Advertisment

Close Shave: କେମିତି ରାତି ଅଧରେ ବଞ୍ଚିଲେ ବାଘ କବଳରୁ, କେବଳ ବାଇକର…

ଏକ ନିଶ୍ଚିତ ବିପଦରୁ ଅଳ୍ପକେ ବର୍ତ୍ତିଗଲେ ଦୁଇ ବାଇକ୍ ଆରୋହୀ । ପଡିଥିଲେ ବାଘ କବଳରେ । ସୂତାଖିଅରେ ବଞ୍ଚିଗଲେ । ବିଳମ୍ୱିତ ରାତିରେ ସହରଠାରୁ ଅଳ୍ପ ଦୂରରେ ଏକ ବାଇକରେ ଫେରୁଥିଲେ ଦୁଇ ଯୁବକ । ହଠାତ୍ ସେମାନଙ୍କ ଉପରକୁ ଲମ୍ଫ ମାରିଲା ଗୋଟିଏ ଚିତାବାଘ । ତା ପରେ...

leopard

leopard

Advertisment

ତିରୁପତି ନିକଟରେ ଅଳ୍ପ ଲାଇଟ୍ ଥିବା ଏକ ଅନ୍ଧାର ରାସ୍ତାରେ ଫେରୁଥିଲେ ଏହି ଦୁଇ ଯୁବକ । ପଛରେ କିଛି ଦୂରରେ ଆସୁଥିଲା ଏକ କାର୍ । ଏହି କାରରେ ଡ୍ୟାଶକ୍ୟାମ ଥିଲା । ଅନଲାଇନରେ ଭିଡିଓ ଶୁଟିଂ ହେଉଥିଲା । ଡ୍ୟାଶକ୍ୟାମରେ ରେକର୍ଡ ହୋଇଥିବା ଦୃଶ୍ୟରେ ଜଣେ ବାଇକର ଏବଂ ତାଙ୍କର ପଛପଟେ ବସିଥିବା ଯୁବକ ଏକ ଚିତାବାଘର ଆକ୍ରମଣରୁ ଅଳ୍ପକେ ବଞ୍ଚି ଯାଇଥିଲେ। ଏହି ରୋମାଞ୍ଚକର ଘଟଣା ବିଳମ୍ୱିତ ରାତିରେ ଘଟିଥିଲା । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇଛି । ଇଣ୍ଟରନେଟ ବ୍ୟବହାରକାରୀଙ୍କ ମଧ୍ୟରେ ଏହା ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ବହୁଳ ଭାବେ ଶେୟାର ହୋଇଥିବା ଫୁଟେଜରେ ଦେଖାଯାଇଛି ଯେ, ଚିତାବାଘ ରାସ୍ତା କଡ଼ରେ ଥିବା ବୁଦା ମଧ୍ୟରୁ ହଠାତ୍ ବାହାରି ଚାଲୁଥିବା ଦୁଇ ଚକିଆ ଗାଡ଼ି ଆଡ଼କୁ ଡେଇଁପଡୁଛି। ଏହି ବାଘ ବାଇକକୁ ଆଘାତ କରିବାରୁ ମାତ୍ର ଦୁଇ ଇଞ୍ଚ ଦୂରରେ ଥିଲା । ଏଇ ବାଇକ ଆରୋହୀଙ୍କୁ ଶିକାର କରିବା ଲକ୍ଷ୍ୟରେ ଥିଲା ବାଘ । କିନ୍ତୁ ସଫଳ ନହେବାରୁ ସାଙ୍ଗେ ସାଙ୍ଗେ ପୁଣି ବୁଦା ଭିତରକୁ ଚାଲିଯାଇଥିଲା । ଅଦୃଶ୍ୟ ହୋଇଯାଇଥିଲା ।

Advertisment

ଏହି ପୂରା ଘଟଣା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଘଟିଥିଲା ଏବଂ ବାଇକ ପଛରେ ଥିବା ଏକ କାରର ଡ୍ୟାଶକ୍ୟାମରେ ସ୍ପଷ୍ଟ ଭାବେ ରେକର୍ଡ ହୋଇଥିଲା । ବାଇକରମାନେ ଏହି ବିପଦ ବିଷୟରେ ଆଗରୁ ଜାଣିନଥିଲେ । କିନ୍ତୁ ବାଘଟି ଡେଇଁବା ବେଳେ ଗାଡ଼ିର ଗତି ବଢ଼ାଇ ଦେଇଥିଲେ । ତେଣୁ ଅକ୍ଷତ ଅବସ୍ଥାରେ ରକ୍ଷା ପାଇ ଯାଇଥିଲେ। ଚିତାବାଘର ଦ୍ରୁତ ଆକ୍ରମଣ ଏବଂ ଅଳ୍ପକେ ବଞ୍ଚିଯିବା ଦୃଶ୍ୟ ଦର୍ଶକମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଛି । ଅନେକ ଏହି ବାଇକରଙ୍କର ରକ୍ଷା ଉପରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଛନ୍ତି ।

ମହାରାଷ୍ଟ୍ରରେ ସମାନ ଧରଣର ଘଟଣା ଘଟିଥିଲା । ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଅନ୍ୟ ଏକ ଘଟଣାରେ ଗୋଟିଏ ସିସିଟିଭି କ୍ୟାମେରା ଏକ ମେଲାନିଷ୍ଟିକ ଚିତାବାଘକୁ ଘର ବାହାରେ ଏକ କୁକୁର ଉପରେ ଚୁପଚାପ ଆକ୍ରମଣ କରୁଥିବା ଦୃଶ୍ୟ ରେକର୍ଡ କରିଥିଲା। ଏହି ବାଘ ଏକ ଗଛ ନିକଟରେ ଲୁଚି ରହି ଦ୍ରୁତ ଆକ୍ରମଣ କରି କୁକୁରକୁ ମୁହଁରେ ଧରି ଜଙ୍ଗଲ ଆଡକୁ ଚାଲିଯାଇଥିଲା । ସହର ନିକଟରେ ବଣୁଆ ହାତୀ ବୁଲିବା ଏକ ନିତିଦିନିଆ ଘଟଣା ହୋଇଗଲାଣି । କିନ୍ତୁ ଏବେ ବାଘ ଲୋକଙ୍କୁ ଟାର୍ଗେଟ କରିବା ଘଟଣା ସାମନାକୁ ଆସୁଛି ।

Advertisment

ଅଧିକ ପଢ଼ନ୍ତୁ: ଜଣେ ଅଫିସର ଆଉ ଜଣେ ଅଫିସରଙ୍କୁ ଜୋତାରେ ପିଟିଲେ, ରହିଛି କି ରାଜନୈତିକ ଶତ୍ରୁତା ?

Close Shave Attack Leopard
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ