Advertisment

'ବିଜେପିରେ ମିଶି ଯାଅ, ସବୁ କେସ୍‌ ଉଠିଯିବ'

ସିସୋଦିଆଙ୍କ ନାଁରେ ରୁଜୁ ହୋଇଥିବା ମାମଲା ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ବିଜେପି ତାଙ୍କୁ କିଛି ପ୍ରସ୍ତାବ ଦେଇଥିବା ସେ ଦାବି କରିଛନ୍ତି।

ଅଦ୍ୟତନ ହୋଇଛି
Manish Sisodia

Manish Sisodia

Advertisment

ନୂଆ ଅବକାରୀ ନୀତିକୁ ନେଇ ଅଡ଼ୁଆରେ ପଡ଼ିଥିବା ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବିଜେପି ଉପରେ ଏକ ସଙ୍ଗୀନ ଆରୋପ ଆଣିଛନ୍ତି । ଏପଟେ ସିବିଆଇ ତାଙ୍କ ଘରେ ଘନଘନ ରେଡ୍‌ କରୁଥିବା ବେଳେ ଇଡି ମଧ୍ୟ ମନି ଲଣ୍ତରିଂ ମାମଲାରେ ଖୋଳତାଡ଼ ପାଇଁ ଅଣ୍ଟା ଭିଡ଼ିଛି । ଏଣେ ଟୁଇଟ୍ ଜରିଆରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆ ବିଜେପି ଉପରେ ସଂଗୀନ ଆରୋପ ଲଗାଇଛନ୍ତି ।

Advertisment

ସିସୋଦିଆ ନିଜ ଟୁଇଟର ପେଜରେ ବିଜେପିକୁ ଟାର୍ଗେଟ କରି ଲେଖିଥିବାର ଦେଖିବାକୁ ମିଳିଛି । ଆପ୍ ଭାଙ୍ଗି ବିଜେପିରେ ଯୋଗଦେବାକୁ ଅଫର ଆସିଥିବା କହିଛନ୍ତି ସିସୋଦିଆ । ସେ କହିଛନ୍ତି ଯେ, 'ମୋ ପାଖକୁ ବିଜେପିର ବାର୍ତ୍ତା ଆସିଲା ଯେ ଆପ୍ ଭାଙ୍ଗି ବିଜେପିରେ ମିଶିଯାଅ, ସବୁ ସିବିଆଇ, ଇଡି କେସ୍ ଉଠିଯିବ'।

ତେବେ ଭ୍ରଷ୍ଟାଚାରୀଙ୍କ ପାଖରେ ମୁଣ୍ଡ ନୁଆଁଇବି ନାହିଁ ବୋଲି ଲେଖିଛନ୍ତି ସିସୋଦିଆ । ମୁଁ ରାଜପୁତ, ମହାରାଣା ପ୍ରତାପଙ୍କ ବଂଶଧର, ମୁଣ୍ଡ ନୁଆଁଇବି ନାହିଁ । ମୋ ବିରୋଧରେ ସମସ୍ତ ମାମଲା ମିଛ, ଯାହା କରିବା କଥା କର ବୋଲି କହିଛନ୍ତି ସିସୋଦିଆ ।

Advertisment

ତେବେ ସିସୋଦିଆ ନିଜକୁ ମହାରାଣା ପ୍ରତାପଙ୍କ ସହ ତୁଳନା କରିବା ଲଜ୍ଜାଜନକ ବୋଲି କହିଛନ୍ତି ବିଜେପି ନେତା ମନୋଜ ତିୱାରୀ । ସେ ଏନେଇ ପ୍ରଶ୍ନ କରିଛନ୍ତି ଯେ, ଯଦି ସିସୋଦିଆ ନିଜକୁ ମହାରାଣା ପ୍ରତାପଙ୍କ ସହ ତୁଳନା କରୁଛନ୍ତି, ତେବେ କଣ ମହାରାଣା ପ୍ରତାପ ଲୋକଙ୍କୁ ମଦ ପିଇବାକୁ କହୁଥିଲେ । ସେ ଆହୁରି କହିଛନ୍ତି ଯେ, ସିସୋଦିଆ ଦିଲ୍ଲୀର କୋଣ ଅନୁକୋଣରେ ମଦ ବିକ୍ରି କରୁଛନ୍ତି । ସେ କଦାପି ଦିଲ୍ଲୀର ମହିଳାଙ୍କ ଦୁଃଖ ବୁଝିପାରି ନାହାନ୍ତି । ମହାରାଣା ପ୍ରତାପ ସଦାବେଳେ ମହିଳାଙ୍କ ପାଇଁ ଅସ୍ତ୍ର ଉଠାଇଥିଲେ ।

Advertisment
Manish Sisodia Alligation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ