Advertisment

ଘରକୁ ପୁରୁଣା ସାଇକେଲ ଆଣିଲେ ବାପା : ମର୍ସିଡିଜ ବେଞ୍ଜ୍‌ ଗାଡ଼ି କିଣିବା ପରି ଖୁସିରେ ଗଦଗଦ୍‌ କୁନି ପୁଅ

ଅଝଟ କରୁଥିଲା କୁନି ପୁଅ, ପୁରୁଣା ସାଇକେଲ ଆଣି ପୁଅ ପାଇଁ ଖୁସି କିଣିଛି ଜଣେ ଗରିବ ବାପା

ଅଦ୍ୟତନ ହୋଇଛି
viral video

viral video

Advertisment

ଘରକୁ ଖୁସି ଆଣିଛି ପୁରୁଣା କଳଙ୍କିଲଗା ସାଇକେଲ । ଆଉ ଚାଲି ଚାଲି ଯିବେନି ପରିବାର ଲୋକ । ଗରିବ ମୁହଁରେ ହସ ଫୁଟାଇବାକୁ ଲୋଡ଼ା ନାହିଁ କୋଠାବାଡ଼ି, ବଡ଼ଗାଡ଼ି ଓ ଧନଦଉଲତ । ପଖାଳ ମୁଠାଏ ଆଉ ଶାଗ ଚେନାଏରେ ବି ପୂରିଯାଏ ମଳିମୁଣ୍ଡିଆଙ୍କ ମନ । ସମୟ ବଦଳିବା ସଙ୍ଗେ ସଙ୍ଗେ ବ ଲୋକେ ଟଙ୍କା ପଛରେ ଧାଉଁଥିବା ବେଳେ ଆଜି ବି କିଛି ଏପରି ଲୋକ ଅଛନ୍ତି, ଯେଉଁମାନେ ଅଳ୍ପରେ ସନ୍ତୁଷ୍ଟ ରହିବାକୁ ଚେଷ୍ଟା କରନ୍ତି । ନିକଟରେ ଏପରି ଏକ ଭିଡିଓ ଭାଇରାଲ ହେଉଛି । ପୁରୁଣା ସାଇକେଲ ଖଣ୍ଡେ କିଣିବା ପରେ ବାପପୁଅଙ୍କ ଖୁସି କହିଲେ ନସରେ । ସେମାନଙ୍କ ମୁହଁରେ ଫୁଟି ଉଠୁଥିବା ହସ ତାଙ୍କ ଖୁସି ବୟାନ୍‌ କରୁଛି ।

Advertisment

ବହୁ ଦିନର ଅପେକ୍ଷା ପରେ ଘରକୁ ଆସିଛି ସାଇକେଲ ଟିଏ । ବାପା ବହୁ କଷ୍ଟ କରି ଟଙ୍କା ସଞ୍ଚୟ କରିବା ପରେ ଆଜି ସ୍ୱପ୍ନ ପୂରଣ ହୋଇଛି । ସାଇକେଲରେ କଳଙ୍କି ଲାଗି ଯାଇଛି ସିନା, କୁନି ପୁଅର ମୁହଁ କିନ୍ତୁ ଖୁସିରେ ଚିକ୍ ଚିକ୍ କରୁଛି । ବାପାଙ୍କ କାନ୍ଧରେ ଆଉ ସେ ବୋଝ ହେବନି । ପୁରୁଣା ହେଲେ ମଧ୍ୟ ସାଇକେଲରେ ବସି ବାପାଙ୍କ ସାଥିରେ ଯାତ୍ରା ଦେଖିଯାଇ ପାରିବ ।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ଘର ବାହାରେ ଏକ ସାଇକେଲ ଧରି ଛିଡ଼ା ହୋଇଛନ୍ତି । ଆଉ ସାଇକେଲରେ ଏକ ବଡ଼ ଫୁଲମାଳ ପକାଇ ପୂଜା ମଧ୍ୟ କରୁଛନ୍ତି । ସାଇକେଲଟି ଅନେକ ଦିନର ପୁରୁଣା ପରି ଲାଗୁଛି । ତେବେ ପୂଜା କରିବା ପରେ ସେ ହାତ ଯୋଡ଼ି ଭଗବାନଙ୍କ ଉଦ୍ଦେଶ୍ୟରେ ଜୁହାର ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । କାହାପାଇଁ ଏହା ବହୁତ ଛୋଟ କଥା ହୋଇପାରେ ହେଲେ, ବାପା ପୁଅଙ୍କ ପାଇଁ ବହୁତ ବଡ଼ କଥା ।

ତେବେ ସେମାନଙ୍କ ଖୁସି ଦେଖିଲେ ଲାଗୁଛି, ଘରକୁ ମର୍ସିଡିଜ୍‌ କି ବିଏମଡବ୍ଲ୍ୟୁ କାର ଆଣୁଥିବା ଲୋକେ ମଧ୍ୟ ଏତେ ଖୁସି ହେବେନି । ଏମିତି ନିରୀହ, ନିଷ୍ପାପ ମଣିଷ ହିଁ ଜୀବନରେ ଖୁସିରେ ରହିପାରନ୍ତି ।

Advertisment

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ଜଣେ ଆଇଏଏସ୍‌ ଅଧିକାରୀ ଟ୍ୱିଟରରେ ସେୟାର କରିଛନ୍ତି । ଭିଡିଓ ସହିତ ସେ କ୍ୟାପସନରେ ଲେଖିଛନ୍ତି – ପୁରୁଣା ସାଇକେଲକୁ ନଦେଖି , ବାପପୁଅଙ୍କ ହସ ହସ ଚେହେରାକୁ ଦେଖନ୍ତୁ । ସେମାନଙ୍କ ଭାବଭଙ୍ଗୀରୁ ଜଣାପଡ଼ୁଛି ଏହା ତାଙ୍କ ପାଇଁ କୌଣସି ମର୍ସିଡିଜ୍ ବେଞ୍ଜ୍ ଗାଡ଼ି ଠାରୁ କମ୍‌ ନୁହେଁ । ଏହି ଭିଡିଓ ଲୋକଙ୍କ ହୃଦୟ ଜିଣିଛି । ଭିଡିଓଟିକୁ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଅଧିକ ଥର ଦେଖାଯାଇଛି । ଲୋକମାନେ ଭିଡିଓ ଉପରେ ବିଭିନ୍ନ ପ୍ରକାର କମେଣ୍ଟ୍‌ କରୁଛନ୍ତି ।

Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ