Advertisment

ଭାରତୀୟ ରେଳରୁ ୧ କୋଟିର ଜରିମାନା ଆଦାୟ କରିଦେଲେ ଏହି ଅଫିସର

ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ୧କୋଟି ଜୋରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ସେ ବେଶ୍‌ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ ସେୟାର କରାଯାଇଛି । ଯେଉଁ ସମୟରେ ସେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି

ଅଦ୍ୟତନ ହୋଇଛି
Rosaline Arokia Mary

Rosaline Arokia Mary

Advertisment

ଭାରତୀୟ ରେଳ...ଆଜିକାଲି ସମସ୍ତେ ପ୍ରାୟ ରେଳରେ ଯାତ୍ରା କରିବାକୁ ପସନ୍ଦ କରନ୍ତି । ଅଳ୍ପ ଟଙ୍କା, ଆରାମ ଦାୟକ ସୁବିଧା ପାଇଁ ଯାତ୍ରୀଙ୍କର ପସନ୍ଦ ରେଲୱେ । ହେଲେ ଅନେକ ସମୟରେ ଆମେ ଟ୍ରେନ୍‌ରେ ଯାତ୍ରା କରିବାବେଳେ ଅନେକ ଯାତ୍ରୀ ଟିକେଟ୍‌ କାଟନ୍ତି ନାହିଁ । ଅର୍ଥାତ୍‌ ବିନା ଟିକେଟ୍‌ରେ ଯାତ୍ରା କରନ୍ତି ଶହଶହ ଲୋକ । ହେଲେ ଟିକେଟ ନକରି ଟ୍ରେନ୍‌ରେ ଚଢୁଥିବା ଲୋକଙ୍କୁ ସାବାଡ୍‌ କରିଛନ୍ତି ଟିକେଟ୍‌ ଚେକର ରୋଜାଲିନ ଆରୋକିଆ ମେରି । ପାଖାପାଖି ୧ କୋଟି ଟଙ୍କା ସେ ଜରିମାନା ଆକାରରେ ଆଦୟ ବି କରିଛନ୍ତି ।

Advertisment

ରୋଜାଲିନ ଆରୋକିଆ ମେରି ଦକ୍ଷିଣ ରେଳବାଇରେ ମୁଖ୍ୟ ଟିକେଟ୍ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ୧କୋଟି ଜରିମାନା ସଂଗ୍ରହ କରିଥିବା ରେଳବାଇର ପ୍ରଥମ ଟିକେଟ୍ ଚେକର କର୍ମଚାରୀ ଭାବରେ ସେ ବେଶ୍‌ ଜଣାଶୁଣା । ରେଳ ମନ୍ତ୍ରଣାଳୟର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ମେରିଙ୍କ କିଛି ଫଟୋ ସେୟାର କରାଯାଇଛି । ଯେଉଁ ସମୟରେ ସେ ଯାତ୍ରୀଙ୍କ ଟିକେଟ୍ ଯାଞ୍ଚ କରୁଥିବା ସହ ଜୋରିମାନା ମଧ୍ୟ ଆଦାୟ କରୁଥିବା ଦେଖିବାକୁ ମିଳିଛି । ରେଳ ମନ୍ତ୍ରଣାଳୟ ପକ୍ଷରୁ ରୋଜାଲିନଙ୍କ ଫଟୋ ଟ୍ୱିଟ କରି କ୍ୟାପସନରେ ଲେଖାଯାଇଛି, ସମ୍ପୂର୍ଣ୍ଣ ନିଷ୍ଠାର ସହିତ ନିଜର କାର୍ଯ୍ୟ କରୁଛନ୍ତି ରୋଜାଲିନ୍ । ବିନା ଟିକେଟରେ ଯାତ୍ରା କରୁଥିବ‌ା ରେଳ ଯାତ୍ରୀଙ୍କଠାରୁ ୧.୦୩ କୋଟି ଟଙ୍କା ଜରିମାନା ଆକାରରେ ସଂଗ୍ରହ କରିଛନ୍ତି ।

ଅନେକ ସମୟରେ ଭାରତୀୟ ରେଳକୁ ନେଇ ଜୋରଦାର ଚର୍ଚ୍ଚା ହୁଏ । ଏମିତିକି ପୃଥିବୀର ସର୍ବାଧିକ ଯାତ୍ରା କେବଳ ରେଳରେ ହୁଏ ବୋଲି କୁହାଯାଏ । ପୂର୍ବରୁ ରେଳ ବିଭାଗ ଲାଗି ସ୍ୱତନ୍ତ୍ର ବଜେଟ୍‌ ବି ହେଉଥିଲା । ହେଲେ ଟ୍ରେନ୍‌ରେ ଟିକେଟ୍‌ ଅନେକ ଲୋକ କରନ୍ତି ନାହିଁ । ତେଣୁ ସେମାନଙ୍କୁ ସାବାଡ଼୍‌ କରିବାକୁ ରୋଜଲିନ ପଣ କରିଛନ୍ତି । ଆଉ ବୁଲି ବୁଲି ଟିକେଟ୍‌ ଚେକ୍‌ କରିବା ସହିତ ଜରିମାନା ବି ଆଦାୟ କରୁଛନ୍ତି...

Advertisment
Indian Railways
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ