Advertisment

ପରଲୋକରେ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍‌ଜୁ ମହାରାଜ

ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍‌ଜୁ ମହାରାଜଙ୍କ ପରଲୋକ ହୋଇଛି। ପଦ୍ମ ବିଭୂଷଣ ସମ୍ମାନ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଅଦ୍ୟତନ ହୋଇଛି
Pandit Birju Maharaj

Pandit Birju Maharaj

Advertisment

ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିର୍‌ଜୁ ମହାରାଜଙ୍କ ପରଲୋକ ହୋଇଛି। ଏନେଇ ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତ ଯୋଗୁ ଗତକାଲି ବିଳମ୍ବିତ ରାତିରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି। କଥକ ନୃତ୍ୟଶିଳ୍ପୀ ଭାବେ ଅବିସ୍ମରଣୀୟ ଅବଦାନ ପାଇଁ ବିର୍‌ଜୁ ମହାରାଜଙ୍କୁ ପଦ୍ମ ବିଭୂଷଣ ସମ୍ମାନ ଓ ସଙ୍ଗୀତ ନାଟକ ଏକାଡେମୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। 

Advertisment

ସୂଚନା ଅନୁସାରେ, ଗତକାଲି ରାତିରେ ସେ ନାତିଙ୍କ ସହ ଖେଳୁ ଥିବାବେଳେ ହଠାତ୍‌ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୯୩୮ ମସିହା ଫେ‍ବୃଆରୀ ୪ରେ ଲକ୍ଷ୍ନୌରେ ସେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାଁ ବିର୍‌ଜ ମୋହନ ନାଥ ମିଶ୍ରା। ହେଲେ ସେ ପଣ୍ଡିତ ବିର୍‌ଜୁ ମହାରାଜ ଭାବେ ବେଶ୍‌ ପରିଚିତ ଥିଲେ। 

ସେ ଖାଲି ଜଣେ ପ୍ରଖ୍ୟାତ କଥକ ନୃତ୍ୟଶିଳ୍ପୀ ନଥିଲେ କୋରିଅଗ୍ରାଫର, ଗାୟକ ଓ କମ୍ପୋଜର ଭାବେ ମଧ୍ୟ ପରିଚିତ ଥିଲେ। ୧୯୮୩ରେ ସେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ। ସେ ଅନେକ ବଲିଉଡ୍‌ ଫିଲ୍ମରେ ଡାନ୍ସ କୋରିଅଗ୍ରାଫ କରିଥିଲେ। 

Advertisment
Kathak Dancer Pandit Birju Maharaj Kathak
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ