‘ବାପାଙ୍କ କଥା ବହୁତ ମନେ ପଡ଼ୁଛି’ ! କୁନି ଝିଅର ଭାବପ୍ରବଣ ଭିଡିଓ ଭାଇରାଲ୍

ବାପାଙ୍କ କଥା ମନେ ପକାଇ ବିକଳ ହୋଇ କାନ୍ଦୁଛି କୁନି ଝିଅ । ଆଖିର ଲୁହ ତା’ର ବାପାଙ୍କ ଯନ୍ତ୍ରଣା ବଖାଣୁଛି ।

ବାପାଙ୍କୁ ମନେ ପକାଇ କାନ୍ଦୁଥିବା ଝିଅର ଭିଡିଓ ଭାଇରାଲ

ହୃଦୟର ଅତି ଆପଣାର ମଣିଷଟିଏ ବାପା । ରକ୍ତମାଂସର ଦେବତା ସିଏ । ବାପା ପାଖରେ ଥିଲେ କୌଣସି କଥାକୁ ଭୟ ନଥାଏ, କି କାହାକୁ ଡର ନଥାଏ । ପରିବାର ପ୍ରତିପୋଷଣ ପାଇଁ ସେ କେତେ ଯେ କଷ୍ଟ କରନ୍ତି । କଠିନ ପରିଶ୍ରମ କରି ସମସ୍ତଙ୍କ ମୁହଁରେ ହସ ଆଣିଦିଅନ୍ତି । ଜୀବନ ଯନ୍ତ୍ରଣାକୁ କେବଳ ପିଲାଙ୍କ ପାଇଁ ହସି ହସି ପିଇଯାଆନ୍ତି । ତେବେ ନିଜ ବାପାଙ୍କ ଏହି ଯନ୍ତ୍ରଣାକୁ ଅନୁଭବ କରି କୁନି ଝିଅ ଟିଏ କଇଁ କଇଁ କାନ୍ଦୁଥିବାର ଭିଡିଓ ଭାଇରାଲ୍ ହେଉଛି । ବାପାଙ୍କ ପ୍ରତି ଝିଅର ନିରୋଳା ପ୍ରେମ ଏବଂ ସ୍ନେହ ଦେଖି କାହାର ବି ହୃଦୟ ତରଳିଯିବ ।

ଭିଡିଓରେ ଛୋଟ ଝିଅଟି କରୁଣ ସ୍ୱରରେ କହୁଛି -'ବାପା ଦିନସାରା ଅଖିଆ ଅପିଆ କାମ କରନ୍ତି । ସକାଳ ପହରୁ ଥରୁଟିଏ ଖାଇ ଦେଇ ଘରୁ ବାହାରି ଯାଆନ୍ତି । ଦିନ ରାତି ଖାଲି କାମ ଆଉ କାମ । ବାପା ଆମ ପାଇଁ କେତେ କଷ୍ଟ କରନ୍ତି । ଠିକ୍ ସମୟରେ ଖାଇବାକୁ ମଧ୍ୟ ସମୟ ମିଳେନାହିଁ । ଭାଇରାଲ ଭିଡିଓରେ ବାପାଙ୍କୁ ମନେପକାଇ ଝିଅଟି କାନ୍ଦୁଛି । ଏହି ୨ ମିନିଟ୍ ୧୪ ସେକେଣ୍ଡ୍ ଭିଡିଓରେ ଝିଅକୁ ତା’ର ମା’ କିଛି ପଚାରୁଥିବା ଦେଖିବାକୁ ମିଳୁଛି । ଆଉ ଉତ୍ତର ଦେବା ସମୟରେ କାନ୍ଦି କାନ୍ଦି ଏତେ ସବୁ କଥା କହୁଛି ଝିଅଟି ।

ତଥା ଗୀତିକାର ମନୋଜ ମୁନ୍ତଶିରଙ୍କ ଭିଡିଓଟିକୁ ଟ୍ୱିଟରରେ ସେୟାର କରିଛନ୍ତି । ସେ ଲେଖିଛନ୍ତି 'ଭିଡିଓ ଦେଖିବା ପରେ ଝିଅ ଜନ୍ମ ପରେ ଏବେ ଠାରୁ ଢ଼ୋଲ ବଜାଇବାର ପରମ୍ପରା ଆରମ୍ଭ ହେବା ଉଚିତ । ସେହି ଲୋକ ମାନେ ସତରେ ଭାଗ୍ୟଶାଳୀ , ଯେଉଁମାନଙ୍କ ଘରେ ଲକ୍ଷ୍ମୀ ଜନ୍ମ ନିଅନ୍ତି ।

ଭିଡିଓକୁ ଦେଖି ୟୁଜର ଅନେକ ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର ଲେଖିଛନ୍ତି - ଏହି ଭିଡିଓ ସମସ୍ତଙ୍କୁ ଭାବପ୍ରବଣ କରିପକାଇବ । ସେହିପରି ଅନ୍ୟ ଜଣେ ଉପଭୋକ୍ତା କି ସୁନ୍ଦର ଭିଡିଓ ବୋଲି କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ଲକ୍ଷ ଲକ୍ଷ ଲୋକ ଦେଖି ସାରିଛନ୍ତି ।