Advertisment

ଆଖିରେ ତ୍ରିରଙ୍ଗା ଆଙ୍କି ବୀରଙ୍କୁ ଦେଲେ ଶ୍ରଦ୍ଧାଞ୍ଜଳି

ଏହାଦ୍ୱାରା ଜାତୀୟ ପତାକାର ମୂଲ୍ୟବୋଧକୁ ସଭିଏଁ ବୁଝିପାରିବେ।

ଅଦ୍ୟତନ ହୋଇଛି
Artist places Tricolour in his eyes

Artist places Tricolour in his eyes

Advertisment

ଦେଶ ପାଳୁଛି ସ୍ୱାଧୀନତାର ୭୫ ବର୍ଷ। ହର ଘର ତ୍ରିରଙ୍ଗା ଅବସରରେ ପ୍ରତି ଭାରତୀୟଙ୍କ ମଧ୍ୟରେ ଦେଖାଦେଇଛି ଦେଶପ୍ରେମର କ୍ରେଜ୍। ନିଜ ନିଜ ଷ୍ଟାଇଲ୍, ଅନ୍ଦାଜ୍ ଓ ଶୈଳୀରେ ଦେଶର ପ୍ରତୀକକୁ ଦେଖାଇଚାଲିଛନ୍ତି। ସେମିତି ଏକ ନିଆରା ଢଙ୍ଗରେ ନିଜର ଦେଶପ୍ରେମକୁ ଦେଖାଇଛନ୍ତି ତାମିଲନାଡୁ କ୍ୱଏମ୍ବାଟୁରର ଜଣେ ଯୁବକ। ସେ ତାଙ୍କର ଆଖିରେ ତ୍ରିରଙ୍ଗା ପତାକା ଆଙ୍କିଛନ୍ତି। ଯାହା ସମସ୍ତଙ୍କୁ ଚକିତ କରିଛି।

Advertisment

ତାମିଲନାଡୁ କ୍ୱଏମ୍ବାଟୁରର ୟୁଏମ୍‌ଟି ରାଜା ଜଣେ ସୂକ୍ଷ୍ମ କାରିଗର। ସେ ଜଣେ ପ୍ରଫେସନାଲ୍ ଆର୍ଟିଷ୍ଟ। ରାଜା ତାଙ୍କର ଆଖିରେ ପତାକା ଆଙ୍କିଛନ୍ତି। ଏହାକୁ ଆଙ୍କିବା ପାଇଁ ଅନେକ ଘଣ୍ଟା ଲାଗିଥିଲା। ତାଙ୍କ ଆଖି ଦେଖିଲେ ଲାଗିବ ସତେ ଯେପରି ଗୋଟିଏ କାଠିରେ ତ୍ରିରଙ୍ଗା ପତାକା ଉଡୁଛି, ତାମଧ୍ୟରେ ରହିଛି ଅଶୋକ ଚକ୍ର। ତେବେ ଏଭଳି ଚିତ୍ର ସାଧାରଣ ଲୋକ ନଆଙ୍କିବାକୁ ସେ ନିବେଦନ କରିଛନ୍ତି। ଏଭଳି ଚିତ୍ର ତାଙ୍କ ଝିଅ ଆର କାଭ୍ୟାଙ୍କ ଉପସ୍ଥିତିରେ ସେ ଆଙ୍କିଛନ୍ତି। ଆର କାଭ୍ୟା ଜଣେ ଚକ୍ଷୁ ବିଶେଷଜ୍ଞ।

ତେବେ ଏଭଳି ଚିତ୍ର କାହିଁକି ଆଖିରେ କଲେ, ଏହାର ଉତ୍ତରରେ ସେ କହିଛନ୍ତି ଯେ- ମୁଁ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଖିରେ ତ୍ରିରଙ୍ଗାକୁ ଆଙ୍କିଛି। ଏହାଦ୍ୱାରା ଜାତୀୟ ପତାକାର ମୂଲ୍ୟବୋଧକୁ ସଭିଏଁ ବୁଝିପାରିବେ। ଗୋଟିଏ ଆଇନା ଆଗରେ ଠିଆ ହୋଇ ମୋ ଆଖିରେ ଏହି ଚିତ୍ର ଆଙ୍କିଛି। ଏଭଳି ଆଙ୍କିବା ମୋ ପାଇଁ କଷ୍ଟକର ଥିଲା। ଯେପରି ଆଖିକୁ କ୍ଷତି ନପହଞ୍ଚାଇ ସବୁ ରଙ୍ଗକୁ ସେଟ୍‌ କରିବା ମୋ ପାଇଁ ଚାଲେଞ୍ଜ ଥିଲା। ଅନେକ ଚେଷ୍ଟା ପରେ ମୁଁ ସଠିକ୍ ଭାବେ ଚିତ୍ର ଆଙ୍କିପାରିଥିଲି। ଏହା ମୋର ଭାରତୀୟ ସେନାଙ୍କ ପାଇଁ ଶ୍ରଦ୍ଧାଞ୍ଜଳି।  

Advertisment
Tricolour In Eyes Armed Force
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ