍ଥକମାନେ ସାଙ୍ଗରେ କେକ୍‌ ଆଣିବା ସହ ଭ୍ୟାନ୍‌ ଭିତରେ ବସିଥିବା ଅଭିଯୁକ୍ତ ରୋଶନ ଝା’ଙ୍କୁ ଏହାକୁ କାଟିବା ପାଇଁ କହିଥିଲେ। ଏହାପରେ ଗାଡ଼ି ଭିତରେ ବସିଥିବା ରୋଶନ କେକ୍‌ କାଟି ନିଜ ଜନ୍ମଦିନ ପାଳିଥିଲେ।

Advertisment

ଉଲାହସନଗରରେ ରହୁଥିବା ଗ୍ୟାଙ୍ଗଷ୍ଟର ରୋଶନ ଅନେକ ହତ୍ୟା ମାମଲାର ଅଭିଯୁକ୍ତ। ହତ୍ୟା ମାମଲାରେ ସେ ଏବେ ଜେଲ୍‌ରେ ଅଛି। ଖାଲି ହତ୍ୟା ମାମଲା ନୁହେଁ ତା’ ବିରୋଧରେ ହତ୍ୟା ଉଦ୍ୟମ, ଜୋରଜବରଦସ୍ତ କରି ବଟି ଆଦାୟ କରିବା ଓ ଅନେକ ଅପରାଧିକ ମାମଲା ରୁଜୁ ହୋଇଛି। ବିଭିନ୍ନ ପୋଲିସ୍‌ ଷ୍ଟେସନରେ ଏହି ଅପରାଧିକ ମାମଲା ରୁଜୁ କରାଯାଇଛି।

Advertisment

Video Source: (Twitter/@indrajeet8080)

କୋର୍ଟରେ ହାଜର ପାଇଁ ରୋଶନକୁ ଜେଲ୍‌ରୁ ଅଣାଯିବା ସମୟରେ ସମର୍ଥକମାନେ କେକ୍‌ କାଟି ବର୍ଥଡେ’ ସେଲିବ୍ରେସନ କରିଥିଲେ। ଭ୍ୟାନ୍‌ ଭିତରେ ଥାଇ ଗାଡ଼ିର ଝରକା ପାଖରେ ବସି ଗ୍ୟାଙ୍ଗଷ୍ଟର ରୋଶନ ମଧ୍ୟ ଖୁସିରେ କେକ୍‌ କାଟୁଥିବା ଭାଇରାଲ୍‌ ଭିଡିଓରେ ନଜର ଆସିଛି। ଏହି ସମୟରେ ସମର୍ଥକମାନେ ଏସବୁ ଦୃଶ୍ୟକୁ କଏଦ କରି ପରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ। ଯାହାପରେ ଭାଇରାଲ୍‌ ହୋଇଥିଲା। 

କେଉଁଭଳି ଭାବେ ଜଣେ ଅଭିଯୁକ୍ତକୁ ସାଧାରଣ ସ୍ଥାନରେ କେକ୍‌ କାଟିବା ପାଇଁ ପୋଲିସ୍‌ ଅନୁମତି ଦେଲା ? କାହିଁକି ପୋଲିସ୍‌ ଏସବୁ ଅଟକାଇଲା ନାହିଁ ଓ ଚୁପ୍‌ ରହିଲା ? ଏନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ତେବେ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

Advertisment
Viral Video Murder Accused B'Day Celebration
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ