Advertisment

ଲୁଧିଆନା କୋର୍ଟ ବ୍ଲାଷ୍ଟ୍‌ ଘଟଣା: ପ୍ରମାଣ ନଷ୍ଟ ପାଇଁ ସନ୍ଦିଗ୍ଧ ରଚିଥିଲା ଷଡ଼ଯନ୍ତ୍ର !

ଲୁଧିଆନା ସ୍ଥିତ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧ ଆକ୍ରମଣକାରୀ ନିଜ ବିରୋଧରେ ରୁଜୁ ହୋଇଥିବା ଡ୍ରଗ୍ସ କେସ୍‌ର ରେକର୍ଡ ଅର୍ଥାତ୍‌ ପ୍ରମାଣ ନଷ୍ଟ କରି ଦେବାକୁ ଚାହୁଁଥିଲେ ବୋଲି ଜଣାପଡ଼ିଛି।

Bomber Wanted To Destroy Drugs Case Papers

Bomber Wanted To Destroy Drugs Case Papers

Advertisment

ଚଣ୍ଡୀଗଡ଼: ପଞ୍ଜାବ ଲୁଧିଆନା ସ୍ଥିତ କୋର୍ଟ ପରିସରରେ ହୋଇଥିବା ବିସ୍ଫୋରଣ ଘଟଣାରେ ସନ୍ଦିଗ୍ଧ ଆକ୍ରମଣକାରୀ ଜଣେ ପୂର୍ବତନ ପୋଲିସ୍‌ କର୍ମୀ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ପୋଲିସ୍‌ କର୍ମୀ ନିଜ ବିରୋଧରେ ରୁଜୁ ହୋଇଥିବା ଡ୍ରଗ୍ସ କେସ୍‌ର ରେକର୍ଡ ଅର୍ଥାତ୍‌ ପ୍ରମାଣ ନଷ୍ଟ କରି ଦେବାକୁ ଚାହୁଁଥିଲେ।   

Advertisment

ବିସ୍ଫୋରଣରେ ସନ୍ଦିଗ୍ଧ ଆକ୍ରମଣକାରୀ ଗଗନଦୀପ ସିଂଙ୍କ ମୃତ୍ୟୁ ହୋଇଛି। ହେଡ୍‌ କନ୍‌ଷ୍ଟେବଲ୍‌ ଗଗନଦୀପଙ୍କୁ ୨୦୧୯ରେ ଚାକିରିରୁ ବରଖାସ୍ତ କରାଯାଇଥିଲା। ଡ୍ରଗ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା ଓ ୨ ବର୍ଷ ସେ ଜେଲ୍‌ରେ ରହିଥିଲେ। ସେପ୍ଟେମ୍ବରରେ ସେ ଜେଲ୍‌ରୁ ମୁକୁଳି ଥିଲେ। 

ସୂଚନା ଅନୁସାରେ, ଡ୍ରଗ୍ସ ମାମଲାରେ ଗଗନଦୀପ କୋର୍ଟରେ ହାଜର ହେବାର ଥିଲା। ତେବେ କୋର୍ଟ ରେକର୍ଡ ରୁମ୍‌ରେ ଥିବା ମାମଲାର କାଗଜପତ୍ରକୁ ଜାଳି ଏହାକୁ ନଷ୍ଟ କରିବା ପାଇଁ ସେ ଯୋଜନା କରିଥିଲେ। କୋର୍ଟ ବାଥରୁମ୍‌ରେ ସେ ବୋମା ଖଞ୍ଜୁ ଥିବାବେଳେ ବିସ୍ଫୋରଣ ହୋଇଥିଲା। ତେବେ ଏହି IED କିମ୍ବା ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ସାମଗ୍ରୀ ସବୁ ସେ କେଉଁଠୁ ଆଣିଥିଲେ ତାହା ଜଣାପଡ଼ି ନାହିଁ। 

Advertisment

ଜାତୀୟ ଗଣମାଧ୍ୟମ ସଂସ୍ଥା The Indian Expressର ରିପୋର୍ଟ ଅନୁସାରେ, ବିସ୍ଫୋରଣରେ ପାଣି ପାଇପ୍‌ ଫାଟି ଯାଇଥିଲା। ଯେଉଁଥିରେ କିଛି ବିସ୍ଫୋରକ ସାମଗ୍ରୀ ମିଳିଥିବା ଜଣାପଡ଼ିଛି। ଯାହାକି ଏହି ମାମଲାର ତଦନ୍ତକୁ ଆଗକୁ ବଢ଼ାଇବା ଲାଗି ସୁରାକ ଭାବେ କାମରେ ଆସିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷେ, ପୋଲିସ୍‌ ଗଗନଦୀପ ସିଂଙ୍କ ୨ଜଣ ବନ୍ଧୁ ଓ ତାଙ୍କର ଭାଇଙ୍କୁ ପଚରାଉଚରା କରୁଥିବା ଜଣାପଡ଼ିଛି। ଗଗନଦୀପଙ୍କ ଘରୁ ଏକ ଲାପ୍‌ଟପ୍‌ ଜବତ ହୋଇଛି। ଗଗନଦୀପଙ୍କ ଏକ ସିମ୍‌ କାର୍ଡ ଓ Wireless Dongleରୁ ତାଙ୍କୁ ଚିହ୍ନଟ କରାଯାଇଥିଲା ଓ ପରିବାର ସଦସ୍ୟ ମଧ୍ୟ ମୃତଦେହ ଗଗନଦୀପଙ୍କର ବୋଲି ସ୍ପଷ୍ଟ କରିଥିଲେ।  

Advertisment
Ludhiana Court Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ