Advertisment

୨ ବର୍ଷ ପରେ ପରିବାର ଲୋକଙ୍କୁ ଭେଟିଲେ ମୀରାବାଈ ଚାନୁ

୮ ଅଗଷ୍ଟ ୧୯୯୪ରେ ଚାନୁଙ୍କ ଜନ୍ମ । ଉଚ୍ଚତା ୪ ଫୁଟ୍‌ ୧୧ ଇଞ୍ଚ। ମୀରାବାଈ ୨୦୧୪ ପରଠାରୁ ସବୁବେଳେ ଆନ୍ତର୍ଜାତୀୟ ଇଭେଣ୍ଟରେ ନିଜର ଅସ୍ଥିତ୍ୱ ଜାହିର କରି ଅସିଛନ୍ତି । ପ୍ରଥମେ ୪୮ କେଜି ବର୍ଗରେ ଭାରଉତ୍ତୋଳନରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଟାଇଟାଲ ହାସଲ କରିବା ସହ କମନ୍‌ ୱେଲ୍ଥ ଗେମ୍‌ସରେ ଅନେକ ମେଡାଲ ନିଜ ନାଁରେ କରିଥିଲେ

୨ ବର୍ଷ ପରେ ପରିବାର ଲୋକଙ୍କୁ ଭେଟିଲେ ମୀରାବାଈ ଚାନୁ

Chanu Saikhom Mirabai

Advertisment

ନୂଆଦିଲ୍ଲୀ: ସାଇଖୋମ୍‌ ମୀରାବାଈ ଚାନୁ । ଏବେ ସାରା ବିଶ୍ୱରେ ଏକ ଚର୍ଚ୍ଚିତ ନାଁ । ଭାରତ ପାଇଁ ଆଣିଛନ୍ତି ଗର୍ବ ଆଉ ଗୌରବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଭାରତ ପାଇଁ ପ୍ରଥମ ଦିନରେ ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି ଏହି ସାଇଖୋମ୍‌ ମୀରାବାଈ ଚାନୁ । ସେ ନଙ୍ଗପୋକ୍‌ କାକ୍‌ଚିଂ, ଇମ୍ଫାଲ ଇଷ୍ଟ ମଣିପୁରର ଝିଅ । ବୟସ ୨୬ । ବୟସ ସିନା କମ୍‌ କିନ୍ତୁ ତାଙ୍କ ନାଁରେ ରହିଛି ଅନେକ ରେକର୍ଡ । ଜାତୀୟ ରକେର୍ଡ ଠାରୁ ଆରମ୍ଭ କରି ତାଙ୍କ ନାଁରେ ରହିଛି ବିଶ୍ୱ ରେକର୍ଡ । ତେବେ ଦେଶ ପାଇଁ ଖେଳିବାକୁ ଯାଇ ନିଜ ଘର ଲୋକଙ୍କଠାରୁ ୨ ବର୍ଷ ପାଇଁ ଦୂରେଇ ରହିଥିଲେ ଚାନୁ। ଆଉ ଯେତେବେଳେ ୨ ବର୍ଷ ପରେ ପରିବାର ଲୋକଙ୍କୁ ଭେଟିଥିଲେ ସେ ସମୟର ଖୁସି କହିଲେ ନସରେ। ଆଉ ଏହି ଖୁସିର ମୁହୂର୍ତ୍ତକୁ ସେ ଟ୍ୱିଟ୍ ମଧ୍ୟ କରିଥିଲେ।ତେବେ ନିଜର ପାରମ୍ପରିକ ପୋଷାକ ସହ ତଳେ ଖାଇବା ରଖି ପରିବାର ଲୋକଙ୍କ ସେ ଖାଉଥିବାର ଫଟୋ ଟ୍ୱିଟ୍‌ କରାଯାଇଛି। ଯାହାକି ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହୋଇଛି।

Advertisment

୮ ଅଗଷ୍ଟ ୧୯୯୪ରେ ଚାନୁଙ୍କ ଜନ୍ମ । ଉଚ୍ଚତା ୪ ଫୁଟ୍‌ ୧୧ ଇଞ୍ଚ। ମୀରାବାଈ ୨୦୧୪ ପରଠାରୁ ସବୁବେଳେ ଆନ୍ତର୍ଜାତୀୟ ଇଭେଣ୍ଟରେ ନିଜର ଅସ୍ଥିତ୍ୱ ଜାହିର କରି ଅସିଛନ୍ତି । ପ୍ରଥମେ ୪୮ କେଜି ବର୍ଗରେ ଭାରଉତ୍ତୋଳନରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେ ବିଶ୍ୱ ଚାମ୍ପିଅନ୍‌ସିପ୍‌ ଟାଇଟାଲ ହାସଲ କରିବା ସହ କମନ୍‌ ୱେଲ୍ଥ ଗେମ୍‌ସରେ ଅନେକ ମେଡାଲ ନିଜ ନାଁରେ କରିଥିଲେ । ଏମିତିକି ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ପଦ୍ମଶ୍ରୀ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଛି । ଖେଳ ପାଇଁ ତାଙ୍କର ଅବଦାନ ପାଇଁ ତାଙ୍କୁ ଏହି ପୁରଷ୍କାର ଦିଆଯାଇଥିଲା । ଖାଲି ସେତିକି ନୁହେଁ ୨୦୧୮ରେ ତାଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ ପୁରଷ୍କାରରେ ମଧ୍ୟ ସମ୍ମାନିତ କରାଯାଇଥିଲା ।

Advertisment

ଏହାପୂର୍ବରୁ ୨୦୧୪ କମନ ୱେଲ୍‌ଥ ଗେମ୍ସରେ ମୀରାବାଈ ଚାନୁ ମହିଳା ୪୮ କିଲୋଗ୍ରାମ ବର୍ଗ ଭାରୋତ୍ତଳନରେ ରୌପ୍ୟ ପଦକ ହାସଲ କରିଥିଲେ । ତେବେ ତାଙ୍କର ସବୁଠାରୁ ବଡ଼ ଉପଲବ୍‌ଧି ହେଲା ୨୦୧୭ ମସିହାରେ ସେ ଆମେରିକାର ଆନହେମିଠାରେ ଆୟୋଜିତ ବିଶ୍ୱ ଭରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହାପରେ ସେ ଏବେ ଟୋକିଓରେ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ଭାରତ ପାଇଁ ଗୌରବ ଆଣିଛନ୍ତି ।

India Chanu Saikhom Mirabai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ