Advertisment

ସନ୍ଧ୍ୟାରେ ସମସ୍ତେ ନିଜର ଫୋନ୍‌, ଟିଭି ବନ୍ଦ ରଖନ୍ତୁ.... ଜାଣନ୍ତୁ, କେଉଁଠି ଏଭଳି ନିଷ୍ପତ୍ତି ଓ କାହିଁକି

ଆଜିକାଲିର ଯୁବପିଢ଼ି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌କୁ ଏତେ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ, ଏହା ବିନା କ୍ଷଣିକ ସମୟ ରହିବା ସେମାନଙ୍କ ପକ୍ଷେ ମୁସ୍କିଲ୍‌ ହୋଇପଡ଼ୁଛି। ଏସବୁ ଭିତରେ ମହାରାଷ୍ଟ୍ରର କୋଲାହାପୁର ଜିଲ୍ଲାର ଏକ ଗାଁ ପୁଣିଥରେ ସାମାଜିକ ସଂସ୍କାର ପ୍ରସଙ୍ଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିବାକୁ ଯାଉଛି।

ଅଦ୍ୟତନ ହୋଇଛି
Kolhapur Mangaon Gram Panchayat Appeals To Residents Turn Off TV Cellphone Know Reason

Kolhapur mangaon gram panchayat appeals to residents turn off tv cellphone know the reason

Advertisment

ଆଜିକାଲିର ଯୁବପିଢ଼ି ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌କୁ ଏତେ ମାତ୍ରାରେ ବ୍ୟବହାର କରୁଛନ୍ତି ଯେ, ଏହା ବିନା କ୍ଷଣିକ ସମୟ ରହିବା ସେମାନଙ୍କ ପକ୍ଷେ ମୁସ୍କିଲ୍‌ ହୋଇପଡ଼ୁଛି। ଏସବୁ ଭିତରେ ମହାରାଷ୍ଟ୍ରର କୋଲାହାପୁର ଜିଲ୍ଲାର ଏକ ଗାଁ ପୁଣିଥରେ ସାମାଜିକ ସଂସ୍କାର ପ୍ରସଙ୍ଗରେ ଏକ ବଡ଼ ଉଦାହରଣ ସୃଷ୍ଟି କରିବାକୁ ଯାଉଛି। କୋଲାହାପୁର ଜିଲ୍ଲାର ମନଗାଁ ଗ୍ରାମ ପଞ୍ଚାୟତବାସୀଙ୍କ(Mangaon Gram Panchayat) ବିଶ୍ୱାସ ଯେ, ଦୈନନ୍ଦିନ ଜୀବନରେ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍‌ର ବ୍ୟବହାର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ବର୍ତ୍ତମାନ ଏହା ଉପରେ ଏବେ ସଠିକ୍‌ ନିଷ୍ପତ୍ତି ନେବାର ସମୟ ଆସି ଯାଇଛି।

Advertisment

୧୫ ହଜାର ଜନସଂଖ୍ୟା ବିଶିଷ୍ଟ ମନଗାଁ ଅନେକ ସମୟରେ ଅଭିନବ ନିଷ୍ପତ୍ତି ନେଇ ସାମାଜିକ ସଂସ୍କାର କ୍ଷେତ୍ରରେ କାମ କରି ଉଦାହରଣ ସୃଟି କରିଥାଏ। ଆଉ ଏବେ ପୁଣିଥରେ ଏହି ଗାଁରେ ଚର୍ଚ୍ଚାରେ ରହିଛି। ଗ୍ରାମ ପଞ୍ଚାୟତ ନିଷ୍ପତ୍ତି ଅନୁସାରେ, ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟାରୁ ସାଢ଼େ ୮ଟା ପର୍ଯ୍ୟନ୍ତ ସମସ୍ତେ ନିଜର ମୋବାଇଲ୍‌ ଫୋନ୍‌ ଓ ଟିଭି ବନ୍ଦ ରଖିବେ। ଏହି ସମୟରେ ପିଲାମାନେ ପାଠପଢ଼ିବା ସହ ପରିବାରର ସଦସ୍ୟ ପରସ୍ପର ସହ ଭାବର ଆଦାନ ପ୍ରଦାନ କରିବେ। ପାଠପଢ଼ା କ୍ଷେତ୍ରରେ ପିଲାଙ୍କୁ ଉତ୍ସାହିତ କରିବା ଓ ପରିବାର ସଦସ୍ୟ କିଭଳି ଭାବେ ପରସ୍ପର ସହ ସମୟ ବିତାଇବା ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। କାରଣ ଆଜିକାଲି ଲୋକମାନେ ମୋବାଇଲ୍‌ ଓ ଟିଭି ଦେଖିବାରେ ଏତେ ବ୍ୟସ୍ତ ରହୁଛନ୍ତି କେହି କାହା ପାଇଁ ୫ ମିନିଟ୍‌ ସମୟ ମଧ୍ୟ ବାହାର କରିପାରୁ ନାହାନ୍ତି। 

ଇଣ୍ଡିଆନ୍‌ ଏକ୍ସପ୍ରେସ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ମନଗାଁ ସରପଞ୍ଚ ରାଜୁ ମଗଦୁମଙ୍କ କହିବା ଅନୁସାରେ, ଆଜିର ଡିଜିଟାଲ୍‌ ଯୁଗରେ ସମସ୍ତେ ଟିଭି ଓ ଫୋନ୍‌ର ବ୍ୟବହାର ଏତେ ମାତ୍ରାରେ କରୁଛନ୍ତି ଏହାକୁ ଛାଡ଼ି ରହିବା ସେମାନଙ୍କ ପକ୍ଷେ ଏକ ପ୍ରକାର ଅସମ୍ଭବ ହୋଇପଡ଼ିଲାଣି। ଏହାଦ୍ୱାରା ଏକାଗ୍ରତା ଓ ପରିବାର ସଦସ୍ୟଙ୍କ ମଧ୍ୟରେ କଥାବାର୍ତ୍ତା ଠିକ୍‌ ଭାବେ ହୋଇପାରୁ ନାହିଁ। ଫଳରେ ଅନେକ ସମସ୍ୟା ସୃଷ୍ଟି ହେଉଛି। ଏନେଇ ଜାନୁଆରୀ ୨୬ରେ ଗ୍ରାମ ପଞ୍ଚାୟତରେ ଆଲୋଚନା ହୋଇଥିଲା।  ଏସବୁରୁ ମୁକ୍ତି ପାଇଁ ସର୍ବସମ୍ମତି କ୍ରମେ ଏଭଳି ନିଷ୍ପତ୍ତି ନିଆଯାଇଛି। ଅନ୍ତର୍ଜାତୀୟ ମହିଳା ଦିବସ ମାର୍ଚ୍ଚ ୮ ତାରିଖରେ ଏହି ଅଭିଯାନ ଆରମ୍ଭ ହେବାକୁ ଯାଉଛି। 

Advertisment

କ’ଣ ନିଆଯାଇଛି ନିଷ୍ପତ୍ତି...

  • ଗ୍ରାମ ପଞ୍ଚାୟତ ନିଷ୍ପତ୍ତି ଅନୁସାରେ, ପ୍ରାରମ୍ଭିକ ଭାବେ ଟିଭି ଓ ଫୋନ୍‌ ବ୍ୟବହାର ବନ୍ଦକୁ ସ୍ୱେଚ୍ଛାକୃତ କରାଯିବ। କିନ୍ତୁ ଭବିଷ୍ୟତରେ ଏହାକୁ ବାଧ୍ୟତାମୂଳକ କରାଯିବାକୁ ଯୋଜନା କରାଯାଉଛି।
  • ଏହା ପୂର୍ବରୁ ପ୍ରତ୍ୟେକ ପରିବାରକୁ ୫ ଥର ସୁଯୋଗ ଦିଆଯିବ। ଯଦି କୌଣସି ପରିବାର ପରିବାର ଷଷ୍ଠ ଥର ନିୟମ ଉଲ୍ଲଂଘନ କରନ୍ତି, ତେବେ ସମ୍ପୃକ୍ତ ପରିବାରର ସମ୍ପତ୍ତି ଟିକସରେ ଫାଇନ୍‌ ପଡ଼ିବ। 
  • ଗ୍ରାମ ପଞ୍ଚାୟତ ଅଞ୍ଚଳରେ କେବୁଲ୍‌ ଅପରେଟରଙ୍କୁ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ରୁ ସାଢ଼େ ୮ଟା ମଧ୍ୟରେ ସେମାନଙ୍କର ସେବାକୁ ବିଚ୍ଛିନ୍ନ କରିବାକୁ କୁହାଯିବ
  • DTH କନେକ୍ସନ ଥିବା ଲୋକଙ୍କୁ ସେମାନଙ୍କର ଟିଭି ସେଟ୍ ବନ୍ଦ କରିବାକୁ ଅନୁରୋଧ କରାଯିବ
  • ୩ କି.ମି. ପରିସୀମା ଭିତରେ ପଞ୍ଚାୟତ ଭବନ ବିଲ୍ଡିଂରେ ଏକ ସାଇରନ୍‌ ଲଗାଯିବ। ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ୩ ମିନିଟ୍‌ରେ ଏହା ବାଜିବ ଓ ଏହାଦ୍ୱାରା ଇଲେକ୍ଟ୍ରୋନିକ୍ସ ଗ୍ୟାଜେଟ୍‌ ବନ୍ଦ କରିବାକୁ କୁହାଯିବ। ଏହି ସମୟରେ ପରିବାର ସଦସ୍ୟ ପରସ୍ପର ମଧ୍ୟରେ କଥାବାତ୍ତା ହେବାସହ ବହି ପଢ଼ିବା ପାଇଁ କୁହାଯିବ। 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ