Advertisment

ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କୁ ଗୋଇଠା ଓ ଚାପୁଡ଼ା, ଦର୍ଶକ ସାଜିଲେ ଲୋକେ...

ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। କେତେବେଳେ ଗୋଇଠା ଉପରେ ଗୋଇଠା ତ ଆଉ କେତେବେଳେ ଚାପୁଡ଼ା ମାଡ଼। ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ।

Lawyer Kicked, Slapped On Road In Karnataka

Lawyer Kicked, Slapped On Road In Karnataka

Advertisment

ବିଚ୍‌ ରାସ୍ତାରେ ମହିଳା ଓକିଲଙ୍କ ଉପରକୁ ମରଣାନ୍ତକ ଆକ୍ରମଣ। କେତେବେଳେ ଗୋଇଠା ଉପରେ ଗୋଇଠା ତ ଆଉ କେତେବେଳେ ଚାପୁଡ଼ା ମାଡ଼। ହେଲେ ସବୁଠୁ ଲଜ୍ଜାଜନକ ଘଟଣା, ଜଣେ ମହିଳାଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ। କେହିବି ଏସବୁର ପ୍ରତିବାଦ କରିନଥିଲେ। ବରଂ ଦର୍ଶକ ସାଜି ଏସବୁ ଛିଡ଼ା ହୋଇ ଦେଖୁଥିଲେ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। କର୍ଣ୍ଣାଟକ ବାଗଲକୋଟରେ ଘଟଣା ଘଟିଥିବା ଜଣାପଡ଼ିଛି। ଭିଡିଓ ଭାଇରାଲ୍‌ ପରେ ପୋଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି। ସମ୍ପୃକ୍ତ ଯୁବକ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Advertisment

୮ ସେକେଣ୍ଡ୍‌ର ଏହି ଭିଡିଓରେ ଦେଖିବାକୁ ମିଳିଛି, ବିଚ୍‌ ରାସ୍ତାରେ ଅଭିଯୁକ୍ତ ମହିଳା ଓକିଲଙ୍କୁ ଗୋଇଠା ଉପରେ ଗୋଇଠା ମାରିବା ସହ ଚାପୁଡ଼ା ମଧ୍ୟ ମାରୁଛନ୍ତି। ମହିଳା ଜଣକ ଚିତ୍କାର କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଅଭିଯୁକ୍ତର ମାଡ଼ରେ ମହିଳା ଜଣକ ହାତରେ ଧରିଥିବା କାଗଜ ତଳେ ପଡ଼ି ଯାଉଥିବା ନଜର ଆସିଛି। ତଥାପି ଅଭିଯୁକ୍ତର ନୃଶଂସତା ଥମିବାର ନାଁ ଧରୁନି। ବରଂ ଆହୁରି ମାଡ଼ ମାରିବାରେ ଲାଗି ପଡ଼ିଛି ଅଭିଯୁକ୍ତ। ହେଲେ ସବୁଠୁ ଲଜ୍ଜାଜନକ ଘଟଣା, ଜଣେ ମହିଳାଙ୍କ ଉପରେ ଏଭଳି ଆକ୍ରମଣ ହେଉଥିବା ଦେଖି ମଧ୍ୟ ଲୋକମାନେ ଚୁପ୍‌ ହୋଇ ଛିଡ଼ା ହୋଇଥିଲେ। କେହିବି ଏସବୁର ପ୍ରତିବାଦ କରିନଥିଲେ। କେହିବି ମହିଳାଙ୍କୁ ବଞ୍ଚାଇବା ପାଇଁ ଆଗକୁ ବଢ଼ି ନଥିଲେ।  

Advertisment

ପୋଲିସ୍‌ ସୂଚନା ଅନୁସାରେ, ମହିଳା ଓକିଲ ଓ ମହନ୍ତେଶ ଉଭୟ ପଡ଼ୋଶୀ। ଜମି ବିବାଦକୁ ନେଇ ଦୀର୍ଘ ଦିନ ଧରି ଉଭୟଙ୍କ ମଧ୍ୟରେ ବିବାଦ ଚାଲି ରହିଥିଲା। ଏନେଇ ମହନ୍ତେଶ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀଙ୍କ ଉପରକୁ ଆକ୍ରମଣ କରିଥିଲେ। ଭିଡିଓ ଭାଇରାଲ୍‌ ହେବା ପରେ ବାଗଲକୋଟ ଟାଉନ ପୋଲିସ୍‌  ମହନ୍ତେଶକୁ ଗିରଫ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। 

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ