LPG cylinder price 19 kg cylinder rate cut by Rs 83.5
ମାସ ଆରମ୍ଭରୁ ଜନତାଙ୍କ ପାଇଁ ଖୁସି ଖବର। ପୁଣି ଶସ୍ତା ହେଲା ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ଦର(LPG Gas Cylinder Price)। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ LPG ସିଲିଣ୍ଡର ଦର ଶସ୍ତା ହୋଇଛି। କେବଳ କମର୍ସିଆଲ୍ ସିଲିଣ୍ଡର ଦର ହ୍ରାସ ପାଇଛି। ସରକାରୀ ତୈଳ କମ୍ପାନୀ(OMCs) ପକ୍ଷରୁ ଜାରି ଦର ଅନୁସାରେ, କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୮୩ ଟଙ୍କା ୫୦ ପଇସା ହ୍ରାସ ପାଇଛି।
ଦର ହ୍ରାସ ପରେ ଏବେ ୧୯ କିଲୋ ଏଲ୍ପିଜି କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର ୧୭୭୩ ଟଙ୍କା ହୋଇଛି। ଏହା ପୂର୍ବରୁ ଏହି ଦର ୧୮୫୬ ଟଙ୍କା ୫୦ ପଇସା ଥିଲା। ଗତ ମେ’ରେ କମର୍ସିଆଲ୍ ସିଲିଣ୍ଡର ପାଖାପାଖି ୧୭୨ ଟଙ୍କା ଶସ୍ତା ହୋଇଥିଲା। ତେବେ ଘରୋଇ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ କମର୍ସିଆଲ୍ ସିଲିଣ୍ଡର ଦର ୮୩ ଟଙ୍କା ୫୦ ପଇସା ଶସ୍ତା ହେବା ପରେ ଏବେ ଲୋକଙ୍କୁ ୧୭୭୩ ଟଙ୍କା ଦେବାକୁ ପଡ଼ିବ। ସେହିପରି ଗତ ମେ’ ୧ରେ ଦିଲ୍ଲୀରେ ଘରୋଇ ଏଲ୍ପିଜି ସିଲିଣ୍ଡର ଦର ୧୧୦୩ ଥିଲା ଓ ଚଳିତ ମାସରେ ମଧ୍ୟ ସମାନ ଦର ରହିଛି।
୧୯ କିଲୋ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ଦର...
- ଦିଲ୍ଲୀ-୧୭୭୩ ଟଙ୍କା
- ମୁମ୍ବାଇ-୧୭୨୫ ଟଙ୍କା
- ଚେନ୍ନାଇ-୧୯୩୭ ଟଙ୍କା
- କୋଲକାତା- ୧୮୭୫ ଟଙ୍କା
ସୂଚନାଥାଉ କି, ଗତ ଫେବୃଆରୀରୁ ଘରୋଇ ଏଲ୍ପିଜି ସିଲିଣ୍ଡର ଦରରେ କୌଣସି ହ୍ରାସ ଦେଖିବାକୁ ମିଳିନାହିଁ। ପୂର୍ବ ଦର ଅନୁସାରେ ଏହା ସ୍ଥିର ରହିଛି। ତେବେ ଏପ୍ରିଲ ଓ ମେ’ ପରେ ଜୁନ୍ରେ ମଧ୍ୟ ୧୯ କିଲୋ କମର୍ସିଆଲ୍ ସିଲିଣ୍ଡର ଦର ହ୍ରାସ ପାଇଛି। ହେଲେ ୧୪ କିଲୋ ସିଲିଣ୍ଡର ଦରରେ କୌଣସି ହ୍ରାସ ଦେଖିବାକୁ ମିଳିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1685587249.jpg)