Man Killed Girl Friend Body Cut Into 35 Pieces
ପ୍ରେମିକ ସାଜିଲା ପିଶାଚ। ଗର୍ଲଫ୍ରେଣ୍ଡ୍କୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡ କରି ବିଭିନ୍ନ ସ୍ଥାନରେ ଫିଙ୍ଗିଲା ପ୍ରେମିକ। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଯୁବକ ଜଣକ ପ୍ରେମିକାକୁ ହତ୍ୟା କରିବା ପରେ ଶରୀରକୁ ୩୫ ଖଣ୍ଡ କରି ଏହାକୁ ଫ୍ରିଜ୍ରେ ରଖିଥିଲା। ପରେ ଏହାକୁ ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। ଯେପରି କେହି ତା’ ଉପରେ ସନ୍ଦେହ କରିବେ ନାହିଁ। ଏଥିପାଇଁ ସେ ସ୍ୱତନ୍ତ୍ର ଏକ ଫ୍ରିଜ୍ ମଧ୍ୟ କିଣିଥିଲା। ଦିଲ୍ଲୀରେ ଜଣେ ଯୁବକଙ୍କ ଏଭଳି ବର୍ବରକାଣ୍ଡକୁ ନେଇ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଅଫତାବ ଅମିନ ପୁନାଓ୍ୱାଲା ଓ ଶ୍ରଦ୍ଧା ମୁମ୍ବାଇ ସ୍ଥିତ ମଲ୍ଟି ନ୍ୟାସନାଲ୍ କମ୍ପାନୀର ଏକ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିଲେ। ସେଠାରୁ ଉଭୟଙ୍କ ମଧ୍ୟରେ ଦେଖାସାକ୍ଷାତ ହୋଇଥିଲା। ପ୍ରଥମେ ଡେଟିଂ ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ବିବାହ ପାଇଁ ପରିବାରକୁ ଜଣାଇଥିଲେ। ହେଲେ ପରିବାର ଲୋକେ ଏଥିରେ ରାଜି ହୋଇନଥିଲେ। ପରେ ଉଭୟ ଦିଲ୍ଲୀ ଆସି ମେହରଉଲିରେ ଏକ ଫ୍ଲାଟ୍ରେ ଲିଭ୍ ଇନ୍ରେ ରହୁଥିଲେ।
ହେଲେ ହଠାତ୍ ଶ୍ରଦ୍ଧା ଘର ଲୋକଙ୍କ ଫୋନ୍ ଆଉ ରିସିଭ୍ କଲେ ନାହିଁ। ଝିଅ ସହ କୌଣସି ଯୋଗାଯୋଗ ନ ହୋଇପାରିବାରୁ ସନ୍ଦେହ କରି ଗତ ନଭେମ୍ବର ୮ ତାରିଖରେ ତାଙ୍କ ବାପା ବିକାଶ ମଦନ ଦିଲ୍ଲୀରେ ପହଞ୍ଚି ଶ୍ରଦ୍ଧା ରହୁଥିବା ଫ୍ଲାଟ୍କୁ ଯାଇଥିଲେ। ହେଲେ ଫ୍ଲାଟ୍ରେ ତାଲା ପଡ଼ିଥିବା ଦେଖି ପୋଲିସ୍ରେ ସେ ଅପହରଣ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ ଶ୍ରଦ୍ଧାଙ୍କ ବୟଫ୍ରେଣ୍ଡ୍ ଅଫତାବଙ୍କୁ ଶନିବାର ଗିରଫ କରିଥିଲା। ଏହାପରେ ଚାଞ୍ଚଲ୍ୟକର ଖୁଲାସା ହୋଇଥିଲା। ଶ୍ରଦ୍ଧାଙ୍କୁ ଅଫତାବ ହତ୍ୟା କରିଥିବା ଜଣାପଡ଼ିଥିଲା। ପଚରାଉଚରା ବେଳେ ଅଫତାବ ଚାଞ୍ଚଲ୍ୟକର ଖୁଲାସା କରିଥିଲା। ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଅଫତାବଙ୍କୁ ବିବାହ କରିବାକୁ ଚାହୁଁଥିଲେ ଶ୍ରଦ୍ଧା। ଏଥିପାଇଁ ସବୁବେଳେ ଉଭୟଙ୍କ ମଧ୍ୟ ପାଟିତୁଣ୍ଡ ଲାଗି ରହୁଥିଲା।
ସୂଚନାଥାଉ କି, ଗତ ମେ’ ମାସରେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଅଫତାବ୍। ଏହାପରେ ଶରୀରକୁ ୩୫ ଖଣ୍ଡ କରି କାଟି ସେ ଫ୍ରିଜ୍ରେ ରଖିଥିଲା। ସବୁଠାରୁ ଆଶ୍ଚର୍ଯ୍ୟକର କଥା, ଶ୍ରଦ୍ଧାଙ୍କ ମୃତଦେହ ଫିଙ୍ଗିବାକୁ ରାତି ୨ଟା ବେଳେ ସବୁଦିନ ବାହାରକୁ ଯାଉଥିଲା ଅଫତାବ। ଖାଲି ଏତିକି ନୁହେଁ ଶରୀରକୁ ୩୫ ଖଣ୍ଡ କରି କାଟି ଏହାକୁ ସେ ମେହରଉଲି ଜଙ୍ଗଲର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲା। ୧୮ ଦିନ ଧରି ସେ ଏଭଳି କରିଥିଲେ।
ଅନ୍ୟପକ୍ଷେ, ପୋଲିସ୍ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇବା ସହ ଶ୍ରଦ୍ଧାଙ୍କ ମୃତଦେହ ଖୋଜୁଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1668413474.jpg)