Advertisment

ନାଗ ଫଣାରୁ ପୁଅକୁ ଟାଣି ଆଣିଲା ମା’, ଭିଡିଓ ଭାଇରାଲ୍‌

ଜଣେ କୁନି ଶିଶୁୁକୁ ନାଗ ସାପ ଚୋଟ ମାରିବା ପୂର୍ବରୁ ହିଁ ତା ମା’ ତାକୁ ଟାଣି ଆଣି ଜୀବନ ବଞ୍ଚାଇ ଦେଉଛନ୍ତି। ଫଳରେ ଏକ ନିଶ୍ଚିତ ଅଘଟଣରୁ ନିଜ ପୁଅକୁ ବଞ୍ଚାଇ ପାରିଛନ୍ତି ମହିଳା ଜଣକ।

Mother Saves kid from snake bite video goes viral

Mother Saves kid from snake bite video goes viral

Advertisment

କଥାରେ ଅଛି ଯାହାର ମା’ ଅଛି ତାର ସାହା ଅଛି। ମା’ ପାଖରେ ଥିଲେ ଡର, ଭୟ କିଛି ନଥାଏ। ଏପରିକି ମୃତ୍ୟୁ ମୁଖରୁ ନିଜ ପିଲାକୁ ଫେରାଇ ଆଣିବାକୁ ମଧ୍ୟ ମା’ ପଛାଏ ନାହିଁ। ନିଜ ଜୀବନକୁ ବାଜିରେ ଲଗାଇ ସବୁବେଳେ ପିଲା ପାଇଁ ସୁରକ୍ଷା କବଚ ସାଜିଥାଏ ମା’। ଯାହାର ଏକ ଜ୍ୱଳନ୍ତ ଉଦାହାରଣ ଦେଖିବାକୁ ମିଳିଛି କର୍ଣ୍ଣାଟକର ମାଣ୍ଡିଆ ଅଞ୍ଚଳରେ। ଏକ ନିଶ୍ଚିତ ଅଘଟଣରୁ ନିଜ ପୁଅକୁ ବଞ୍ଚାଇଛନ୍ତି ଜଣେ ମହିଳା। ଏହାସହ ସେ ପ୍ରମାଣିତ କରିଛନ୍ତି ଯେ ସବୁଠୁ ସାହାସୀ କେବଳ ମା’। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। IFS ସୁଶାନ୍ତ ନନ୍ଦ ଏହି ଭିଡିଓ ଟ୍ୱିଟରରେ ଶେଆର କରିଛନ୍ତି। 

Advertisment

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓକୁ ନେଇ ବେଶ୍‌ ଚର୍ଚ୍ଚା। ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଜଣେ କୁନି ଶିଶୁୁକୁ ନାଗ ସାପ ଚୋଟ ମାରିବା ପୂର୍ବରୁ ହିଁ ତା ମା’ ତାକୁ ଟାଣି ଆଣି ଜୀବନ ବଞ୍ଚାଇ ଦେଉଛନ୍ତି। ସିସିଟିଭିରେ କଏଦ ହୋଇଥିବା ଏହି ଚିତ୍ର ଦେଖିବାକୁ ଯେତିକି ଭୟାନକ ସେତିକି ଚମକାଇ ଦେବା ଭଳି। ଘର ବାହାରକୁ ମା’, ପୁଅ ଆସୁଥିବା ବେଳେ ଘର ଦୁଆର ଦେଇ ଏକ ବିଶାଳ ନାଗସାପ ଯାଉଥିଲା। ଏହାକୁ ଦେଖିନପାରି କୁନି ଶିଶୁଟି ସାପ ଆଡ଼କୁ ଚାଲି ଯାଉଥିବା ବେଳେ ମହିଳା ଜଣକ ଏହା ଦେଖିପାରି ଆଖି ପିଛୁଳାକେ ପୁଅକୁ ଟାଣି ଆଣିଥିଲେ।

ବଡ଼ କଥା ହେଉଛି, ନାଗ ସାପ ଫଣା ଉଠାଇ ଥିଲେ ବି ମହିଳା ଜଣକ ଏହାକୁ ଡରି ନଥିଲେ। ନିଜ ପିଲାକୁ ବଞ୍ଚାଇବାକୁ ନିଜ ଜୀବନକୁ ବି ବାଜିରେ ଲଗାଇ ଦେଇଥିଲେ। ମହିଳାଙ୍କର ଏହି ସାହସ ଯୋଗୁ ଏକ ନିଶ୍ଚିତ ଅଘଟଣରୁ କୁନି ଶିଶୁଟି ବଞ୍ଚି ଯାଇଥିଲା। 

Advertisment

Viral Video Mother Saves Child
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ