Advertisment

ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀର ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ଅଦ୍ୟତନ ହୋଇଛି
Kashmiri separatist leader Yasin Malik convicted

Kashmiri separatist leader Yasin Malik convicted

Advertisment

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ କାଶ୍ମୀରର ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଦିଲ୍ଲୀ ସ୍ଥିତ NIA କୋର୍ଟ ୟାସିନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ପୂର୍ବରୁ ଏହି ମାମଲାରେ ୟାସିନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଏବେ NIA କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି।

Advertisment

ଏହି ମାମଲାରେ ତାଙ୍କର ଆର୍ଥିକ ସ୍ଥିତିର ଆଳନ କରାଯିବା ସହ ତାଙ୍କୁ କ’ଣ ଦଣ୍ଡ ଦିଆଯିବ ତାହାର ଶୁଣାଣି ହୋଇନାହିଁ। ଆସନ୍ତା ୨୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ମିଳିଥିବା ସୂଚନା ଅନୁସାରେ, ପରବର୍ତ୍ତୀ ଶୁଣାଣି ତାରିଖ ସୁଦ୍ଧା ଆର୍ଥିକ ସମ୍ପତ୍ତି ଉପରେ ଏକ ଆଫିଡେଭିଟ୍ ପ୍ରଦାନ କରିବାକୁ ୟାସିନଙ୍କୁ କୁହାଯାଇଥିଲା। ମେ’୧୦ରେ ଦିଲ୍ଲୀର ଏକ କୋର୍ଟରେ ସେ ହାଜର ହୋଇଥିବା ବେଳେ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗରେ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅଧୀନରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। 

Advertisment

ସୂଚନାଥାଉ  କି,  ୨୦୧୭ରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଏହି ମାମଲା ଜଡ଼ିତ।

Yasin Malik Kashmiri Separatist Leader Yasin Malik Terror Funding Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ