Advertisment

ରାଜ୍ୟପାଳଙ୍କୁ କୁଳାଧିପଦରୁ ହଟାଇବା ପାଇଁ କେରଳ ସରକାରଙ୍କ ବଡ଼ ପଦକ୍ଷେପ

କେରଳ ସରକାରଙ୍କ ସମସ୍ତ କାର୍ଯ୍ୟରେ ରାଜ୍ୟପାଳ ଖାନ ହସ୍ତକ୍ଷେପ କରୁଥିବାରୁ ତାଙ୍କ ବିରୋଧରେ ବଡ଼ ପଦକ୍ଷେକ୍ଷ ନେଇଛନ୍ତି ରାଜ୍ୟ ସରକାର।

Governor

Governor

Advertisment

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ବିରୋଧରେ ବଡ଼ ପଦକ୍ଷେକ୍ଷ ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ବିଶ୍ୱବିଦ୍ୟାଳୟର କୁଳାଧିପତି ପଦରୁ ହଟାଇବାକୁ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଜୟନ ସରକାର ଗୋଟିଏ ଅଧ୍ୟାଦେଶ ଆଣିବେ ବୋଲି କହିଛନ୍ତି ।

Advertisment

ଆଜି ମୁଖ୍ୟମନ୍ତ୍ରୀ ବିଜୟନଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା । ଏହି ବୈଠକରେ ରାଜ୍ୟପାଳଙ୍କୁ ବିଶ୍ୱବିଦ୍ୟାଳୟ ଗୁଡ଼ିକର କୁଳାଧିପତି ପଦରୁ ହଟାଇବା ପାଇଁ ଏକ ଅଧ୍ୟାଦେଶ ଆସିବ ବୋଲି ନିଷ୍ପତ୍ତି ହୋଇଛି । ସେହିପରି କୁଳାଧିପତି ଭାବେ ରାଜ୍ୟ ସରକାର ଶିକ୍ଷା କ୍ଷେତ୍ର ସହ ଜଡ଼ିତ ଜଣେ ବିଶେଷଜ୍ଞଙ୍କୁ ନିଯୁକ୍ତି ଦେବାକୁ ମଧ୍ୟ କ୍ୟାବିନେଟ ବୈଠକରେ ସହମତି ହୋଇଛନ୍ତି ।

ରାଜ୍ୟପାଳ କୁଳାଧିପତି ଭାବେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସମସ୍ତ ୧୧ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ କାରଣ ଦର୍ଶାଅ ନୋଟିସ କରିଥିଲେ । କୁଳପତିମାନଙ୍କ ନିଯୁକ୍ତି ବେଆଇନ ଢଙ୍ଗରେ କରାଯାଇଥିବା ସେ ଦାବି କରି କାହିଁକି ସେମାନଙ୍କୁ ପଦଚ୍ୟୁତ ନ କରାଯିବ, ସେନେଇ ଜବାବ ଦେବାକୁ ରାଜ୍ୟପାଳ ନୋଟିସରେ କହିଥିଲେ ।

Advertisment

ଏହା ବିରୋଧରେ କୁଳପତିମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗତକାଲି କେରଳ ହାଇକୋର୍ଟ ଏହି ମାମଲାର ଶୁଶାଣି କରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ କୁଳପତିମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ କହିଥିଲେ ।

Kerala Governor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ