Advertisment

ପରିବାରର ୫ ଜଣଙ୍କ ତଣ୍ଟି ଚିପି ନିଜେ ଆତ୍ମହତ୍ୟା କଲେ, ସୁଇସାଇଡ୍‌ ନୋଟ୍‌ରେ ଲେଖିଲେ ୨ ଜଣଙ୍କ ନାଁ...

ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୁଇସାଇଡ୍‌ ନୋଟ୍‌ ଜବତ କରି ପୋଲିସ୍‌ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି।

Man Kills 5 Family Members Dies By Suicide In Haryana

Man Kills 5 Family Members Dies By Suicide In Haryana

Advertisment

ପରିବାରର ୫ ଜଣ ସଦସ୍ୟଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲେ। ହରିୟାଣାର ଅମ୍ବାଲା ସ୍ଥିତ ବଲାନା ଗାଁରେ ସନ୍ଦିଗ୍ଧ ଅବସ୍ଥାରେ ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ସୁଇସାଇଡ୍‌ ନୋଟ୍‌ ଜବତ କରି ପୋଲିସ୍‌ ୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ପୋଲିସ୍‌ ମୃତ ସୁଖବିନ୍ଦର ସିଂଙ୍କ ସମ୍ପର୍କୀୟଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହାସହ ଶବକୁ ପୋଷ୍ଟମର୍ଟମ କରି ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି।

Advertisment

ପୋଲିସ୍‌ ସୂଚନା ଅନୁସାରେ, ବଲାନା ଗାଁରୁ ସୂଚନା ମିଳିଥିଲା ଯେ, ଗୋଟିଏ ଘରୁ ୬ ଜଣଙ୍କ ମୃତଦେହ ମିଳିଛି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସୁଖବିନ୍ଦରଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଥିବା ବେଳେ ତାଙ୍କ ପତ୍ନୀ, ୨ ପିଲା ଓ ବାପା-ମା’ଙ୍କୁ ବେହୋସ ଅବସ୍ଥାରେ ଉଦ୍ଧାର କରିଥଇଲା। ସମସ୍ତଙ୍କୁ ଅମ୍ବାଲା ସହର ସ୍ଥିତ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

୫ ଜଣଙ୍କ ତଣ୍ଟି ଚିପି ନିଜେ ଆତ୍ମହତ୍ୟା କରିଥିଲେ...

ଘଟଣାସ୍ଥଳରୁ ପୋଲିସ୍‌ ସୁଖବିନ୍ଦରଙ୍କ ପାଖରୁ ଏକ ସୁଇସାଇଡ୍‌ ନୋଟ୍‌ ଜବତ କରିଛି। ଏଥିରୁ ଜଣାପଡ଼ୁଛି ଯେ, ସୁଖବିନ୍ଦର ପରିବାରର ୫ ଜଣ ସଦସ୍ୟଙ୍କ ତଣ୍ଟି ଚିପି ହତ୍ୟା କରିବା ପରେ ନିଜେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯମୁନାନଗର ସ୍ଥିତ ଏକ କମ୍ପାନୀରେ କାମ କରୁଥିବା ସୁଖବିନ୍ଦର ସୁଇସାଇଡ୍‌ ନୋଟ୍‌ରେ କମ୍ପାନୀର ୨ ଜଣ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଏହି ୨ ଅଧିକାରୀ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବା ପାଇଁ ବାଧ୍ୟ କରୁଥିଲେ। ହେଲେ ତାଙ୍କ ପାଖରେ ଟଙ୍କା ନଥିବାରୁ ସେ ଦେଇ ପାରୁ ନଥିଲେ। ସୁଇସାଇଡ୍‌ ନୋଟ୍‌ରେ ୨ ଅଧିକାରୀଙ୍କ ନାଁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। 

Advertisment

ବଡ଼ ଝିଅ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ, ସାନ ଝିଅ ଏଲ୍‌କେଜିରେ ପଢ଼ୁଥିଲେ...

ପୋଲିସ୍‌ ସୂଚନା ଅନୁସାରେ, ପରିବାରର ୫ ସଦସ୍ୟଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ିଛି। ତେବେ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ସୁଖବିନ୍ଦର ଘର ଭିତରେ ଫ୍ୟାନ୍‌ରେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ବଡ଼ ଝିଅ ତୃତୀୟ ଶ୍ରେଣୀରେ ପଢ଼ୁଥିବା ବେଳେ ସାନ ଝିଅ ଏଲ୍‌କେଜିରେ ପଢ଼ୁଥିଲେ।

ସୂଚନାଥାଉ କି, ସୁଖବିନ୍ଦରଙ୍କ ଜଣେ ସମ୍ପର୍କୀୟଙ୍କ ଅଭିଯୋଗ କ୍ରମେ ଅମ୍ବାଲା ସଦର ଥାନା ପକ୍ଷରୁ ଯମୁନାନଗରର ଗାଡ଼ି ଡିଲର୍‌ ସହ ଜଡ଼ିତ ୨ ଜଣ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ପୋଲିସ୍‌ ଉଭୟଙ୍କୁ ପଚରାଉଚରା ଚଳାଇଛି। ଏହାସହ ଘଟଣାର ତଦନ୍ତ ଜାରି ରଖିଛି। 

Advertisment
Murder Man Kills Family Members
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ