Advertisment

ତ୍ରିପୁରାରେ ଘଡ଼ିକେ ଛୁଟୁଛି ଘୋଡା: କାଲି ଇସ୍ତଫା, ଆଜି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ମାଣିକ ଶାହା ଶପଥ ନେଇଛନ୍ତି।  ନାଟକୀୟ ମୋଡରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ କୁମାର ଦେବ ଇସ୍ତଫା  ଦେଇଥିଲେ।

Manik Saha Takes Oath As New Chief Minister of Tripura

Manik Saha Takes Oath As New Chief Minister of Tripura

Advertisment

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ମାଣିକ ଶାହା ଶପଥ ନେଇଛନ୍ତି। ରାଜଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ସତ୍ୟଦେଓ ନାରାୟଣ ଆର୍ୟା, ମାଣିକ ଶାହାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନାଟକୀୟ ମୋଡରେ ଗତକାଲି ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଲବ କୁମାର ଦେବ ଇସ୍ତଫା  ଦେଇଥିଲେ। 

Advertisment

ଗତ କିଛି ବର୍ଷ ଧରି ବିପ୍ଲବଙ୍କ ବିରୋଧରେ ଦଳ ଭିତରୁ ବହୁ ବିଧାୟକଙ୍କ ବିରୋଧାଭାସ ବଢ଼ୁଥିଲା। ଏପିରିକି କିଛି ଅସନ୍ତୁଷ୍ଟ ବିଧାୟକ ବିଜେପି ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ। ତେବେ ତ୍ରିପୁରା ବିଧାନସଭା ନିର୍ବାଚନକୁ ଆଉ ବର୍ଷେ ସମୟ ବାକି ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇଛି ବିଜେପି। 

Advertisment

ପେଶାରେ ଜଣେ ଡାକ୍ତର ଥିବା ମାଣିକ ଶାହା ୬ ବର୍ଷ ତଳେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ। ତ୍ରିପୁରା ବିଜେପିର ମୁଖ୍ୟ ଭାବେ ଦାୟିତ୍ୱ ବି ସମ୍ଭାଳିଛନ୍ତି। ଜଣେ ସ୍ପଷ୍ଟ ଓ ନିର୍ମଳ ଭାବମୂର୍ତ୍ତିର ବ୍ୟକ୍ତି ଭାବେ ମାଣିକ ଶାହା ବେଶ୍ ଜଣାଶୁଣା। ତ୍ରିପୁରାରେ ବିଜେପିର ବିଜୟ ଧାରାରେ ମାଣିକଙ୍କ ଯୋଗଦାନ ଥିବା କଥା ବି ଚର୍ଚ୍ଚା ହୁଏ। ଆଉ ଏହି କାରଣ ପାଇଁ ବିଜେପି କେନ୍ଦ୍ରୀୟ ନେତୃମଣ୍ଡଳୀ ଶାହାଙ୍କ ଉପରେ ଭରସା ରଖିଛି। 

Tripura CM Manik Saha Manik Saha Tripura CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ