Advertisment

ବ୍ରେଭ୍‌ ପାଇଲଟ୍‌ ମୋନିକା ଖାନ୍ନା, ନିଜର ଅଦମ୍ୟ ସାହସ ବଳରେ ବଞ୍ଚାଇଲେ ୨୦୦ ଯାତ୍ରୀଙ୍କ ଜୀବନ

ମୋନିକାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ମଝି ଆକାଶରେ ଏମିତି ବୁଦ୍ଧି ଖଟାଇ ବଞ୍ଚାଇ ଦେଲେ ୧୮୫ ଜଣଙ୍କ ଜୀବନ...ଜାଣନ୍ତୁ ବିମାନରେ ନିଆଁ ଲାଗିଥିବା କଥା ମୋନିକା ଜାଣିଲେ କେମିତି?

ଅଦ୍ୟତନ ହୋଇଛି
Captain Monica Khanna

Captain Monica Khanna

Advertisment

କ୍ୟାପ୍ଟେନ୍‌ ମୋନିକା ଖାନ୍ନାଙ୍କୁ ନେଇ ଏବେ ସବୁଆଡ଼େ ଚର୍ଚ୍ଚା । ମଝି ଆକାଶରେ ବଞ୍ଚାଇ ଦେଲେ ୧୮୫ ଯାତ୍ରୀଙ୍କ ଜୀବନ । ଦିଲ୍ଲୀ ପାଇଁ ଉଡାଣ ଭରିଥିବା ସ୍ପାଇସଜେଟ୍ ବିମାନରେ ହଠାତ୍‌ ମଝି ଆକାଶରେ ନିଆଁ ଲାଗିଯାଇଥିଲା । ଆଉ ଖବର ଜଣାପଡ଼ିବା ପରେ ବିମାନରେଥିବା ଯାତ୍ରୀଙ୍କ ସମେତ କ୍ର୍ୟୁ ମେମ୍ବର ଆତଙ୍କିତ ହୋଇ ପଡ଼ିଥିଲେ । ହେଲେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ୧୮୫ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଥିଲେ କ୍ୟାପ୍ଟେନ ମୋନିକା ।

Advertisment

କ୍ୟାପ୍ଟେନ୍ ମୋନିକା ଖାନ୍ନାଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ନିଜର ଅଦ୍ୟମ ସାହସ ପାଇଁ ଲୋକଙ୍କୁ ସ୍ଥିର ଚିତ୍ତରେ ବସିବା ପାଇଁ ପରାମର୍ଶ ଦେଇଥିଲେ ଏବଂ କଣ୍ଟ୍ରୋଲିଂ ଅଫିସର୍ ଚଞ୍ଚଳାଙ୍କ ସହ ଆଲୋଚନା କରି ତୁରନ୍ତ ଫ୍ଲାଇଟକୁ ଅବତରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ପ୍ଲେନ୍‌ରେ ଥିବା ଦୁଇ ସଶକ୍ତ ମହିଳା ପାଇଲଟଙ୍କ ପାଇଁ ମଝି ଆକାଶରେ ୧୮୫ ଜଣ ଯାତ୍ରୀ ନୂଆ ଜୀବନ ପାଇଛନ୍ତି । ଆଉ ଏବେ ଏହି ଦୁଇ ମହିଳା ପାଇଲଟଙ୍କୁ ନେଇ ଭାରି ଚର୍ଚ୍ଚା ।

ସମୟ ଠିକ୍ ୧୨ଟା ୧୦, ପାଟନା ସ୍ଥିତ ଜୟପ୍ରକାଶ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିଥିଲା ସ୍ପାଇସ୍ ଜେଟର ବିମାନ ବୋଇଙ୍ଗ-୭୩୭। ହେଲେ ଟେକ୍ଅପ୍‌ର ମାତ୍ର କେଇ ମିନିଟ୍ ଭିତରେ ବିମାନର ବାମ ଡେଣାରେ ବାର୍ଡ ହିଟ୍ କାରଣରୁ ନିଆଁ ଲାଗି ଯାଇଥିଲା, ହେଲେ ନିର୍ଦ୍ଦିଷ୍ଟ ଭାବେ ବିମାନର କ’ଣ କ୍ଷତି ଘଟିଛି ଜାଣି ନ ପାରି ବି କିଛି ଗୋଟେ ବଡ଼ ସମସ୍ୟା ଅନୁଭବ କରି ତୁରନ୍ତ ଏଟିସିକୁ ସହାୟତା ପାଇଁ ଯୋଗାଯୋଗ କରି ମଝି ଆକାଶରୁ ପୁଣି ପାଟ୍‌ନା ଲେଉଟି ଆସିବାର ନିଷ୍ପତ୍ତି ନେଇଥିଲେ ବିମାନର ଅଭିଜ୍ଞ ପାଇଲଟ୍ କ୍ୟାପ୍ଟେନ୍ ମୋନିକା ଖାନ୍ନା।

Advertisment

ଏହି ସମୟରେ ବିମାନର କ୍ଷତିଗ୍ରସ୍ତ ଗୋଟିଏ ଇଞ୍ଜିନକୁ ବନ୍ଦ କରିଦିଆଗଲା ଏବଂ ସିଙ୍ଗିଲ୍ ଇଞ୍ଜିନ୍‌ରେ ସୁରକ୍ଷିତ ଭାବେ ଜରୁରୀ ଅବତରଣ କଲା ବିମାନ। ତେବେ ଦୁର୍ଘଟଣାଗ୍ରସ୍ତ ବିମାନକୁ ସୁରକ୍ଷିତ ଲ୍ୟାଣ୍ଡିଂ କରାଇ ୨୦୦ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବା ପାଇଲଟ୍ କ୍ୟାପ୍ଟେନ୍ ମୋନିକା ଖାନ୍ନାଙ୍କ ଉପସ୍ଥିତ ବୁଦ୍ଧି ଓ ତତ୍କାଳ ପଦକ୍ଷେପକୁ ନେଇ ସାରା ଦେଶରେ ଏବେ ଚର୍ଚ୍ଚା ଜୋର ଧରିଛି । ଡିଜିସିଏ ଏବେ ଦୁର୍ଘଟଣାର ତଦନ୍ତ କରୁଥିବା ବେଳେ କମ୍ପାନୀ ପକ୍ଷରୁ ଡିଜିସିଏକୁ ଡିଜିଟାଲ୍ ଫ୍ଲାଇଟ୍ ଡାଟା ରେକର୍ଡ ଓ କକ୍‌ପିଟ୍ ଭଏସ୍ ରେକର୍ଡ ପଠାଇ ଦିଆଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।

SpiceJet Flight Caught Fire Captain Monica Khanna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ