Advertisment

କୋର୍ଟରେ ଏକାଠି ହେବାର ଥିଲା, ହେଲେ ସ୍ତ୍ରୀକୁ ମାରି ଆରପାରିକୁ ପଠାଇ ଦେଲା

ଉଭୟ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କାଉନସେଲିଂ ପାଇଁ ଉଭୟ ଫ୍ୟାମିଲି କୋର୍ଟ ଆସିଥିବା ବେଳେ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି।

Man Slits Wife's Throat At Karnataka Court

Man Slits Wife's Throat At Karnataka Court

Advertisment

କୋର୍ଟ ପରିସରରେ ସ୍ତ୍ରୀର ଗଳା କାଟିଦେଲା ସ୍ୱାମୀ। କର୍ଣ୍ଣାଟକର ଏକ ଫ୍ୟାମିଲି କୋର୍ଟ ପରିସରରେ ଏଭଳି କିଛି ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଉଭୟ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କାଉନସେଲିଂ ପାଇଁ ଉଭୟ ଫ୍ୟାମିଲି କୋର୍ଟ ଆସିଥିବା ବେଳେ ସ୍ୱାମୀ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଘଟଣାପରେ ବ୍ୟକ୍ତି ଜଣକ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଥିଲେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତ ହେଲେ ଶିବକୁମାର। ସେ ତାଙ୍କ ପତ୍ନୀ ଚୈତ୍ରାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁସାରେ, ହସନ୍‌ ଜିଲ୍ଲାର ହୋଲେନାରାସିପୁରା ଫ୍ୟାମିଲି କୋର୍ଟରେ ଶିବକୁମାର ପତ୍ନୀ ଚୈତ୍ରାଙ୍କ ଉପରେ ଆକ୍ରମଣ କରିଥିଲେ। ଉଭୟ ସ୍ୱାମୀ-ସ୍ତ୍ରୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। କାଉନସେଲିଂ ପାଇଁ ଉଭୟ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ। କାଉନସେଲିଂ ସେସନ୍‌ର କିଛି ମିନିଟ୍‌ ପୂର୍ବରୁ ଉଭୟ ପୁଣିଥରେ ଏକାଠି ରହିବା ପାଇଁ ରାଜି ହୋଇଥିଲେ। ୭ ବର୍ଷର ବୈବାହିକ ଜୀବନକୁ ବଞ୍ଚାଇବା ପାଇଁ ଉଭୟ ଏଭଳି ନିଷ୍ପତ୍ତି ନେଇଥିଲେ। ହେଲେ ଶିବକୁମାରଙ୍କ ମୁଣ୍ଡରେ ଅନ୍ୟ କିଛି ଚାଲିଥିଲା ଏହା ତାଙ୍କ ପତ୍ନୀଙ୍କୁ ଜଣାନଥିଲା। ସବୁଦିନ ପାଇଁ ସ୍ୱାମୀ ତାଙ୍କୁ ନିଜର କରିବା ବଦଳରେ ତାଙ୍କ ଜୀବନ ନେଇଯାଇଛନ୍ତି।

କୋର୍ଟ ପରିସରରେ ଶିବକୁମାର ପତ୍ନୀ ଚୈତ୍ରାଙ୍କୁ ଅନୁସରଣ କରି ବାଥରୁମ୍‌ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଏକ ଧାରୁଆ ଅସ୍ତ୍ରରେ ପତ୍ନୀଙ୍କ ଗଳା କାଟି ଦେଇଥିଲେ ଶିବକୁମାର। ରକ୍ତ ଜୁଡ଼ୁବୁଡ଼ ଅବସ୍ଥାରେ ଚୈତ୍ରାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

Advertisment

ଅନ୍ୟପକ୍ଷେ, ଘଟଣାପରେ ଶିବକୁମାର ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ଲୋକେ ତାଙ୍କୁ କାବୁ କରି ପୋଲିସ୍‌ ଜିମା ଦେଇଥିଲେ। ପୋଲିସ୍‌ ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ଘଟଣା ଚଳାଇଛି। ସବୁଠାରୁ ବଡ଼ କଥା, କେଉଁ ପରିସ୍ଥିତରେ ସେ କୋର୍ଟ ପରିସରକୁ ମାରଣାସ୍ତ୍ର ନେଲେ ? କିଭଳି ଭାବେ ଏହା କାହା ନଜର ପଡ଼ିଲା ନାହିଁ, ସେନେଇ ପୋଲିସ୍‌ ତଦନ୍ତ ଚଳାଇଛି। 

Husband Murder Wife Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ