Advertisment

ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ; ହେଇଗଲା ଲୁଟ୍

ରାସ୍ତା କଡରେ ମର୍ସିଡିଜ୍ କାର୍‌ ରଖି ପରିସ୍ରା କରିବାକୁ ଯାଇଥିଲେ ଓକିଲ। ଆସିଲା ବେଳକୁ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖେଇ ଧମକ୍ ଦେଲେ ଆଉ କାର୍‌ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଗଲେ।

ଅଦ୍ୟତନ ହୋଇଛି
Lawyer stops Mercedes to urinate three men steal his car

Lawyer stops Mercedes to urinate three men steal his car

Advertisment

ହରିୟାଣାର ଗୁରୁଗାଓଁର ସେକ୍ଟର -୨୯ରେ ତିନିଜଣ ଦୁର୍ବୃତ୍ତ ଛୁରୀ ଦେଖେଇ ଜଣେ ଓକିଲଙ୍କ ମର୍ସିଡିଜ୍ କାର୍‌ ଲୁଟି ନେଇ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛନ୍ତି। ଶୁକ୍ରବାର ପୋଲିସ ଏହି ସୂଚନା ଦେଇଛି। ସେକ୍ଟର-୬୬ ରେ ରହୁଥିବା ଓକିଲ ଅନୁଜ ବେଦୀଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୮.୫୦ରେ ସେକ୍ଟର -୨୯ ଅଞ୍ଚଳରେ ଅଗ୍ନିଶମ କେନ୍ଦ୍ର ଏବଂ ଅଡି ଶୋ’ରୁମ୍‌ ଛକ ମଧ୍ୟରେ ଏହି ଘଟଣା ଘଟିଛି।

Advertisment

ବେଦୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ସେ ତାଙ୍କ ଧଳା ମର୍ସିଡିଜ୍-ସି -୨୦ (୨୦୧୪ ମଡେଲ୍) କାର୍‌ରେ ସେକ୍ଟର -୨୯ ର ଏକ ମଦ ଦୋକାନରୁ ଘରକୁ ଫେରୁଥିଲେ। ଏହି ସମୟରେ ସେ ଅଡି ଶୋ’ରୁମ୍ ଛକ ସାମ୍ନାରେ ଏକ ରାସ୍ତାରେ ଅଟକି ପରିସ୍ରା କରିବାକୁ ଯାଇଥିଲେ।

ଓକିଲ କହିଛନ୍ତି ଯେ ସେ ଫେରିବା ପରେ ପଛରୁ ଏକ ହୁଣ୍ଡାଇ କାର୍‌ ଆସି ତାଙ୍କ କାର୍‌ ଆଗରେ ଅଟକି ଯାଇଥିଲା। ଏଥିରୁ ତିନି ଜଣ ଲୋକ ବାହାରକୁ ଆସିଥିଲେ ଏବଂ ଜଣେ ଛୁରୀ ଦେଖାଇ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଶେଷରେ ସେ ତାଙ୍କ ମର୍ସିଡିଜ୍ କାର୍‌ ନେଇ ସେଠାରୁ ଫେରାର୍ ହୋଇଯାଇଥିଲା।

Advertisment

ଅନ୍ୟପକ୍ଷରେ, ଅଭିଯୋଗ ପରେ ସେକ୍ଟର -୨୯ ପୋଲିସ୍‌ ଷ୍ଟେସନ୍‌ରେ ଆଇପିସିର ଧାରା ୩୮୨ ଏବଂ ଧାରା ୩୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ତଦନ୍ତକାରୀ ଅଧିକାରୀ ଏଏସ୍‌ଆଇ ସନ୍ଦୀପ କୁମାର କହିଛନ୍ତି ଯେ ଆଖପାଖର ସିସିଟିଭି ଫୁଟେଜ୍‌ ସାହାଯ୍ୟରେ ଅଭିଯୁକ୍ତକୁ ଚିହ୍ନଟ କରିବାକୁ ଚେଷ୍ଟା କରାଯାଉଛି। ଖୁବ୍ ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସେ କହିଛନ୍ତି।

ପ୍ରକାଶଥାଉ ଯେ ଗୁରୁଗ୍ରାମରେ ଅପରାଧିକ ପରିସ୍ଥିତି ଅନିୟନ୍ତ୍ରିତ ରହିଛି। ଅପରାଧୀଙ୍କ ମନୋବଳ ଏତେ ବୃଦ୍ଧି ପାଇଛି ଯେ ସାଧାରଣ ଲୋକଙ୍କ କଥା ଛାଡ, ସେମାନେ ପୋଲିସ କର୍ମଚାରୀଙ୍କୁ ମଧ୍ୟ ଛାଡନ୍ତି ନାହିଁ। ନିକଟରେ ଯେତେବେଳେ ଯାଞ୍ଚ ବେଳେ ଟ୍ରାଫିକ୍‌ ପୋଲିସ ଯେତେବେଳେ ସେମାନଙ୍କୁ ଅଟକାଇଥିଲା, ସେତେବେଳେ କିଛି ଯୁବକ ସେମାନଙ୍କ ଉପରେ ଆକ୍ରମଣ କରି ଏଏସ୍‌ଆଇଙ୍କ ୟୁନିଫର୍ମ ଚିରି ଦେଇଥିଲେ। ଏହି ଘଟଣାର ଭିଡିଓ ସୋସିଆଲ୍‌ ମିଡିଆରେ ମଧ୍ୟ ଭାଇରାଲ୍‌ ହୋଇଥିଲା।

Advertisment
National News Mercedes
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ