Advertisment

ହାତରେ ବାଡ଼ି, ଆଖିରେ ରାଗ...ଜୋର ଜବରଦସ୍ତ ଘର ଭିତରେ ପଶି ଯୁବତୀଙ୍କୁ ଉଠାଇ ନେଲେ

ହାତରେ ବାଡ଼ି, ଆଖିରେ ରାଗ...ସେହି ସମୟରେ ଯିଏବି ସାମ୍ନାକୁ ଆସୁଥିଲେ କି ଅଟକାଇବା ପାଇଁ ଚେଷ୍ଟା କରୁଥିଲେ, ତାଙ୍କୁ ପିଟି ଚାଲୁଥିଲେ। ଘର ଭିତରେ ପଶି ଜୋରଜବରଦସ୍ତ ୨୪ ବର୍ଷୀୟ ଯୁବତୀଙ୍କୁ ଉଠାଇ ନେଇଥିଲେ କିଛି ଯୁବକ।

ଅଦ୍ୟତନ ହୋଇଛି
Mob Barges Into House Kidnaps 24-Year-Old Girl

Mob Barges Into House Kidnaps 24-Year-Old Girl

Advertisment

ହାତରେ ବାଡ଼ି, ଆଖିରେ ରାଗ...ସେହି ସମୟରେ ଯିଏବି ସାମ୍ନାକୁ ଆସୁଥିଲେ କି ଅଟକାଇବା ପାଇଁ ଚେଷ୍ଟା କରୁଥିଲେ, ତାଙ୍କୁ ପିଟି ଚାଲୁଥିଲେ। ଉପସ୍ଥିତ ଲୋକ ବି ଭୟରେ ଚୁପ୍‌ ରହିଥିଲେ।ଦିବାଲୋକରେ ହାଇଦ୍ରାବାଦରେ ଦୁର୍ବୃତ୍ତଙ୍କ ଏଭଳି ଆତଙ୍କରାଜ ଦେଖିବାକୁ ମିଳିଛି। ଗତକାଲି ପ୍ରାୟ ୧୦୦ ଜଣ ଯୁବକ ଜଣେ ବ୍ୟକ୍ତିଙ୍କ ଘର ଭିତରେ ପଶି ଜୋରଜବରଦସ୍ତ ୨୪ ବର୍ଷୀୟ ଯୁବତୀଙ୍କୁ ଉଠାଇ ନେଇଥିଲେ। ଏହି ଭୟଭୀତ ଦୃଶ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଅଭିଯୋଗ ପାଇ ୧ ଘଣ୍ଟା ଧରି ପରେ ପୋଲିସ୍‌ ଛାନ୍‌ଭିନ୍‌ କରିବା ପରେ ସମ୍ପୃକ୍ତ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା।

Advertisment

ନ୍ୟୁଜ୍‌ ଏଜେନ୍ସି ANIର ସୂଚନା ଅନୁସାରେ, ତେଲେଙ୍ଗାନାରେ ହାଇଦ୍ରାବାଦ ନିକଟ ରଙ୍ଗାରେଡ୍ଡୀ ଜିଲ୍ଲାର ଆଦିବାଟ୍‌ଲା ଗାଁରେ କିଛି ଦୁର୍ବୃତ୍ତ ଘର ଭିତରେ ପଶି ଜଣେ ଯୁବତୀଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ। ଯୁବତୀଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ପ୍ରାୟ ୧୦୦ ଜଣ ଯୁବକ ଘର ଭିତରେ ପଶି ତାଙ୍କ ଝିଅ ବୈଶାଳୀଙ୍କୁ ଜୋରଜବରଦସ୍ତ ଉଠାଇ ନେଇଥିଲେ।

Advertisment

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ଯୁବକମାନେ ହାତରେ ବାଡ଼ି ଧରିବା ସହ ଘର ଭିତରେ ଭଙ୍ଗାରୁଜା କରୁଛନ୍ତି। ଏହାସହ ବାହାରେ ରଖାଯାଇଥିବା କାର୍‌ କାଚକୁ ମଧ୍ୟ ଭାଙ୍ଗି ଚୁର୍‌ମାର୍‌ କରିଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତିଙ୍କୁ ଘର ଭିତରୁ ଘୋଷାଡ଼ି ଆଣି ତଳେ ପକାଇ ବାଡ଼ିରେ ପିଟି ଚାଲୁଛନ୍ତି। 

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ୍‌  ବୈଶାଳୀଙ୍କୁ ଖୋଜାଖୋଜି କରିଥିଲା। ୧ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା। ପୋଲିସ୍‌ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ତଦନ୍ତ ଚଳାଇଛି। 

Advertisment
Kidnapping Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ