Advertisment

ଫେସବୁକ୍‌ରୁ ପ୍ରେମ : ଦୁଇ ଛୁଆ ଓ ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ଚାଲିଗଲେ ଭାରତୀୟ ମହିଳା

ସ୍ୱାମୀ ଦେବତାଙ୍କର ଆଖିରେ ଲୁହ... ପାକିସ୍ତାନୀ ପ୍ରେମିକ ପାଇଁ ପର ହୋଇଗଲେ ସ୍ୱାମୀ ଓ ଦୁଇ ଛୁଆ । ପ୍ରେମିକ ସହ ସବୁଦିନ ଲାଗି ଏକ ହୋଇଯିବାକୁ ପାକିସ୍ତାନ ପଳାଇଲେ ଭାରତୀୟ ମହିଳା ।

ଅଦ୍ୟତନ ହୋଇଛି
love story

love story

Advertisment

ପ୍ରେମ ପାଇଁ ସୀମା ଡେଇଁ ଭାରତରୁ ପାକିସ୍ତାନକୁ ଚାଲିଗଲେ ବିବାହିତ ମହିଳା । ରାଜସ୍ଥାନ ଅଲୱରରୁ ପାକିସ୍ତାନ ଖାଇବର ପଖତୁନୱା ଅଚଂଳର ଦିର ଜିଲ୍ଲାରେ ଯାଇ ପହଞ୍ଚିଛନ୍ତି ଅଞ୍ଜୁ ପ୍ରସାଦ । ସୋସିଆଲ ମିଡିଆରେ ଅଲୱରର ଅଂଜୁ ପ୍ରସାଦଙ୍କ ସହ ପାକିସ୍ତାନର ନସରୁଲ୍ଲାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୩୪ ବର୍ଷୀୟ ଅଂଜୁ ପାକିସ୍ତାନର ୨୯ ବର୍ଷୀୟ ନସରୁଲ୍ଲାଙ୍କୁ ଭଲ ପାଇ ବସିଥିଲେ । ଆଉ ପ୍ରେମ ପାଇଁ ସେ ସୀମା ସରହଦ ଡେଇଁବା ପାଇଁ ନିଷ୍ପତ୍ତି ନେଇଥିଲେ ।

Advertisment

ସ୍ୱାମୀଙ୍କୁ ଛାଡ଼ି ପାକିସ୍ତାନ ପଳାଇଥିବା ଅଞ୍ଜୁଙ୍କ ଜନ୍ମ ଉତ୍ତରପ୍ରଦେଶର ବଲିୟା ଜିଲ୍ଲାର କାଇଲୋର ଗାଁରେ । ଏବେ ସେ ରାଜସ୍ଥାନର ଅଲୌୱାର ଜିଲ୍ଲାରେ ରହୁଥିଲେ । ଅଞ୍ଜୁ ବିବାହିତା ହୋଇଥିବା ବେଳେ ଦୁଇଟି ପିଲାର ମା’ ମଧ୍ୟ । ତାଙ୍କର ଏକ ୧୫ ବର୍ଷୀୟା ଝିଅ ଓ ୫ ବର୍ଷୀୟ ପୁଅ ଅଛନ୍ତି ।

୨୦୦୫ ମସିହାରୁ ଏକ କମ୍ପାନୀରରେ ଚାକିରି କରୁଥିବା ଅଞ୍ଜୁ ୨୦୦୭ ମସିହାରେ ଅରବିନ୍ଦ ନାମକ ଯୁବକଙ୍କୁ ବିବାହ କରିଥିଲେ। ଉଭୟଙ୍କ ବିବାହକୁ ଇତି ମଧ୍ୟରେ ୧୬ ବର୍ଷ ଅତିକ୍ରମ କରି ସାରିଲାଣି । ଉଭୟଙ୍କ ହସଖୁସିର ସଂସାରରେ ଏବେ କଳା ବାଦଲ ଘୋଟି ଯାଇଛି । ନିଜ ଜୀବନରେ କେବେ ବି ଏକୁଟିଆ କୁଆଡ଼େ ଯାଇ ନ ଥିବା ଅଞ୍ଜୁଙ୍କ ପାକିସ୍ତାନ ଯିବା ଘଟଣାକୁ ତାଙ୍କ ପରିବାର ଲୋକେ ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି।

Advertisment

ସେପଟେ ଅଞ୍ଜୁଙ୍କ ପାକିସ୍ତାନୀ ପ୍ରେମିକ ନସରୁଲ୍ଲା ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଛନ୍ତି । ନସରୁଲ୍ଲାଙ୍କୁ ଭେଟିବାକୁ ଅଞ୍ଜୁ ପାକିସ୍ତାନ ହାଇକମିଶନରଙ୍କ ନିକଟରେ ଭିସା ପାଇଁ ଆବେଦନ କରିଥିଲେ । ଦୀର୍ଘ ୩ ବର୍ଷ ପରେ ଅଂଜୁଙ୍କୁ ପାକିସ୍ତାନ ଯାତ୍ରା କରିବାକୁ ଭିସା ମିଳିଥିଲା । ଘଟଣା ପ୍ରଘଟ ହେବା ପରେ ପାକିସ୍ତାନ ପୋଲିସ ଅଂଜୁକୁ ପଚରାଉଚରା କରିଥିଲା ।

ତେବେ ଅଂଜୁ ନିୟମ ମୁତାବକ ଭିସା ଆବେଦନ କରି ପାକିସ୍ତାନ ଗସ୍ତରେ ଆସିଛନ୍ତି ବୋଲି ପାକ୍ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଖବର ପ୍ରଚାର ହେବା ପରେ ରାଜସ୍ଥାନ ପୋଲିସ ଅଲୱରରେ ଥିବା ଅଂଜୁଙ୍କ ଘରେ ଯାଇ ତନାଘନା ଲାଗି ପହଞ୍ଚିଛି । ଗୁରୁବାର ଦିନ ଜୟପୁର ଯିବାକୁ କହି ଅଂଜୁ ଚାଲିଯାଇଥିବା କହିଛନ୍ତି ତାଙ୍କ ସ୍ୱାମୀ ଅରବିନ୍ଦ ।...

Advertisment

ନିକଟରେ ପାକିସ୍ତାନରୁ ଭାରତକୁ ଚାଲି ଆସିଥିବା ମହିଳା ସୀମା ହାଇଦରକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ପ୍ରେମ ପାଇଁ ପାକିସ୍ଥାନକୁ ଭାରତୀୟ ବିବାହିତ ମହିଳା ଯାତ୍ରା କରିବା ଘଟଣା ଏବେ ବେଶ୍ ଚର୍ଚ୍ଚାରେ ରହିଛି।...

Love Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ