Advertisment

ବୈବାହିକ ସମ୍ପର୍କକୁ ‘ୟୁଜ୍‌ ଆଣ୍ଡ୍‌ ଥ୍ରୋ’ କରି ଦେଲେଣି ଯୁବପିଢ଼ି

ବର୍ତ୍ତମାନ ସମୟରେ ବିବାହ ପରେ ‘USE AND THROUGH’ ମାନସିକତା ବଢ଼ି ଯାଇଛି। ସ୍ୱାର୍ଥ ସରିଗଲେ ମୁହଁ ମୋଡ଼ି ନେବା ଦ୍ୱାରା ବିବାହ ବିଚ୍ଛେଦ ବଢ଼ୁଛି।

ଅଦ୍ୟତନ ହୋଇଛି
Kerala High Court Says Now A Days Live-In Relationships Rise

Kerala High Court Says Now A Days Live-In Relationships Rise

Advertisment

ଯୁବପିଢ଼ିଙ୍କ ମଧ୍ୟରେ ବଢ଼ୁଛି ଲିଭ୍-ଇନ୍ ରିଲେସନଶିପ୍। ବିବାହରେ ବାନ୍ଧି ହୋଇ ରହିବାକୁ ନୁହେଁ ବରଂ ମୁକ୍ତ ଭାବେ ଜୀବନକୁ ବଞ୍ଚିବାକୁ ଭଲ ପାଉଛନ୍ତି। ତେଣୁ ବିବାହ ନୁହେଁ ବରଂ ଲିଭ ଇନ୍ ରିଲେସନଶିପ୍‌(Live-in Relationship)କୁ ଆଜିର ଯୁବପିଢ଼ି ଆପଣାଉଛନ୍ତି। କେରଳ ହାଇକୋର୍ଟରେ ଏକ ଛାଡ଼ପତ୍ର ମାମଲାର ଶୁଣାଣି କରିବା ଅବସରରେ କୋର୍ଟ ଏପରି କହିଛନ୍ତି। 

Advertisment

ବର୍ତ୍ତମାନ ସମୟରେ ବିବାହ ପରେ ‘USE AND THROUGH’ ମାନସିକତା ବଢ଼ି ଯାଇଛି। ସ୍ୱାର୍ଥ ସରିଗଲେ ମୁହଁ ମୋଡ଼ି ନେବା ଦ୍ୱାରା ବିବାହ ବିଚ୍ଛେଦ ବଢ଼ୁଛି। ତେଣୁ ଏସବୁରୁ ଦୂରରେ ରହିବାକୁ ଆଜିକାଲିର ଯୁବପିଢ଼ି ଲିଭ୍-ଇନ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ବିବାହକୁ ଏକ ଖରାପ ପରମ୍ପରା ଭାବେ ଯୁବପିଢ଼ି ଭାବୁଛନ୍ତି ବୋଲି କୋର୍ଟ କହିଛନ୍ତି। 

ସୂଚନାଥାଉ କି, କେରଳର ଏକ ଦମ୍ପତି ନିଜ ବିବାହ ବିଚ୍ଛେଦକୁ ନେଇ କେରଳ ହାଇକୋର୍ଟଙ୍କ ଦ୍ୱାରସ୍ତ ହୋଇଛନ୍ତି। ଉଭୟଙ୍କ ୩ଟି ଝିଅ ଅଛନ୍ତି। ଉଭୟଙ୍କ ବିବାହକୁ ବହୁ ବର୍ଷ ବିତିବା ପରେ ତିକ୍ତତା ସୃଷ୍ଟି ହୋଇଛି। ସ୍ୱାମୀଙ୍କ ସହ ଅନ୍ୟ ମହିଳାଙ୍କ ସହ ସମ୍ପର୍କ ଥିବା ସ୍ତ୍ରୀ ଅଭିଯୋଗ କରିଛନ୍ତି। ସେହିପରି ସ୍ୱାମୀ ମଧ୍ୟ ପାଲଟା ଅଭିଯୋଗ ଆଣିଛନ୍ତି। ସ୍ତ୍ରୀଙ୍କ ବ୍ୟବହାରରେ ହଠାତ୍ ପରିବର୍ତ୍ତନ ହୋଇଛି। ତେଣୁ ଉଭୟଙ୍କ ଭିତରେ କନ୍ଦଳ ବଢ଼ିବା ଯୋଗୁ ସେମାନେ ଛାଡ଼ପତ୍ର ନେବାକୁ ଚାହୁଁଥିବା ସ୍ୱାମୀ କହିଛନ୍ତି। 

Advertisment

ଛାଡ଼ପତ୍ର ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ପକ୍ଷରୁ ଦାୟର ହୋଇଥିବା ଆବେଦନର ଶୁଣାଣି ଅବସରରେ କେରଳ ହାଇକୋର୍ଟ କହିଛନ୍ତି ଯେ, ଆଜିକାଲିର ଯୁବପିଢ଼ି ବିବାହକୁ ଖରାପ ଦୃଷ୍ଟିରେ ଦେଖୁଛନ୍ତି। ଲୋକମାନେ ଜୀବନକୁ ଉପଭୋଗ କରିବା ପାଇଁ ବିବାହ ବନ୍ଧନରୁ ଦୂରେଇ ରହୁଛନ୍ତି। ଏଥିପାଇଁ ଲିଭ୍-ଇନ୍ ରିଲେସନଶିପ୍ ବଢ଼ୁଛି। କୋର୍ଟ କହିଛନ୍ତି ଯେ, ‘ଆଜିକାଲିର ଯୁବପିଢ଼ି ଭାବୁଛନ୍ତି ଯେ, ବିବାହ ଏମିତି ଏକ ବନ୍ଧନ ଯାହା ଦାୟିତ୍ୱର ବୋଝ ବଢ଼ାଇ ଦେଇଥାଏ। ଫଳରେ ଜୀବନକୁ ଉପଭୋଗ କରି ହୁଏ ନାହିଁ। ତେଣୁ  ମୁକ୍ତ ଭାବେ ଜୀବନକୁ ବଞ୍ଚିବାକୁ ଆଜିକାଲିର ଯୁବପିଢ଼ି ଲିଭ୍‌-ଇନ୍‌ରେ ରହିବାକୁ ପସନ୍ଦ କରୁଛନ୍ତି। ତେବେ ‘USE AND THROUGH’  ସଂସ୍କୃତି ଏତେ ମାତ୍ରାରେ ବଢ଼ି ଯାଇଛି ଯେ, ଏହା ବୈବାହିକ ଜୀବନକୁ ପ୍ରଭାବିତ କରୁଛି। 

Kerala High Court Live-in Relationship
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ