Advertisment

ଅନ୍ଧାର ରାତିରେ ୭ କିମି ଚାଲିଲେ ରେଳବାଇ କର୍ମଚାରୀ, ବଂଚାଇଲେ ହଜାର ହଜାର ଲୋକଙ୍କ ଜୀବନ

ରାଜସ୍ଥାନରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ରେଳବାଇରେ ରାହୁଲ ନାମକ ଜଣେ ବ୍ୟକ୍ତି କାମ କରନ୍ତି। ରାହୁଲ କୋଟା ଡିଭିଜନର ଲାଖେରୀରେ ଏମସିଏଫ ଭାବରେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୩ ତାରିଖ ରାତିରେ ଇନ୍ଦ୍ରଗଡରେ ପ୍ରବଳ ବର୍ଷା ହୋଇଥିଲା। ସ୍ଥିତି ଏପରି ହୋଇଥିଲା କି ରେଳ ଲାଇନ୍‌ ପୂରା ପାଣିରେ ବୁଡ଼ି ଯାଇଥିଲା। ଆଉ ଏହାର ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳକୁ ଯାଇଥିଲେ ରାହୁଲ

ଅନ୍ଧାର ରାତିରେ ୭ କିମି ଚାଲିଲେ ରେଳବାଇ କର୍ମଚାରୀ, ବଂଚାଇଲେ ହଜାର ହଜାର ଲୋକଙ୍କ ଜୀବନ

Indian Railways

Advertisment

ଜୟପୁର: ରେଳବାଇର ଜଣେ ତଳିଆ ଅର୍ଥାତ୍‌ ଗ୍ରେଡ଼-D କର୍ମଚାରୀଙ୍କୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। ଅନ୍ଧାର ବର୍ଷା ରାତିରେ ସେ ଏମିତି କାମ କରିଛନ୍ତି ଯେ, ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ଅନ୍ଧାର ରାତ୍ରୀରେ ସିନା ୭ କିମି ବାଟ ଚାଲିଲେ କିନ୍ତୁ ତାଙ୍କର ପରିଶ୍ରମ ବଳରେ ହଜାର ହଜାର ଲୋକଙ୍କ ଜୀବନ ବଂଚିଯାଇଛି। ଆଉ ତାଙ୍କର ଏହି କାମ ଲାଗି ପୂରା ରେଳବାଇ ତାଙ୍କୁ ସଲାମ୍‌ କରୁଛି।

Advertisment

ରାଜସ୍ଥାନରେ ଘଟିଛି ଏହି ଘଟଣା। ସୂଚନା ଅନୁସାରେ, ରେଳବାଇରେ ରାହୁଲ ନାମକ ଜଣେ ବ୍ୟକ୍ତି କାମ କରନ୍ତି। ରାହୁଲ କୋଟା ଡିଭିଜନର ଲାଖେରୀରେ ଏମସିଏଫ ଭାବରେ କାର୍ଯ୍ୟ କରୁଛନ୍ତି। ଅଗଷ୍ଟ ୩ ତାରିଖ ରାତିରେ ଇନ୍ଦ୍ରଗଡରେ ପ୍ରବଳ ବର୍ଷା ହୋଇଥିଲା। ସ୍ଥିତି ଏପରି ହୋଇଥିଲା କି ରେଳ ଲାଇନ୍‌ ପୂରା ପାଣିରେ ବୁଡ଼ି ଯାଇଥିଲା। ଆଉ ଏହାର ଖବର ପାଇବା ପରେ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳକୁ ଯାଇଥିଲେ ରାହୁଲ। ତେବେ ଏତେ ରାତି ଥିବାରୁ କୌଣସି ଗାଡ଼ି ତାଙ୍କୁ ମିଳିନଥିଲା। ଯେଉଁଥି ଲାଗି ସେ ଚାଲି ଚାଲି ଅନ୍ଧାର ରାତ୍ରୀରେ ପ୍ରାୟ ୭ କିମି ବାଟ ଯାଇଥିଲେ। କେବଳ ଯାଇଥିଲେ ତାହା ନୁହେଁ ବରଂ ଟ୍ରେନ ଲାଇନ୍‌ ସମ୍ପର୍କରେ ଉଚ୍ଚ ଅଧିକାରୀଙ୍କୁ ଖବର ଦେଇଥିଲେ। ଏହାପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ରେଳବାଅର ଅଧିକାରୀ। ସେ ଯାହା ବି ହେଉ ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ ଦୃଢମନୋବଳ ଯୋଗୁଁ ଆଜି ବଡ଼ ଦୁର୍ଘଟଣା ଟଳିଯାଇଛି।

ତେବେ ଏହି ଖବର ଜଣାପଡ଼ିବା ପରେ ରାହୁଲଙ୍କ କାମକୁ ନେଇ ସବୁଆଡ଼େ ପ୍ରଶଂସା କରାଯାଉଛି। ଏହି ଖବର ରେଳବାଇ ପାଇବା ପରେ ରାହୁଲଙ୍କୁ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ସେ ଯାହା ବି ହେଉ ଅନ୍ଧାର ରାତିରେ ନିଜ ଜୀବନକୁ ବାଜି ଲଗାଇ ଏମିତି ଭାବରେ କାମ କରିବା ନିହାତି ପକ୍ଷରେ କଷ୍ଟକର। କିନ୍ତୁ ଏହା ପରେ ବି ସେ ଶତାଧିକ ଲୋକଙ୍କ ଜୀବନ ବଂଚାଇଥିବାରୁ ରାହୁଲଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି।

Advertisment
India Railway-employee
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ