Man held for killing neighbour
ମଦ ପିଇବା ପାଇଁ ଟଙ୍କା ନଦେବାରୁ ୪୪ ବର୍ଷୀୟ ମହିଳାଙ୍କୁ ହତ୍ୟା। ମହାରାଷ୍ଟ୍ରର ଥାନେ ଜିଲ୍ଲା ଡୋମ୍ବିଭଲି ଅଞ୍ଚଳରେ ବୁଧବାର ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ- ବୈଶାଳୀ ମାସୁଦ୍। ଜଣେ ପଡ଼ୋଶୀ ମଦ ପିଇବା ପାଇଁ ତାଙ୍କୁ ଟଙ୍କା ମାଗିଥିଲେ। ହେଲେ ସେ ମନା କରି ଦେବାରୁ ପଡ଼ୋଶୀ ଜଣକ ତାଙ୍କୁ ହତ୍ୟା କରିଥିଲେ। ଅଭିଯୁକ୍ତକୁ ଗିରଫ କରି ପୋଲିସ୍ ତଦନ୍ତ ଚଳାଇଛି।
ତଦନ୍ତ ବେଳେ ଜଣାପଡ଼ିଛି ଯେ, ଲଗାତାର ଭାବେ ଅଭିଯୁକ୍ତ ଜଣକ ବୈଶାଳୀ ଓ ତାଙ୍କ ପୁଅ ଠାରୁ ମଦ ପିଇବା ପାଇଁ ଟଙ୍କା ମାଗି ଆସୁଥିଲେ। ବୁଧବାର ସକାଳେ ବୈଶାଳୀଙ୍କୁ ସେ ଟଙ୍କା ମାଗିଥିଲେ। ହେଲେ ସେ ମନା କରି ଦେଇଥିଲେ। ଏଥିରେ ରାଗି ଯାଇ ଅଭିଯୁକ୍ତ ଜଣକ ରାଗି ଛୁରୀ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ବାରମ୍ବାର ଛୁରୀରେ ଆକ୍ରମଣ ଯଥଗୁ ବୈଶାଳୀଙ୍କ ମୃତ୍ୟୁ ହୋଇଛି।
ଅଭିଯୁକ୍ତକୁ ଗିରଫ କରି ପୋଲିସ୍ ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1671097059.jpg)