Advertisment

ଝିଅ ମଥାର ସିନ୍ଦୂର ପୋଛିଦେଲା ମା’ : ୫ ଲକ୍ଷର ସୁପାରୀ ଦେଇ ଜ୍ୱାଇଁକୁ ହତ୍ୟା କରାଇଲା ଶାଶୁ

ଦୁଇ ଦିନ ପୂର୍ବରୁ ଯୋଧପୁରର ସୁରପୁରା ଡ୍ୟାମ ନିକଟରେ ପଡ଼ିଥିବା ପ୍ଲାଷ୍ଟିକ ବ୍ୟାଗରୁ ଏକ ମୃତଦେହ ମିଳିଥିଲା । ପୋଲିସ ଏବଂ FSL ଟିମ୍ ଦ୍ୱାରା ଯାଂଚ ମୃତକ ଜଣକ ମାଗାଜୀ ଘାଟି ନିବାସୀ ବିନୋଦ ବୋଲି ଚିହ୍ନଟ କରାଯାଇଥିଲା । ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ସୂତ୍ରରୁ ଯାଂଚ ଆରମ୍ଭ କରିଥିଲା

ଅଦ୍ୟତନ ହୋଇଛି
ଝିଅ ମଥାର ସିନ୍ଦୂର ପୋଛିଦେଲା ମା’ : ୫ ଲକ୍ଷର ସୁପାରୀ ଦେଇ ଜ୍ୱାଇଁକୁ ହତ୍ୟା କରାଇଲା ଶାଶୁ

MURDER

Advertisment

ଯୋଧପୁର : ବଇରୀ ସାଜିଲା ମମତା । ଜ୍ୱାଇଁ ହତ୍ୟା ଷଡ଼ଯନ୍ତ୍ରଣର ମାଷ୍ଟରମାଇଣ୍ଡ୍ ଶାଶୁ । ଝିଅକୁ ବିଧବା ସଜାଇଲା ମା’ । ସବୁଦିନ ପାଇଁ ଭବିଷ୍ୟତ ଅନ୍ଧାର କରି ଝିଅ ମଥାର ସିନ୍ଦୂର ପୋଛିଦେଲା । ରାଜସ୍ଥାନର ଯୋଧପୁରରେ ଜଣେ ମହିଳା ସୁପାରୀ ଦେଇ ନିଜ ଜ୍ୱାଇଁର ହତ୍ୟା କରାଇଛନ୍ତି । ଜ୍ୱାଇଁକୁ ହତ୍ୟା କରିବାକୁ ଦୁଇ ପଡ଼ୋଶୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ସୁପାରୀ ଦେଇଥିବା ଜଣାପଡ଼ିଛି । ଏହି ହତ୍ୟାକାଣ୍ଡର ଖୁଲାସା କରି ଅଭିଯୁକ୍ତ ଶାଶୁଙ୍କ ସହ ଦୁଇ ସୁପାରୀ କିଲରଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇଥିଲା ଏବଂ ପରେ ସେମାନଙ୍କୁ ଜେଲକୁ ପଠାଯାଇଛି ।

Advertisment

ଦୁଇ ଦିନ ପୂର୍ବରୁ ଯୋଧପୁରର ସୁରପୁରା ଡ୍ୟାମ ନିକଟରେ ପଡ଼ିଥିବା ପ୍ଲାଷ୍ଟିକ ବ୍ୟାଗରୁ ଏକ ମୃତଦେହ ମିଳିଥିଲା । ପୋଲିସ ଏବଂ FSL ଟିମ୍ ଦ୍ୱାରା ଯାଂଚ ମୃତକ ଜଣକ ମାଗାଜୀ ଘାଟି ନିବାସୀ ବିନୋଦ ବୋଲି ଚିହ୍ନଟ କରାଯାଇଥିଲା । ସିସିଟିଭି ଫୁଟେଜ ଏବଂ ଅନ୍ୟାନ୍ୟ ସୂତ୍ରରୁ ଯାଂଚ ଆରମ୍ଭ କରିଥିଲା । ତେବେ ୭୨ ଘଣ୍ଟା ମଧ୍ୟରେ ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଥିଲା । ବିନୋଦଙ୍କ ହତ୍ୟା ପଛରେ ତାଙ୍କ ଶାଶୁ ଥିଲେ ମୁଖ୍ୟ ଷଡଯନ୍ତ୍ରକାରୀ । ମୃତକଙ୍କ ମୋବାଇଲର ଲାଷ୍ଟ ଲୋକେସନ୍ ଆଧାରରେ ଅନୁସନ୍ଧାନ କରିଥିଲା ପୋଲିସ୍ । ତେବେ ବିନୋଦଙ୍କ ଲାଷ୍ଟ ଲୋକେସନ୍ ଶାଶୁଘର ପାଖାପାଖି ଦେଖାଉଥିଲା । ଅଭିଯୁକ୍ତକୁ ଧରିବା ପାଇଁ ସାଦା ୟୁନିଫର୍ମରେ ଥିବା ପୋଲିସ କର୍ମଚାରୀଙ୍କୁ ସେଠାରେ ମୁତୟନ କରାଗଲା । ସିସିଟିଭିରେ ହତ୍ୟା ଦିନର ବିନୋଦ ଶାଶୁ ଘରକୁ ଯାଉଥିବା ଦେଖାଯାଇଥିଲା । ଏହା ପରେ ଶାଶୁ ଗ୍ୟାରସି ଦେବୀଙ୍କୁ ପଚରାଉଚରା କରିଥିଲା ପୋଲିସ୍ ।

ତେବେ ପଚରାଉଚରା ସମୟରେ ନିଜର ଦୋଷ ସ୍ୱୀକାର କରିଥିଲେ ହତ୍ୟାର ମାଷ୍ଟରମାଇଣ୍ଡ୍ ଶାଶୁ । ପଡ଼ୋଶୀ ଜବର ସିଂ ରାଜପୁରୋହିତ ଏବଂ ଧନରାଜ ବୈଷ୍ଣବଙ୍କୁ ୫ଲକ୍ଷ ଟଙ୍କା ସୁପାରି ଦେଇଥିବା କହିଥିଲେ । ଅଭିଯୁକ୍ତକୁ ପଚରାଉଚରା କରିବା ପରେ ପୋଲିସ ହତ୍ୟା ଅଭିଯୋଗରେ ଜବର ସିଂ ରାଜପୁରୋହିତ ଏବଂ ଧନରାଜ ବୈଷ୍ଣବଙ୍କୁ ମଧ୍ୟ ଗିରଫ କରିଛି।

Advertisment

ପ୍ରେମ ବିବାହ ଏବଂ ଆର୍ଥିକ ଅବସ୍ଥା ବିନୋଦଙ୍କ ହତ୍ୟା ପଛର କାରଣ ବୋଲି କହିଛନ୍ତି ଏଡିସିପି ଭାଗଚାନ୍ଦ ମୀନା କହିଛନ୍ତି । ବିବାହର ଚାରି ବର୍ଷ ପରେ ବି ଜ୍ୱାଇଁଙ୍କୁ ଗ୍ରହଣ କରିପାରୁନଥିଲେ ଶାଶୁ । ବିନୋଦଙ୍କ ଚାଳିଚଳଣ, ଆଚାର ବ୍ୟବହାର ତାଙ୍କୁ ଆଦୌ ପସନ୍ଦ ନଥିଲା । ଏଥିପାଇଁ ସବୁଦିନ ପାଇଁ ଜ୍ୱାଇଁକୁ ରାସ୍ତାରୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ । ଜବର ଏବଂ ଧନରାଜ ଜ୍ୱାଇଁ ବିନୋଦଙ୍କୁ ପ୍ରଥମେ ମଦ୍ୟପାନ କରାଇଥିଲେ ଏବଂ ପରେ ତାଙ୍କୁ ସ୍କୃ ଡ୍ରାଇଭର ସାହାଯ୍ୟରେ ହତ୍ୟା କରିଥିଲେ। ତା’ପରେ ଶରୀରକୁ ଏକ ପ୍ଲାଷ୍ଟିକ୍ ବ୍ୟାଗରେ ରଖି ସୁରପୁରା ଡ୍ୟାମ୍ ନିକଟରେ ଫିଙ୍ଗି ଦେଇ ଆସିଥିଲେ ।

Advertisment
Jodhpur Supari Killing
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ