Advertisment

'୪ ଜାଗାରେ ବୋମା ରଖିଛୁ, ୫ କୋଟି ଦିଅ ନହେଲେ ଉଡ଼େଇ ଦେବୁ'

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ହୋଇପାରେ ଆତଙ୍କୀ ହମ୍‌ଲା। ମୁମ୍ବାଇର ଏକ ପ୍ରସିଦ୍ଧ ପଞ୍ଚ ତାରକା ହୋଟେଲକୁ ବୋମା ଲଗାଇ ଉଡାଇ ଦେବାକୁ ଧମକ ମିଳିଛି।

Threatning Call

Threatning Call

Advertisment

ମୁମ୍ବାଇର ପଞ୍ଚ ତାରକା ହୋଟେଲକୁ ବୋମାରେ ଉଡ଼ାଇଦେବାକୁ ଧମକ । ମୁମ୍ବାଇର ଲଳିତ ଅଞ୍ଚଳରେ ଥିବା ଗୋଟିଏ ପଞ୍ଚ ତାରକା ହୋଟେଲକୁ ଏକାଧିକ ବିସ୍ଫୋରଣ କରି ଉଡ଼ାଇଦେବାକୁ ଦୁର୍ବୃତ୍ତ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏହାସହ ପାଞ୍ଚ କୋଟି ଟଙ୍କା ଦେଲେ ବୋମାଗୁଡ଼ିକୁ ନିଷ୍କ୍ରିୟ କରିଦେବାକୁ ସଂପୃକ୍ତ ବ୍ୟକ୍ତି ଦାବି କରିଥିବା କୁହାଯାଇଛି ।

Advertisment

ଗତକାଲି ସଂଧ୍ୟାରେ ହୋଟେଲକୁ ଗୋଟିଏ ଫୋନ୍ କଲ୍ ଆସିଥିଲା । ଆରପଟୁ ଫୋନ୍ କରିଥିବା ବ୍ୟକ୍ତି କହିଥିଲେ ଯେ, ହୋଟେଲର ୪ଟି ସ୍ଥାନରେ ଶକ୍ତିଶାଳୀ ବୋମା ଖଞ୍ଜା ଯାଇଛି । ଯଦି ହୋଟେଲ ମାଲିକ ୫ କୋଟି ଟଙ୍କା ନ ଦିଅନ୍ତି, ତା ହେଲେ ବୋମା ବିସ୍ଫୋରଣ କରି ହୋଟେଲକୁ ଉଡ଼ାଇଦେବାକୁ ସେ ଧମକ ଦେଇଥିଲେ । ତେବେ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଛାନବିନ୍ କରିଥିଲେ ବି କୌଣସି ବୋମା ମିଳିନଥିଲା । ଏହା ଏକ ଗୁଜବ ଥିଲା ବୋଲି କୁହାଯାଇଛି ।

ଧମକ ନେଇ ହୋଟେଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ। ସୂଚନା ପାଇବା ମାତ୍ରେ ପୋଲିସ ହୋଟେଲରେ ପହଞ୍ଚିଥିଲା। ପୂରା ହୋଟେଲକୁ ଖୋଜାଖୋଜି କରାଯାଇଥିଲା, କିନ୍ତୁ ସେଠାରେ କୌଣସି ବୋମା ମିଳି ନାହିଁ। ବର୍ତ୍ତମାନ ପୋଲିସ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି । କଲ୍ କେଉଁଠୁ ଆସିଥିଲା ଓ କିଏ କରିଥିଲା, ସେ ନେଇ ନମ୍ବର ଟ୍ରେସ୍‌ କରିବା ସହ ପୁଲିସ ତଦନ୍ତ ଆରମ୍ଭ କରିଛି ।

Advertisment

ନିକଟରେ ମୁମ୍ବାଇର ଟ୍ରାଫିକ ପୁଲିସକୁ ୨୬/୧୧ ଭଳି ଆକ୍ରମଣର ଧମକ ମିଳିଥିଲା । ଟ୍ରାଫିକ୍ ନିୟନ୍ତ୍ରଣର ହ୍ୱାଟ୍ସଆପ୍ ନମ୍ବରକୁ ଏକ ମେସେଜ୍‌ ଆସିଥିଲା, ଯେଉଁଥିରେ ମୁମ୍ବାଇରେ ୨୬/୧୧ ଭଳି ଆକ୍ରମଣ ହେବାର ସମ୍ଭାବନା ରହିଛି ବୋଲି କୁହାଯାଇଥିଲା । ମେସେଜ୍‌ ପଠାଇଥିବା ବ୍ୟକ୍ତି କହିଥିଲା ଯେ, ଯଦି ତୁମେ ତା’ର ଅବସ୍ଥାନ ଟ୍ରାକ୍ କର, ସେ ଏହାକୁ ଭାରତ ବାହାରେ ଦେଖାଇବ ଏବଂ ବିସ୍ଫୋରଣ ମୁମ୍ବାଇରେ ଘଟିବ । ଭାରତରେ ଏହି ଘଟଣାକୁ ୬ ଜଣ ଘଟାଇବେ ବୋଲି କୁହାଯାଇଥିଲା । ବର୍ତ୍ତମାନ ମୁମ୍ବାଇ ପୋଲିସ ମିଳିଥିବା ମେସେଜକୁ ଆଧାର କରି ପୂରା ଘଟଣାରେ ତଦନ୍ତ କରୁଛି । ଏହା ସହିତ ଅନ୍ୟ ଏଜେନ୍ସିମାନଙ୍କୁ ମଧ୍ୟ ଏ ବିଷୟରେ ସୂଚନା ଦିଆଯାଇଛି।

Threatning Call Bomb Blasting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ