Advertisment

ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷ ଜେଲଦଣ୍ଡ, ୧ ଲକ୍ଷ ଜୋରିମାନା ! ଆଇନ୍‌ ଆଣୁଛନ୍ତି ରାଜ୍ୟ ସରକାର

ଧର୍ମ ପରିବର୍ତ୍ତନ କାର୍ଯ୍ୟରେ ଲିପ୍ତ ଥିବା ଜଣାପଡ଼ିଲେ, ୧୦ ବର୍ଷ ଲେଖାଏ ଜେଲ ଓ ଲକ୍ଷେ ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

ଅଦ୍ୟତନ ହୋଇଛି
Anti-Conversion Bill

Anti-Conversion Bill

Advertisment

ବେଙ୍ଗାଲୁରୁ : ଧର୍ମାନ୍ତୀକରଣ ରୋକିବାକୁ କର୍ଣ୍ଣାଟକ ସରକାରଙ୍କ ପ୍ରୟାସ । ଧର୍ମ ପରିବର୍ତ୍ତନ କଲେ ୧୦ ବର୍ଷ ଜେଲ, ଲକ୍ଷେ ଫାଇନ । ବାଧ୍ୟତାମୂଳକ ତଥା ଲୋଭ ଦେଖାଇ ଧର୍ମ ପରିବର୍ତ୍ତନ କରାଇଲେ କଠୋର ଦଣ୍ଡ । କର୍ଣ୍ଣାଟକ ବିଧାନସଭାର ଶୀତକାଳୀନ ଅଧିବେଶନରେ Karnataka Protection of Right to Freedom of Religion Bill 2021 ବିଲ୍ ଆଣିବାକୁ ପ୍ରସ୍ତୁତି ଚଳାଇଛି ଭାଜପା ସରକାର । ଏବେ ସୁଦ୍ଧା କର୍ଣ୍ଣାଟକା ସରକାର ଧର୍ମାନ୍ତୀକରଣ ବିଲକୁ ଡ୍ରାଫ୍ଟ କରିଛନ୍ତି । ବିଲ୍ ଅନୁସାରେ ଜୋର ଜବରଦସ୍ତି ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ପ୍ରାବଧାନ ରହିଛି । ଗତ କିଛି ଦିନ ମଧ୍ୟରେ ରାଜ୍ୟ ସରକାର ଏଥିପାଇଁ ଅନେକ ବୈଠକ କରିଛନ୍ତି । ବୁଧବାର ଅନୁଷ୍ଠିତ ପାର୍ଟି ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି ।

Advertisment

ଚୂଡ଼ାନ୍ତ ବିଲରେ ବାଧ୍ୟତାମୂଳକ ଧର୍ମ ପରିବର୍ତ୍ତନ ପାଇଁ ଦଣ୍ଡ ସମ୍ପର୍କରେ ଭିନ୍ନ ଭିନ୍ନ ମତ ରହିଛି ବୋଲି ସରକାରୀ କର୍ମଚାରୀ କହିଛନ୍ତି । ବିଧାନସଭାରେ ବିଲ୍ ଉପସ୍ଥାପିତ ହେବା ପୂର୍ବରୁ ରାଜ୍ୟ ସରକାରଙ୍କ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନ୍ୟସ୍ତ କରାଯାଇଛି । ତେବେ ଏଥିପାଇଁ ଜେଲ୍ ଦଣ୍ଡ ବ୍ୟତୀତ ଆଉ କ’ଣ କ’ଣ ଦଣ୍ଡ ମିଳିବ ସେସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ ।

ଅନ୍ୟ ରାଜ୍ୟର ନିୟମକୁ ବିଚାର କରାଯାଇ ନିଷ୍ପତ୍ତି ହୋଇଥିବା କହିଛନ୍ତି ଡ୍ରାଫ୍ଟ ପ୍ରକ୍ରିୟାର ସାମିଲ ଥିବା ଜଣେ ଅଧିକାରୀ । ସମସ୍ତ ଦିଗ ଉପରେ ବିଚାର କରିବା ପରେ ଏହି ବିଲ୍ ପ୍ରସ୍ତୁତ କରାଯାଇଛି। ଡିସେମ୍ବର ୨୦ରେ ରାଜ୍ୟ କ୍ୟାବିନେଟ୍, ବେଲଗାବିରେ ଏକ ବୈଠକ କରିବାକୁ ଯାଉଛି । ଏହା ପରେ ଆସନ୍ତା ସପ୍ତାହରେ ଏହି ବିଲ୍ ଆଗତ ହେବାର ସମ୍ଭାବନା । ବିଧାନ ପରିଷଦରେ ବିରୋଧୀଙ୍କ ବିରୋଧର ସମ୍ଭାବନା ଥାଇ ମଧ୍ୟ ବିଜେପି ଏହି ବିଲ ଆଣିବାକୁ ଚେଷ୍ଟା କରୁଛି।

Advertisment

ନୂତନ ପ୍ରସ୍ତାବିତ ଧର୍ମ ପରିବର୍ତ୍ତନ ବିରୋଧୀ ଆଇନର ଅନୁସାରେ ମିଛ କହି, ବାଧ୍ୟବାଧକତା, ଠକେଇ, ପ୍ରବର୍ତ୍ତାଇ କିମ୍ବା ବିବାହ ମାଧ୍ୟମରେ ଗୋଟିଏ ଧର୍ମରୁ ଅନ୍ୟ ଧର୍ମକୁ ପରିବର୍ତ୍ତନ ନିଷେଧ । ସାଧାରଣ ବର୍ଗ କ୍ଷେତ୍ରରେ ଆଇନ ଉଲ୍ଲଂଘନ କଲେ ତିନି ରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୨୫ହଜାର ଟଙ୍କା ଜୋରିମାନା ଦେକାକୁ ପଡ଼ିବ। ଏଥି ସହିତ ନାବାଳିକା, ମହିଳା ଏବଂ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ମାମଲାରେ ତିନି ରୁ ୧୦ ବର୍ଷ ଜେଲ ଏବଂ ଜରିମାନା ପରିମାଣ ୫୦ ହଜାର ରହିଛି ।

ପ୍ରସ୍ତାବିତ ଆଇନରେ ଧର୍ମ ପରିବର୍ତ୍ତନ କରାଇବାକୁ ଚେଷ୍ଟା କରୁଥିବା ବ୍ୟକ୍ତି ପୀଡିତଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ କୁହାଯାଇଛି । ଡ୍ରାଫ୍ଟ ଅନୁସାରେ ଧର୍ମ ପରିବର୍ତ୍ତନ ଉଦ୍ଦେଶ୍ୟରେ କରାଯାଇଥିବା ବିବାହକୁ ପରିବାର ଅଦାଲତ କିମ୍ବା ନ୍ୟାୟିକ ଅଦାଲତ ଅବୈଧ ଘୋଷଣା କରିପାରେ । ଏହି ନିୟମ ଲାଗୁ ହେବା ପରେ ଯଦି ଜଣେ ବ୍ୟକ୍ତି ଧର୍ମ ପରିବର୍ତ୍ତନ କରାଇବାକୁ ଚାହାଁନ୍ତି, ତେବେ ତାଙ୍କୁ ଦୁଇମାସ ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ନୋଟିସ୍ ଦେବାକୁ ପଡିବ । ସେହିପରି ଧର୍ମ ପରିବର୍ତ୍ତନ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଏକ ମାସ ପୂର୍ବରୁ ନୋଟିସ୍ ଦେବାକୁ ପଡିବ |

Advertisment
Anti-conversion Bill
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ