Advertisment

ବ୍ୟାଙ୍କରେ ପଶି ୩୫ ଲକ୍ଷ ଟଙ୍କା ଲୁଟିନେଲା ୧୦ ବର୍ଷର ପିଲା : ଟେର୍‌ ପାଇଲେନି କର୍ତ୍ତୃପକ୍ଷ

ପଟିଆଲାସ୍ଥିତ ଏସବିଆଇର ମୁଖ୍ୟ ଶାଖାରେ ଏଟିଏମରେ ରଖିବାକୁ ବ୍ୟାଗରେ ନଗଦ ଟଙ୍କା ରଖାଯାଇଥିଲା। ତେବେ ହଠାତ୍ ବ୍ୟାଗଟି ଉଭାନ୍ ହୋଇଯାଇଥିଲା।

ଅଦ୍ୟତନ ହୋଇଛି
Special story

Special story

Advertisment

ବ୍ୟାଙ୍କରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲା ନାବାଳକ । ବୁଧବାର ପଞ୍ଜାବର ପଟିଆଲା ଅଞ୍ଚଳରୁ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ର ପଟିଆଲା ମୁଖ୍ୟ ଶାଖାରୁ ଜଣେ ୧୦ ବର୍ଷର ବାଳକ ୩୫ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗ ନେଇ ଫେରାର ହୋଇଯାଇଛି । ବ୍ୟାଙ୍କ ବାହାରେ ଥିବା ଏଟିଏମରେ ରଖିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ବାହାର କରାଯାଇଥିଲା । ତେବେ ହଠାତ୍‌ ବ୍ୟାଗ୍‌ ଉଭାନ୍‌ ହୋଇଯିବା ପରେ ବ୍ୟାଙ୍କରେ ଉତ୍ତେଜନା ଦେଖାଦେଇଥିଲା । ତରବରିଆ ଭାବେ ବ୍ୟାଙ୍କରେ ଥିବା ସିସିଟିଭି ଯାଞ୍ଚ କରାଯାଇ ପୋଲିସକୁ ଖବର ଦିଆଯାଇଥିଲା ।

Advertisment

ସାଢ଼େ ୧୧ଟାର ଘଟଣା

ଖବର ପାଇବା ପରେ ଏସପି ସିଟି ବଜିର ସିଂ ପୂରା ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୧୧.୩୦ ସମୟରେ ନାବାଳକ ଜଣକ ବ୍ୟାଙ୍କକୁ ଆସି ୩୫ ଲକ୍ଷ ଟଙ୍କା ଥିବା ବ୍ୟାଗ ନେଇ ପଳାଇଥିବା କୁହାଯାଇଛି । ଏହାପୂର୍ବରୁ ସେ ୧୫-୨୦ ମିନିଟ୍ ପାଇଁ ବ୍ୟାଙ୍କରେ ବୁଲାବୁଲି କରିଥିଲା । ସୁଯୋଗ ପାଇବା ମାତ୍ରେ ସେ ବ୍ୟାଗ ନେଇ ଚାଲି ଯାଇଥିଲା ।

ବ୍ୟାଙ୍କରେ ଘଟିଥିବା ଏହି ଅପରାଧ ସୁଚିନ୍ତିତ ଷଡଯନ୍ତ୍ର ପରି ମନେ ହେଉଛି । ପିଲାଟି ମଧ୍ୟ କିଛି କୁଖ୍ୟାତ ଚୋର ଗ୍ୟାଙ୍ଗର ସଦସ୍ୟ ଥିବା କୁହାଯାଉଛି । ପୋଲିସ ସହରର ବିଭିନ୍ନ ସ୍ଥାନରେ ନାକାବନ୍ଦି କରିଛି ଏବଂ ଟଙ୍କା ବ୍ୟାଗ ନେଇ ବାହାରକୁ ଯାଇଥିବା ନାବାଳିକାକୁ ଚାରିଆଡ଼େ ଖୋଜୁଛି ।

Advertisment

ତେବେ ପିଲାଟି ବ୍ୟାଙ୍କରେ ଏକୁଟିଆ ନଥିଲା, ତା’ ସହ ଆଉ ଜଣେ ୨୫ ବର୍ଷ ବୟସ୍କ ଯୁବକ ମଧ୍ୟ ଥିବା ସିସିଟିଭିରେ ଦେଖିବାକୁ ମିଳୁଛି । ଏସପି କହିଛନ୍ତି ଯେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତଦନ୍ତରେ ନିୟୋଜିତ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଟଙ୍କା ନେଇ ପଳାଇଥିବା ପିଲାଟିର କୌଣସି ଖୋଜଖବର ମିଳି ନାହିଁ ।

Bank Loot
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ