Advertisment

ଭାସମାନ ବ୍ରିଜ୍ ଉଦ୍‌ଘାଟନ ସମୟରେ ଖସି ପଡିଲେ ବିଧାୟକ, ଦେଖନ୍ତୁ ଭିଡିଓ

କର୍ଣ୍ଣାଟକରେ ଉଦ୍‌ଘାଟନ ହେଲା ସମୁଦ୍ରରେ ପ୍ରଥମ ଭାସମାନ ବ୍ରିଜ୍ । ଉଦଘାଟନ ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ବ୍ରିଜ୍ ଉପରୁ ଖସିପଡିଲେ ବିଧାୟକ । ଆଉ ତା ପରେ...

ଅଦ୍ୟତନ ହୋଇଛି
Karnataka’s first floating bridge in Udupi to be inaugurated today

Karnataka’s first floating bridge in Udupi to be inaugurated today

Advertisment

କର୍ଣ୍ଣାଟକରେ ଉଦ୍‌ଘାଟନ ହୋଇଛି ସମୁଦ୍ରରେ ପ୍ରଥମ ଭାସମାନ ବ୍ରିଜ୍ । ଉଦଘାଟନ ସମୟରେ ଏକ ରୋଚକ ଘଟଣା ଦେଖିବାକୁ ମିଳିଥିଲା । ଉଦଘାଟନ କରିବାକୁ ଯାଇଥିବା ବିଧାୟକ ବ୍ରିଜ୍ ଉପରୁ ଖସିପଡିଥିଲେ । ଯାହା ପରେ ଏକ ଭିନ୍ନ ପରିବେଶ ସୃଷ୍ଟି ହୋଇଥିଲା ।

Advertisment

ବରିଷ୍ଠ ବିଧାୟକ କେ ରଘୁପତି ଓ ତାଙ୍କର ସହଯୋଗୀ ବ୍ରିଜ୍ ଉପରୁ ଯିବା ବେଳେ ଲହରୀ ଏତେ ଜୋରରେ ଆସିଥିଲା ଯେ ସେ ସେଠି ପଡ଼ି ଯାଇଥିଲେ । ବ୍ରିଜ୍ର ଦଉଡ଼ିକୁ ଧରି ଯେତେ ସମ୍ଭାଳିବାକୁ ଚେଷ୍ଟା କରିଥିଲେ ବି ତାହା ସମ୍ଭବ ହୋଇନଥିଲା । ବିଧାୟକ ଜଣକ ପଡ଼ିଲେ ପୁଣି ଉଠିଲେ ଆଉ ଦୌଡ଼ିବାକୁ ଲାଗିଲେ । ଯାହା ସେହି ସମୟରେ ସମସ୍ତଙ୍କ ମଧ୍ୟରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା ।

Advertisment

କେବଳ ଏତିକି ନୁହେଁ ପୁଣି ଥରେ ବ୍ରିଜ୍ର ଆରପଟରୁ ଫେରିବା ବେଳେ ବିଧାୟକ ଦୌଡ଼ି ଦୌଡ଼ି ବ୍ରିଜ୍‌ ପାର କରିଥିଲେ । ଲହରି ମାଡ଼ି ଆସୁଥିବା ଦେଖି ସେଠୁ ଚାଲି ଆସିବାକୁ ଚେଷ୍ଟା କରିଥିଲେ । ହେଲେ ଏଥର କିନ୍ତୁ ବିଧାୟକ ପଡ଼ିନଥିଲେ । ସେଠୁ କୌଣସି ମତେ ଦୌଡ଼ି ପଲାଇ ଆସିବାରେ ସଫଳ ହୋଇଛନ୍ତି । ପର୍ଯ୍ୟଟକଙ୍କ ପାଇଁ କର୍ଣ୍ଣାଟକ ଉଡ଼ୁପି ମାଲପି ବିଚ୍‌ରେ ୧୦୦ ମିଟର ଲମ୍ବ ଏକ ଫ୍ଲୋଟିଂ ବ୍ରିଜ୍ ଆରମ୍ଭ ହୋଇଛି ।

First Floating Bridge
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ