ADR Report
ଦେଶର ବିଧାୟକଙ୍କ ସମ୍ପତ୍ତି ୫୪ ହଜାର କୋଟି ଟଙ୍କାରୁ ଅଧିକ । ଯାହାକି ଦେଶର ୩ ରାଜ୍ୟ ନାଗାଲାଣ୍ଡ, ମିଜୋରାମ ଏବଂ ସିକ୍କିମର ବାର୍ଷିକ ବଜେଟ ଅଟକଳଠାରୁ ମଧ୍ୟ ଢେର ଅଧିକ । ଦେଶରେ ସମସ୍ତ ରାଜ୍ୟର ବିଧାୟକଙ୍କ ସମ୍ପତ୍ତି ନେଇ ଏହି ରିପୋର୍ଟ ପ୍ରକାଶ କରିଛି ADR ।
ଆମ ଦେଶର ସମସ୍ତ ରାଜ୍ୟର ମୋଟ ୪ ହଜାର ୧ ବିଧାୟକଙ୍କ ସମ୍ପତ୍ତି ହେଉଛି ୫୪ ହଜାର ୫୪୫ କୋଟି । ୨୦୨୩-୨୪ ଆର୍ଥିକ ବର୍ଷରେ ଏହି ୩ ରାଜ୍ୟର ବଜେଟ ଥିଲା ୪୯ ହଜାର ୧୦୩ କୋଟି । ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମ ଏବଂ ନ୍ୟାସନାଲ୍ ଇଲେକସନ୍ ୱାଚ୍ ଏ ନେଇ ରିପୋର୍ଟ ପ୍ରକାଶ କରିଛି ।
୨୦୨୩-୨୪ ଆର୍ଥିକ ବର୍ଷରେ ନାଗାଲାଣ୍ଡର ବଜେଟ ଥିଲା ୨୩ ହଜାର ୮୬ କୋଟି, ସେହିଭଳି ମିଜୋରାମର ବଜେଟ ଥିଲା ୧୪ ହଜାର ୨୧୦ କୋଟି ଓ ସିକ୍କିମର ବଜେଟ ଥିଲା ୧୧ ହଜାର ୮୦୭ କୋଟି । ୮୪ଟି ବିଭିନ୍ନ ରାଜନୈତିକ ଦଳ ଓ ନିର୍ଦ୍ଦଳୀୟ ବିଧାୟକଙ୍କୁ ମିଶାଇ ମୋଟ ୪୦୦୧ ବିଧାୟକଙ୍କ ସମ୍ପତ୍ତିର ଏହି ଆକଳନ ଦେଇଛି ADR।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/ADR_Report_1690964841.jpg)