Advertisment

ଏବେ ନିର୍ବାଚନ ହେଲେ ‍କ୍ଷମତାକୁ ଆସିବେ ମୋଦି

ସେପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ କରିଛନ୍ତି।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ବର୍ତ୍ତମାନ ଯଦି ଦେଶରେ ଲୋକସଭା ନିର୍ବାଚନ ହେବ, ତେବେ ପୁଣି କ୍ଷମତା ଆସିବେ ପ୍ରଧାନମନ୍ତ୍ରୀ ମୋଦି। ଇଣ୍ଡିଆ ଟୁଡେ ଓ ସି-ଭୋଟରର ମୁଡ୍ ଅଫ ଦ ନେସନ ପୋଲରେ ଏ ତଥ୍ୟ ସାମନାକୁ ଆସିଛି। ୨୦୧୪ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଶାସନ କରୁଥିଲେ ମଧ୍ୟ ଲୋକପ୍ରିୟତାରେ ସେ ଏବେ ବିରୋଧୀ ଦଳ ନେତାଙ୍କ ତୁଳନାରେ ଢେର୍ ଆଗରେ ଅଛନ୍ତି। ଅଗଷ୍ଟ ୧ ତାରିଖରେ ନିର୍ବାଚନ ହୋଇଥିଲେ ୫୦୩ ଲୋକସଭା ଆସନ ମଧ୍ୟରୁ ଏନଡିଏ ୩୦୭ ଆସନରେ ଜିତିଥାନ୍ତା। 

Advertisment

ସେହିପରି ୟୁପିଏ ୧୨୫ଟି ଆସନରେ ଏବଂ ଅନ୍ୟ ଦଳଗୁଡ଼ିକ ୧୧୧ ଆସନରେ ଜିତିଥାନ୍ତେ  କିନ୍ତୁ ବିହାରରେ ହୋଇଥିବା ରାଜନେତିକ ପରିବର୍ତ୍ତନ ପରେ ର୍ନିବାଚନ ହେଲେ ଏନଡିଏ ସିଧାସଳଖ ୨୧ଟି ଆସନ ହରାଇବ। ଏନଡିଏକୁ ୨୮୬ଟି ଆସନ ମିଳିବ। ଅନ୍ୟପକ୍ଷରେ ୟୁପିଏକୁ ୧୪୬ଟି ଆସନ ମିଳିବ।

ସେପଟେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନପ୍ରିୟତାରେ ନିଜ ସ୍ଥିତିକୁ ଆହୁରି ଦୃଢ କରିଛନ୍ତି। ନବୀନଙ୍କ ଶାସନକୁ ନେଇ ୭୮ ପ୍ରତିଶତ ଓଡ଼ିଶା ଲୋକ ସନ୍ତୁଷ୍ଟ ଅଛନ୍ତି । ନିଜ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସନ୍ତୁଷ୍ଟ ବର୍ଗରେ ନବୀନ ଶୀର୍ଷ ସ୍ଥାନରେ ରହିଛନ୍ତି। 

Advertisment

ଟୁଡେର ଅଗଷ୍ଟ ସଂସ୍କରଣରେ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ଏହି ତାଲିକାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦ୍ବିତୀୟ ଓ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତୃତୀୟ ସ୍ଥାନରେ ଅଛନ୍ତି।  ହିମନ୍ତଙ୍କ ଉପରେ ୬୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଥିବା ବେଳେ ଷ୍ଟାଲିନଙ୍କ ଉପରେ ୬୧ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି। ଇଣ୍ଡିଆ ଟୁଡେ ଏବଂ ସି-ଭୋଟର ପକ୍ଷରୁ ଚଳିତବର୍ଷ ଫେବ୍ରୁଆରୀରୁ ଅଗଷ୍ଟ ମଧ୍ୟରେ ସର୍ଭେ ହୋଇଥିଲା।  ସର୍ଭେରେ ୧ ଲକ୍ଷ ୨୨ ହଜାର ୧୬ ଲୋକଙ୍କୁ ସାମିଲ କରାଯାଇଥିଲା।

India Today Survey C Voters Survey
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ