Advertisment

ସରକାରୀ ସଂପତ୍ତି ନଷ୍ଟ କଲେ ମିଳିବନି ତ୍ରାହି...ଯିବେ ଜେଲ୍, ଭରିବେ ମୋଟା ଅଙ୍କର ତଣ୍ଡ

ଲ’ କମିଶନଙ୍କ ଅନୁଯାୟୀ, କ୍ଷତିଗ୍ରସ୍ତ ହୋଇଥିବା ସଂପତ୍ତିର ମୂଲ୍ୟ ସହ ସମାନ ପରିମାଣର ଜରିମାନା ଭରିବାକୁ ହେବ। ଯେଉଁଠି ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ ଟଙ୍କାରେ ଆକଳନ କରିହେବନାହିଁ ସେହି ମାମଲାରେ କୋର୍ଟଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଜରିମାନ ଦେବାକୁ ପଡିବ।

ଅଦ୍ୟତନ ହୋଇଛି
Public Property Damage

Public Property Damage

Advertisment

ଏଣିକି ସରକାରୀ ସମ୍ପତ୍ତି ନଷ୍ଟ କଲେ ଜାମିନ ପୂର୍ବରୁ ଦେବେ ଜରିମାନା। ଲ’ କମିଶନ ଶୁକ୍ରବାର ଦିନ ସରକାରଙ୍କୁ ଥିବା ଆଇନରେ ସଂଶୋଧନ କରିବାକୁ ସୁପାରିଶ କରିଛନ୍ତି। ଜାତୀୟ ରାଜପଥ କିମ୍ବା ସର୍ବସାଧାରଣ ସ୍ଥାନଗୁଡିକର ବାରମ୍ବାର ହେଉଥିବା ନାକାବନ୍ଦୀରେ ରୋକ ଲଗାଇବା ସହ ଏଥିପାଇଁ ଦାୟୀ ବ୍ୟକ୍ତିଙ୍କଠାରୁ ଜରିମାନା ଆଦାୟ ଲକ୍ଷ୍ୟ ରଖାଯାଇଛି। ତେବେ ଏପରି କରିବା ଦ୍ୱାରା ବ୍ୟକ୍ତି ଭବିଷ୍ୟତରେ ସାର୍ବଜନୀନ ସଂପତ୍ତି କ୍ଷତି କରିବା ପୂର୍ବରୁ ଅନେକ ଥର ଭାବିବେ ଓ ଏପରି କାମରୁ ନିବୃତ୍ତ ରହିବେ। ତେଣୁ ଜାମିନ ମିଳିବା ସର୍ତ୍ତରେ ସେମାନଙ୍କ ଦ୍ୱାରା ନଷ୍ଟ ହୋଇଥିବା ସାଧାରଣ ସମ୍ପତ୍ତିର ଆନୁମାନିକ ମୂଲ୍ୟ ଜରିମାନା ଜମା କରିବାକୁ ହେବ।

Advertisment

ରାଜଧାନୀ ଦିଲ୍ଲୀରେ ବିରୋଧୀ ଦଳ ଓ ଅନ୍ୟ ଗୋଷ୍ଠୀ ଦ୍ୱାରା ବାରମ୍ୱାର ରାସ୍ତା ଅବରୋଧ ସହ ଅନେକ ସମୟରେ ନାକାବନ୍ଦୀ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ୟାନେଲର ଏହି ରିପୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହିପରି ବିରୋଧ, ଅବରୋଧ ନିୟମିତ ବ୍ୟବଧାନରେ ସରକାରୀ / ବେସରକାରୀ ସମ୍ପତ୍ତି ନଷ୍ଟ ହୋଇଥାଏ । ଏହା ସହିତ ଜନସାଧାରଣ ଅନେକ ସମସ୍ୟା ଏବଂ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଲ’ କମିଶନ ଅପରାଧ ଘଟାଇବା ପାଇଁ ପ୍ରବର୍ତ୍ତାଇବା ଅପରାଧରେ ଦୋଷୀ ସାବ୍ୟସ୍ତ ହେବା ନେଇ ଆଇନରେ ସଂଶୋଧନ କରିବାକୁ ସୁପାରିଶ କରିଛନ୍ତି।

ଲ’ କମିଶନଙ୍କ ଅନୁଯାୟୀ, କ୍ଷତିଗ୍ରସ୍ତ ହୋଇଥିବା ସଂପତ୍ତିର ମୂଲ୍ୟ ସହ ସମାନ ପରିମାଣର ଜରିମାନା ଭରିବାକୁ ହେବ। ଯେଉଁଠି ନଷ୍ଟ ହୋଇଥିବା ସମ୍ପତ୍ତିର ମୂଲ୍ୟ ଟଙ୍କାରେ ଆକଳନ କରିହେବନାହିଁ ସେହି ମାମଲାରେ କୋର୍ଟଙ୍କ ଦ୍ୱାରା ସ୍ଥିର କରାଯାଇଥିବା ଜରିମାନା ଦେବାକୁ ପଡିବ। ବେସରକାରୀ ସମ୍ପତ୍ତିର କ୍ଷତି ରୋକିବା ଏବଂ କ୍ଷତିପୂରଣ ଅଧିନିୟମ ପ୍ରଥମେ କେରଳରେ ଅଣାଯାଇଥିଲା। ପ୍ୟାନେଲ କହିଛନ୍ତି ଏଥିପାଇଁ ସରକାର ଏହି ଆଧାରରେ ଏକ ପୃଥକ ଆଇନ ଆଣିପାରିବେ।

Advertisment

ତେବେ ରାଜନୈତିକ ଦଳଗୁଡିକୁ ଲ’ କମିଶନ ଚେତାବନୀ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ, କମିଶନ ପବ୍ଲିକ୍ ପ୍ରପର୍ଟି ଆକ୍ଟ- ୧୯୮୪ ବିଷୟରେ ଉଲ୍ଲେଖ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି ସର୍ବସାଧାରଣ ସମ୍ପତ୍ତି ଉପରେ ହେଉଥିବା ବେଆଇନ କାର୍ଯ୍ୟକଳାପ କରିବା। ରିପୋର୍ଟରେ କୁହାଯାଇଛି ଯେ ଏହି ଆଇନ ପ୍ରଣୟନ ହେବା ପରେ ମଧ୍ୟ ସର୍ବସାଧାରଣ ସମ୍ପତ୍ତିର କ୍ଷତି ଜାରି ରହିଛି।

ସୁପ୍ରିମକୋର୍ଟଙ୍କ ଆଦେଶକୁ ଭିତ୍ତି କରି ଗୃହ ମନ୍ତ୍ରଣାଳୟ ୨୦୧୫ରେ ପବ୍ଲିକ ପ୍ରପର୍ଟି ଆକ୍ଟ (ସଂଶୋଧନ) ବିଲ୍‌ର ପ୍ରତିରୋଧର ଏକ ଡ୍ରାଫ୍ଟ ପ୍ରକାଶ କରିଛି। ତେବେ ମୁଖ୍ୟ ଆଇନରେ ସଂଶୋଧନ ପ୍ରସ୍ତାବ ଆଗକୁ ନିଆଯାଇନଥିବା ଜଣାପଡିଛି । ପ୍ୟାନେଲ କହିଛି ଯେ ସାଧାରଣ ସମ୍ପତ୍ତିରେ କ୍ଷୟକ୍ଷତି ଜାରି ରହିଛି। ଏହାଦ୍ୱାରା ସରକାରୀ ଟ୍ୟାକ୍ସରେ ବ୍ୟାପକ କ୍ଷତି ଘଟିଛି ଏବଂ ସାଧାରଣ ଲୋକଙ୍କ ପାଇଁ ଅସୁବିଧାର କାରଣ ପାଲଟିଛି।

Advertisment
Bail Fine Public Property Damage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ