Advertisment

ଲଖିମପୁର ଖେରୀ ହିଂସା : ୟୁପି ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଲଖିମପୁର ଖେରୀ ହିଂସା ମାମଲାରେ ଆଜି ପୁଣି ଉତ୍ତରପ୍ରଦେଶ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଆଜି ଏହି ମାମଲାର ଏକ ନିରପେକ୍ଷ ତଦନ୍ତ ପାଇଁ ହୋଇଥିବା ଆବେଦନ ଉପରେ ଶୁଣାଣି ହୋଇଥିଲା। ପ୍ରଧାନ ବିଚାରପତି ଜଷ୍ଟିସ ଏନ ଭି ରାମନ୍ନାଙ୍କ ଅଧ୍ୟକ୍ଷତରେ ଏକ ବେଞ୍ଚ ଏହି ଶୁଣାଣି କରିଥିଲେ। ଶୁଣାଣି ସମୟରେ ସିଜେଆଇ ସାକ୍ଷୀଙ୍କ ବୟାନ ମାଜିଷ୍ଟ୍ରେଟଙ୍କ ନିକଟରେ ରେକର୍ଡ କରାଇଛନ୍ତି କି ବୋଲି ପ୍ରଶ୍ନ ପଚାରିଥିଲେ। ଏହା ଉତ୍ତରରେ ୟୁପି ସରକାରଙ୍କ ପକ୍ଷରୁ ହରିଶ ସାଲଭେ କହିଛନ୍ତି ଯେ ୩୦ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି ଏଥିମଧ୍ୟରୁ ୨୩ ଜଣ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି।

Advertisment

ଏହା ଶୁଣି ଖଣ୍ଡପୀଠ କହିଥିଲେ ଯେ କୃଷକଙ୍କ ରାଲିରେ ହଜାର ହଜାର କୃଷକଙ୍କ ଭିଡ ଜମିଥିଲା। କିନ୍ତୁ ଏପର୍ଯ୍ୟନ୍ତ କେବଳ ୨୩ ସାକ୍ଷୀ କାହିଁକି ମିଳିଛନ୍ତି ବୋଲି କୋର୍ଟ ପ୍ରଶ୍ନ କରିଥିଲେ? ସେହିପରି ଘଟଣାର ସାକ୍ଷୀମାନଙ୍କୁ ସୁରକ୍ଷା ଯୋଗାଇବା ପାଇଁ ସୁପ୍ରିମକୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସାକ୍ଷୀଙ୍କ ବୟାନକୁ ଶୀଘ୍ର ରେକର୍ଡ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ନଭେମ୍ବର ୮ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୂଚନା ମିଳିଛି। ଗତ ଶୁଣାଣିରେ ମଧ୍ୟ ସାକ୍ଷୀଙ୍କ ବୟାନ ରେକର୍ଡ କରିବାରେ ବିଳମ୍ବ ହେତୁ ସୁପ୍ରିମକୋର୍ଟ ୟୁପି ସରକାରଙ୍କ ଉପରେ ବର୍ଷିଥିଲେ।

Advertisment
Supreme Court Lakhimpur Kheri Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ