Advertisment

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା !

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନା ....

ଅଦ୍ୟତନ ହୋଇଛି
madhepura bjp leader cum pacs chairman shot dead at madhepura bramk

madhepura bjp leader cum pacs chairman shot dead at madhepura bramk

Advertisment

ବିଜେପି ନେତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ। ଏଭଳି ସଙ୍ଗୀନ୍ ଅଭିଯୋଗ ବିହାରରରୁ ଆସିଛି। କିଛି ଦୁର୍ବୃତ୍ତ ପେକ୍ସ ଅଧ୍ୟକ୍ଷ ତଥା ବିଜେପି ନେତାଙ୍କୁ ହତ୍ୟା କରିଥିବା ସୂଚନା ମିଳିଛି । ତେବେ ମୃତକ ଜଣକ ଶାହାପୁର ପଞ୍ଚାୟତର ପେକ୍ସ ଅଧ୍ୟକ୍ଷ ତଥା ବିଜେପିର ନେତା ବିପିନ କୁମାର ସିଂ ବୋଲି ଜଣାପଡିଛି।

Advertisment

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଗତକାଲି ରାତି ପ୍ରାୟ ୮ଟା ବେଳେ ବିହାରର ଜିଲ୍ଲାର ଗୱାଲପଡା ପୋଲିସ ଷ୍ଟେସନ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ବିଜେପି ନେତା ବିପିନ ବଜାରରୁ ଘରକୁ ଫେରୁଥିବା ବେଳେ ଗ୍ୱାଲପାରର କିଛି ଦୁର୍ବୃତ୍ତ ଟିକ୍କର ଟୋଲା ନିକଟରେ ତାଙ୍କ କାରକୁ ଅଟକାଇଥିଲେ। ପରେ ତାଙ୍କୁ ଚଳାଇଥିଲେ। । ବୁଲେଟ୍ ଆଘାତ ଯୋଗୁଁ ସେଠାରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 ହତ୍ୟା ଖବର ପାଇବା ମାତ୍ରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଏହି ଘଟଣା ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ଅପରାଧୀଙ୍କ ଗୁଳିର ଶିକାର ହୋଇଥିବା ବିପିନ କୁମାର ବିଜେପି ସହ ଜଡିତ ଥିଲେ। ଏନେଇ ଥାନା ଅଧିକାରୀ ମୁକେଶ କୁମାର କହିଛନ୍ତି ଯେ, ‘ଅପରାଧୀମାନେ ହତ୍ୟା ଘଟଣା ଘଟାଇଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଅପରାଧୀଙ୍କୁ ଶୀଘ୍ର ଗିରଫ କରାଯିବ।’

Advertisment
Murder Bihar News Crime In Bihar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ