Advertisment

୫୧ ଲିଟର୍‌ ତେଲ ପକାଇଲେ ବିଧାୟକ। ହେଲେ ଗାଡ଼ି ଗଲା ମାତ୍ର ୫୦୦ ମିଟର

ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ

CPI MLA

CPI MLA

Advertisment

ପାଟନା : ପ୍ରତିଦିନ ଦେଶରେ ପେଟ୍ରୋଲ ପମ୍ପରେ ଦୁର୍ନୀତି ଓ ଠକାମୀ ମାମଲାର ଚିତ୍ର ସାମ୍ନାକୁ ଆସୁଛି। ଆଉ ଏଭଳି ଅଭିଯୋଗ ଦେଶର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳୁଛି। ତେବେ ଏବେ ଯେଉଁ ଘଟଣା ସାମ୍ନାକୁ ଆସିଛି ତାହା ସାଧାରଣ କଥା ନୁହେଁ। କାରଣ ଜଣେ ବିଧାୟକଙ୍କୁ ଚୂନା ଲଗାଇଛନ୍ତି ପେଟ୍ରୋଲ କର୍ମଚାରୀ। ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସୂଚନା ଅନୁସାରେ,ବିହାରର ଜଣେ ସିପିଆଇ-ଏମଏଲ୍ ବିରେନ୍ଦ୍ର ପ୍ରସାଦ ଗୁପ୍ତାଙ୍କ ସହ ଘଟିଛି ଏହି ଘଟଣା। ବିହାରର ସିକଟା ଆସନରୁ ସିପିଆଇ-ବିଧାୟକ ପେଟ୍ରୋଲ ପମ୍ପରେ ଠକେଇର ଶିକାର ହୋଇଛନ୍ତି।

Advertisment

ବିଧାୟକ ଜଣକ ତାଙ୍କ ସ୍କର୍ପିଓ ଗାଡ଼ିରେ ପାଖାପାଖି ୫୧ ଲିଟର ଡିଜେଲ ପକାଇଥିଲେ, ଆଉ ପମ୍ପରେ ତେଲ ପକାଇବା ପରେ ଗଣି ଗଣି ଟଙ୍କା ଦେଇଥିଲେ ବିଧାୟକ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଗାଡ଼ିଟି ମାତ୍ର ୫୦୦ ମିଟର ଯିବା ପରେ ବନ୍ଦ ହୋଇଯାଇଥିଲା। ଡ୍ରାଇଭର ଯେତେ ଚେଷ୍ଟା କଲେ ବି ତାହା ଆଗକୁ ଗଡ଼ିନଥିଲା।

Advertisment

ତେବେ ଘଟଣାଟି ମେହେସି ପୋଲିସ ଷ୍ଟେସନ ଅନ୍ତର୍ଗତ ମା ବିଦାସାନୀ ପେଟ୍ରୋଲ ପମ୍ପରେ ଘଟିଥିବା ଜଣାପଡ଼ିଛି । ବିଧାୟକ ଜଣକ କୃଷି ବିଭାଗର ଏକ ବୈଠକରେ ଯୋଗ ଦେବା ଲାଗି ଯାଉଥିବା ସମୟରେ ତାଙ୍କ ସହ ଏମିତି ଘଟଣା ଘଟିଛି। କାହିଁକି ଗାଡ଼ି ଷ୍ଟାଟ୍‌ ହେଉନାହିଁ ବିଧାୟକ ଜଣକ ଜାଣିବା ପାଇଁ ଚାହିଁଥିଲେ। ଆଉ ଘଟଣା ଜଣାପଡ଼ିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କାରଣ ମେକାନିକ ଜଣକ କହିଥିଲେ ଯେ ଗାଡ଼ି ଟ୍ୟାଙ୍କିରେ ତେଲ ନାହିଁ କେବଳ ପାଣି ଅଛି। ଘଟଣା ସମ୍ପର୍କରେ ତଥ୍ୟ ସାମ୍ନାକୁ ଆସିବା ପରେ ବିଧାୟକ ଜଣକ ନିକଟସ୍ଥ ପୋଲିସ ଷ୍ଟେସନ୍‌ରେ FIR ମଧ୍ୟ ଦେଇଥିଲେ। ବିଧାୟକ ବିରେନ୍ଦ୍ର ପ୍ରସାଦ ଗୁପ୍ତାଙ୍କ ଅଭିଯୋଗ କ୍ରମେ ଚାକିଆ ଏସଡିଓ ଥାନାଧିକାରୀଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହ ଗାଡ଼ି ଟାଙ୍କି ଯାଂଚ କରିବା ପାଇଁ କହିଥିଲେ। ଆଉ ଟାଙ୍କିରୁ ତେଲ ବଦଳରେ କେବଳ ପାଣି ବାହାରିଥିଲା। ତଦନ୍ତ ସରିବା ପରେ ପେଟ୍ରୋଲ ପମ୍ପ ମାଲିକଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ଏମିତି ଘଟଣା କେମିତି ଘଟିଲା ଓ ଏଥିପାଇଁ କିଏ ଦାୟୀ ତାହାର ଜବାବ ଦେବା ପାଇଁ ନିର୍ଦ୍ଦେଶ ହୋଇଛି।

Advertisment
India Bihar Petrol Pump
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ