Advertisment

ଜେଲ୍‌ରେ ସିସୋଦିଆଙ୍କ ପ୍ରଥମ ରାତି; ସାଙ୍ଗରେ କ’ଣ ନେଇଥିଲେ, କ’ଣ ଖାଇଲେ ଜାଣନ୍ତୁ...

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୋମବାର ତିହାର ଜେଲ୍‌ରେ ପ୍ରଥମ ଦିନ କଟିଛି। ଏହି ସମୟରେ ତାଙ୍କୁ ତିନୋଟି ନୂଆ କମ୍ବଳ, ଗୋଟିଏ ନୂଆ ବେଡ୍‌ସିଟ୍ ରାତିରେ ଶୋଇବା ପାଇଁ ପୋଷାକ ଦିଆଯାଇଥିଲା। ରାତ୍ରି ଭୋଜନରେ କ’ଣ ଖାଇଲେ ଜାଣନ୍ତୁ…

ଅଦ୍ୟତନ ହୋଇଛି
Manish Sisodia First Day In Tihar Jail

Manish Sisodia first day in tihar jail

Advertisment

ଅବକାରୀ ଘୋଟାଲାରେ ଗିରଫ ହୋଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ସୋମବାର ତିହାର ଜେଲ୍‌ରେ ପ୍ରଥମ ଦିନ କଟିଛି। ଏହି ସମୟରେ ତାଙ୍କୁ ତିନୋଟି ନୂଆ କମ୍ବଳ, ଗୋଟିଏ ନୂଆ ବେଡ୍‌ସିଟ୍ ଏବଂ ରାତିରେ ଶୋଇବା ପାଇଁ ପୋଷାକ ଦିଆଯାଇଥିଲା।

Advertisment

ମନୀଷ ଜେଲ୍‌ ନମ୍ବର ୧ର ବରିଷ୍ଠ ନାଗରିକ ସେଲ୍ ୱାର୍ଡ ନଂ- ୯ରେ ଅଛନ୍ତି। ତାଙ୍କ ସହଯୋଗୀ ସତ୍ୟେନ୍ଦ୍ର ଜୈନ ତିହାର ଜେଲ ନମ୍ବର ୭ରେ ଅଛନ୍ତି। ଦୁଇଟି ଜେଲ୍‌ର ଦୂରତା ପ୍ରାୟ ଅଧା କିଲୋମିଟର। ତିହାର ଜେଲ୍‌ ଅଧିକାରୀ କହିଛନ୍ତି ଯେ ଜେଲ ନମ୍ବର ୧ ତିହାର କମ୍ପ୍ଲେକ୍ସର ସର୍ବ ପୁରାତନ।

ମନୀଷ ସିସୋଦିଆଙ୍କ ପାଖରେ ଥିବା ସେଲ୍‌ରେ ଖତରନାକ ଟିଲୁ ଗ୍ୟାଙ୍ଗର ନେତା ସୁନୀଲ ମାନ ଓରଫ୍ ଟିଲୁ, ଗ୍ୟାଙ୍ଗଷ୍ଟର ନାସିର ଏବଂ କୁଖ୍ୟାତ ଗୋଗି ଗ୍ୟାଙ୍ଗର ସାର୍ପସୁଟର୍ ଯୋଗେଶ ଓର୍ଫ ଟୁଣ୍ଡା ଅଛନ୍ତି।

Advertisment

ସୋମବାର ମଧ୍ୟାହ୍ନ ପରେ ସିସୋଦିଆଙ୍କୁ ଜେଲ୍‌କୁ ନିଆଯାଇଥିଲା। ଜଣେ ଅଧିକାରୀ କହିଛନ୍ତି, “ମନୀଷ ସିସୋଦିଆ ଜେଲ ଯିବା ପୂର୍ବରୁ ତାଙ୍କ ମେଡିକାଲରେ ପରୀକ୍ଷା କରାଯାଇଥିଲା। ଏହା ପରେ ଡାକ୍ତରମାନେ ତାଙ୍କୁ ସୁସ୍ଥ ଘୋଷଣା କରିଥିଲେ ଏବଂ ପରେ ତାଙ୍କ ରିପୋର୍ଟ ଜେଲ୍‌ ଅଧୀକ୍ଷକଙ୍କ ନିକଟକୁ ପଠାଯାଇଥିଲା।

ଅଧିକାରୀ କହିଛନ୍ତି, “ଯେହେତୁ ମନୀଷ ସିସୋଦିଆ ଜଣେ ବିଚାରାଧିନ ବନ୍ଦୀ, ତେଣୁ ସେ ତାଙ୍କ ସୁବିଧା ଏବଂ ଆବଶ୍ୟକତା ଅନୁଯାୟୀ ବ୍ୟକ୍ତିଗତ ପୋଷାକ ପିନ୍ଧିପାରିବେ। ଜେଲ୍‌ ମାନୁଆଲରେ ଏନେଇ ଅନୁମତି ଅଛି। ପ୍ରଥମ ରାତିରେ ତାଙ୍କୁ ଜେଲରୁ ଅତିରିକ୍ତ ପୋଷାକ ଯୋଗାଇ ଦିଆଯିବ। ସେ ଚାହିଁଲେ ଏହାକୁ ବ୍ୟବହାର କରିପାରିବେ। ଆମେ ଏକ ସାବୁନ, ବେଡ୍‌ସିଟ୍, ତିନୋଟି କମ୍ବଳ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ମଧ୍ୟ ଦେଇଛୁ।”

Advertisment

ଜେଲ୍ ଅଧିକାରୀଙ୍କ ସୂତ୍ରରୁ ଜଣାଯାଇଛି ଯେ ସନ୍ଧ୍ୟା ପ୍ରାୟ ୬ଟାରୁ ୭.୩୦ ସମୟରେ ସିସୋଦିଆଙ୍କୁ ରାତ୍ରୀ ଭୋଜନ ଦିଆଯାଇଥିଲା। ଏଥିରେ ରୁଟି, ଭାତ, ଡାଲି ଏବଂ ଆଳୁ-ମଟର ତରକାରୀ ଥିଲା। ଜେଲ୍‌କୁ ଆସିବାବେଳେ ସେ କୌଣସି ଜିନିଷ ଆଣି ନଥିଲେ। ତେବେ ତାଙ୍କ ପରିବାର ବା ବନ୍ଧୁମାନେ ପରେ ତାଙ୍କ ବ୍ୟକ୍ତିଗତ ପୋଷାକ, ଡାଇରୀ, ପେନ୍, ଚଷମା ଏବଂ ଅନ୍ୟାନ୍ୟ ଜିନିଷ ସହ ଏକ ଗୀତା ଦେଇପାରିବେ ବୋଲି ଅନୁମତି ମିଳିଛି।

Manish Sisodia AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ