ମୁମ୍ବାଇ ଆର୍ଥର ରୋଡ୍ ଜେଲରେ କଟିଲା ଆର୍ୟନ ଖାନଙ୍କ ପ୍ରଥମ ରାତି

ତେବେ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ଜାମିନ ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ । ତେଣେ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ

ଜାମିନ୍ ନାମଞ୍ଜୁର ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଆର୍ୟନ ଖାନ

News Summary

ଜାମିନ୍ ନାମଞ୍ଜୁର ପରେ ମୁମ୍ବାଇ ଆର୍ଥର ରୋଡ୍ ଜେଲରେ ଆର୍ୟନ ଖାନ

ଅରବାଜ ସେଠ୍ ମର୍ଚାଣ୍ଟ, ମୁନମୁନ୍ ଧର୍ମେଚାଙ୍କ ଜାମିନ୍ ଆବେଦନ ବି ଖାରଜ

ଜମିନ୍ ଆବେଦନ ଖାରଜ କଲେ ମୁମ୍ବାଇ ଏସ୍ପ୍ଲାନେଡ ମାଜିଷ୍ଟ୍ରେଟ୍ କୋର୍ଟ

୭ ଦିନିଆ ରିମାଣ୍ଡ ସରିବାରୁ ବିଚାର ବିଭାଗୀୟ ହାଜତ ଯାଇଥିଲେ ୮ ଜଣ

ଡ୍ରଗ୍ସ କାରବାର ଅଭିଯୋଗରେ ମୋଟ ୧୮ ଜଣଙ୍କୁ ଗିରଫ କରିଛି ଏନସିବି

ମୁମ୍ବାଇ : ଜେଲରେ  ଆର୍ୟନ ଖାନଙ୍କ ପ୍ରଥମ ରାତି । ଜାମିନ୍ ଖାରଜ ହେବାରୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ ଯାଇଥିବା କିଙ୍ଗ୍ ଖାନ୍ ଶାହାରୁଖଙ୍କ ପୁଅ ଆର୍ୟନ ଖାନଙ୍କର ଜେଲରେ କଟିଲା ପ୍ରଥମ ରାତି । ଗତକାଲି ଆର୍ୟନଙ୍କ ସମେତ ବନ୍ଧୁ ଅରବାଜ ସେଠ୍ ମର୍ଚାଣ୍ଟ, ମୁନମୁନ୍ ଧର୍ମେଚାଙ୍କ ଜାମିନ୍ ଆବେଦନକୁ ମୁମ୍ବାଇ ଏସପ୍ଲାନେଡ ମାଜିଷ୍ଟ୍ରେଟ୍ କୋର୍ଟ । ଆର୍ୟନଙ୍କ ସପକ୍ଷରେ ମାମଲା ଲଢ଼ୁଥିବା ଓକିଲ ସତୀଶ ମାନସିନ୍ଧେ ପୁଣି ଥରେ ଜାମିନ ଆବେଦନ କରିପାରନ୍ତି ବୋଲି ଜଣାପଡ଼ିଛି । ଗତକାଲି କୋର୍ଟରେ ଜବାବ ସୁଆଲ୍ ସମୟରେ ସେ ଯୁକ୍ତି ଦର୍ଶାଇଥିଲେ ଯେ, ଆର୍ୟନଙ୍କ ବିରୋଧରେ ଅଭିଯୋଗ ଅଛି । କିନ୍ତୁ ତାଙ୍କ ବିରୋଧରେ ସେଭଳି କୌଣସି ପ୍ରମାଣ ମିଳିନାହିଁ ।

ତେବେ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ଜାମିନ ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ । ତେଣେ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ । ଏହି ୮ ଜଣଙ୍କ ମଧ୍ୟରୁ ପୁରୁଷ କଏଦୀଙ୍କୁ ଆର୍ଥର ରୋଡ୍ ଜେଲ୍ ଏବଂ ମହିଳା କଏଦୀଙ୍କୁ ବାଇକୁଲା ଜେଲରେ ରଖାଯାଇଛି ।

ସୂଚନାଯୋଗ୍ୟ ଇଣ୍ଟର ନ୍ୟାସନାଲ କ୍ରୁଜ୍ ଟର୍ମିନାଲରେ ୨୩ ବର୍ଷୀୟ ଆର୍ୟନଙ୍କ ନିକଟରୁ ୧୩ ଗ୍ରାମର କୋକେନ୍, ୫ ଗ୍ରାମର ଏମଡି, ୨୧ ଗ୍ରାମର ଚରସ ଓ ୨୨ଟି ଏମଡିଏମଏ ବଟିକା ଜବତ କରାଯାଇଥିଲା । ଏହାସହ ତାଙ୍କ ନିକଟରୁ ୧ ଲକ୍ଷ ୩୩ ହଜାର ନଗଦ କ୍ୟାସ୍‌ ମଧ୍ୟ ଜବତ ହୋଇଛି । ଆର୍ୟନ ଖାଲି ଡ୍ରଗ୍ସ ସେବନ କରୁନଥିଲେ। ଏହାର କିଣାବିକା ବି କରୁଥିବା ଏନ୍‌ସିବି ପାଖରେ ପ୍ରମାଣ ରହିଥିବା ଦର୍ଶାଯାଇଛି ।

ସେପଟେ ତଦନ୍ତ ବେଳେ ଆର୍ୟନଙ୍କ ମୋବାଇଲ ଫୋନରୁ କିଛି ସନ୍ଦେହଜନକ ତଥ୍ୟ ମିଳିଥିବା ଜଣାପଡିଛି । ଆର୍ୟନଙ୍କ ଫୋନ୍‌କୁ ଏନ୍‌ସିବି ଜବତ କରିଛି । ଫୋନ୍‌ରେ ଥିବା ତଥ୍ୟରୁ ଆର୍ୟନଙ୍କ ଅନ୍ତର୍ଜାତୀୟ ଡ୍ରଗ୍ସ ପେଡଲର୍ଙ୍କ ସହ ମମ୍ପର୍କ ଥିବା ସନ୍ଦେହ କରାଯାଉଛି । ଆର୍ୟନଙ୍କ ମୋବାଇଲ୍‌ରୁ ମିଳିଥିବା ବିଦେଶ ଲିଙ୍କ୍ ମାମଲାରେ ବି ଖୋଳତାଡ଼ ହେବ ବୋଲି ଜଣାପଡ଼ିଛି ।