Advertisment

ପାଇଖାନା ସଫା କଲେ ମନ୍ତ୍ରୀ

ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଗୁଆଲିୟରରେ ଏକ ସରକାରୀ ବିଦ୍ୟାଳୟର ଶୌଚାଳୟ ସଫା କରି ଲୋକଙ୍କୁ ପରିଷ୍କାର ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି

ଅଦ୍ୟତନ ହୋଇଛି
ପାଇଖାନା ସଫା କଲେ ଶକ୍ତିମନ୍ତ୍ରୀ

ପାଇଖାନା ସଫା କଲେ ଶକ୍ତିମନ୍ତ୍ରୀ

Advertisment

ଭୋପାଳ: ପାଇଖାନା ସଫା କଲେ ଶକ୍ତିମନ୍ତ୍ରୀ। ଯାହାର ଫଟୋ ଏବେ ସୋସିଆଲ ମିଡ଼ିଆରେ ମୋବାଇଲକୁ ମୋବାଇଲ ଘୁରି ବୁଲୁଛି। ମଧ୍ୟପ୍ରଦେଶ ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ଗୁଆଲିୟରରେ ଏକ ସରକାରୀ ବିଦ୍ୟାଳୟର ଶୌଚାଳୟ ସଫା କରିଛନ୍ତି। କୁହାଯାଉଛି କି ମନ୍ତ୍ରୀ ନିଜେ ପାଇଖାନା ସଫା କରି ସ୍ୱଚ୍ଛତାର ପରିଚୟ ଦେଇଛନ୍ତି। କେବଳ ଏବେ ନୁହେଁ ଏହାପୂର୍ବରୁ ମଧ୍ୟ ଅନେକ ଥର ପ୍ରଦ୍ୟୁମ୍ନ ପାଇଖାନା ସଫା କରିଥିବା ନଜର ରହିଛି।

Advertisment

ପ୍ରଦ୍ୟୁମ୍ନ ସିଂ ତୋମାର ସରକାରୀ ବାଳିକା ମାଧ୍ୟମିକ ବିଦ୍ୟାଳୟକୁ ହଠାତ୍‌ ଯାଇ ପହଞ୍ଚିଥିଲେ। ଆଉ ଏହି ଗସ୍ତ ସମୟରେ ମନ୍ତ୍ରୀ ପିଲାଙ୍କ ସହ ଅନେକ ପ୍ରସଙ୍ଗରେ ଆଲୋଚନା ମଧ୍ୟ କରିଥିବା ଜଣାପଡ଼ିଛି। ଆଉ ଏହାପରେ ପିଲାମାନେ ମନ୍ତ୍ରୀଙ୍କୁ ପାଖରେ ପାଇ ଅଭିଯୋଗର ଲମ୍ବା ତାଲିକା ଦେଇଥିଲେ। କହିଥିଲେ, ପାଇଖାନା ଅତ୍ୟନ୍ତ ମଇଳା ରହିଛି। ଯେଉଁଥି ପାଇଁ ପିଲାମାନେ ଅନେକ ଅସୁବିଧାର ସାମ୍ନା କରୁଛନ୍ତି। ଆଉ ପିଲାଙ୍କ ମୁହଁରୁ ଏହିକଥା ଶୁଣିବା ପରେ ସାଙ୍ଗେ ସାଙ୍ଗେ ମନ୍ତ୍ରୀ ସେହି ପାଇଖାନାରେ ପହଞ୍ଚିଥିଲେ ଓ ସଫା କରିଥିଲେ। ଆଉ ସେହି ସମୟର ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

<

Advertisment

ଏହାସହ, ମନ୍ତ୍ରୀ କହିଛନ୍ତି, ଜଣେ ଛାତ୍ରୀ ବିଦ୍ୟାଳୟର ପାଇଖାନାର ଅପରିଷ୍କାର ସମ୍ପର୍କରେ ମତେ କହିଥିଲେ। ଯାହା ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥାଏ। ସେ ଆହୁରି ମଧ୍ୟ କହିଛନ୍ତି, ମାସ ଯାକ ଯେମିତି ପାଇଖାନା ସଫା ରହିବ ସେନେଇ ମୁଁ ପ୍ରତିଶ୍ରୁତି ଦେଇଛି। ସେ ଯାହା ବି ହେଉ ମନ୍ତ୍ରୀଙ୍କ ଏହି ମହତ କାମକୁ ନେଇ ପୂରା ଦେଶରେ ଚର୍ଚ୍ଚା ଚାଲିଛି।

MP Minister Pradhuman Singh Tomar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ