Advertisment

ମାୟାନଗରୀରେ ଭୟଙ୍କର ଧୂଳି ଝଡ଼; ବିମାନ ଉଡାଣ ବାତିଲ

ପ୍ରବଳ ପବନ ଯୋଗୁ ଚାରିଆଡେ ଭୟଙ୍କର ଧୂଳି ଝଡ ସୃଷ୍ଟି ହୋଇଛି। ଏଥିଲାଗି ମୁମ୍ବାଇ ଏୟାରପୋର୍ଟରେ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ବିମାନ ଲ୍ୟାଣ୍ଡିଂ ଓ ଟେକ୍‌ଅଫ୍‌କୁ ୩୦ ମିନିଟ ଯାଏଁ ବାତିଲ କରାଯାଇଛି।

Thunderstorm

Thunderstorm

Advertisment

ମୁମ୍ବାଇରେ ଭୟଙ୍କର ଧୂଳି ଝଡ଼। ଏହାର ପ୍ରଭାବରେ ଘାଟକୋପର ଅଞ୍ଚଳରେ ଏକ ବିଶାଳ ବିଲ୍ ବୋର୍ଡ ଭାଙ୍ଗିଯିବାରୁ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବିଲ ବୋର୍ଡଟି ଏକ ପେଟ୍ରୋଲ ପମ୍ପ ଉପରେ ଭାଙ୍ଗି ପଡ଼ିଥିଲା। ଏବେ ସୁଦ୍ଧା ଏହା ତଳେ ପ୍ରାୟ ୪୦ ଜଣ ଲୋକ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି। ଏନଡିଆଫ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Advertisment

ସେହିଭଳି ଧୂଳିଝଡ଼ ପ୍ରଭାବରେ ୱାଡାଲାରେ ଏକ ସ୍କଫୋଲ୍ଡିଙ୍ଗ୍ ବା ଲୁହାରେ ତିଆରି ବିଶାଳ ଟାୱାର ମଧ୍ୟ ଭାଙ୍ଗି ପଡ଼ିଛି। ରାସ୍ତାକଡ଼ରେ ଗାଡ଼ି ପାର୍କିଂ ହୋଇଥିବା ସ୍ଥାନରେ ଟାୱାରଟି ଭାଙ୍ଗି ପଡ଼ିଥିଲା। ସେପଟେ ଧୂଳିଝଡ଼ ସାଙ୍ଗକୁ ମୁମ୍ବାଇରେ ଆଜି ପ୍ରବଳ ବର୍ଷା ମଧ୍ୟ ଦେଖିବାକୁ ମିଳିଛି। ମୁଖ୍ୟ ରାସ୍ତାରେ ପାଣି ଚାଲିବା ପରେ ଗାଡ଼ି ଚଳାଚଳରେ ବାଧା ସୃଷ୍ଟି ହୋଇଛି। ଫଳରେ ମହାନଗରୀରେ ବହୁ ଗଛ ଭାଙ୍ଗିବା ସହ ଅନେକ ଘରର ଛାତ ଉଡ଼ାଇ ନେଇଛି। କାଳବୈଶାଖୀ ପାଇଁ ବିମାନ ଓ ରେଳ ସେବା ବ୍ୟାହତ ହୋଇଛି।

ସେପଟେ ପାଣିପାଗ ବିଭାଗ ତରଫରୁ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଆସନ୍ତା ୩ରୁ ୪ ଘଣ୍ଟା ପାଲଘର ଓ ଥାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ ବେଗରେ ପବନ ବହିବା ସହ ଘଡଘଡି ବର୍ଷା ହେବା ସମ୍ଭାବନା ରହିଛି। ଏଥିପାଇଁ ଲୋକଙ୍କୁ ବାହାରକୁ ନ ଯିବାକୁ ଚେତାବନୀ ଜାରି କରାଯାଇଛି।

Advertisment

ସେପଟେ ମୁମ୍ବାଇର ମରିନ୍‌ ଡ୍ରାଇଭ ଅଞ୍ଚଳରେ ଭୟଙ୍କର ଧୂଳି ଝଡ ଯୋଗୁ ଲୋକେ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ବର୍ଷା ଓ ପବନ ଯୋଗୁ ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିଛି। ତେବେ ଏଥିରେ କେହି ମୃତାହତ ହୋଇନାହାନ୍ତି।

Mumbai Thunderstorm Dust Storm
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ